ଓଡିଶା

odisha

ETV Bharat / state

ଏଣିକି ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ହେବ ପରୀକ୍ଷା, ଖାତା ଦେଖିବେ ପାଖ ସ୍କୁଲ ଶିକ୍ଷକ - ମନ୍ତ୍ରୀ ସମୀର ରଞ୍ଜନ ଦାଶ

ହାଇସ୍କୁଲ ଯିବା ପୂର୍ବରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ହେବ ପରୀକ୍ଷା । ଖାତା ଦେଖିବେ ପାଖ ସ୍କୁଲ ଶିକ୍ଷକ । ଅଧିକ ପଢନ୍ତୁ

ଏଥର ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ହେବ ପରୀକ୍ଷା, ଖାତା ଦେଖିବେ ପାଖ ସ୍କୁଲ ଶିକ୍ଷକ
ଏଥର ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ହେବ ପରୀକ୍ଷା, ଖାତା ଦେଖିବେ ପାଖ ସ୍କୁଲ ଶିକ୍ଷକ

By

Published : Nov 13, 2022, 7:20 AM IST

Updated : Nov 14, 2022, 12:12 PM IST

ଭୁବନେଶ୍ବର:ଏଥର ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ବୌଦ୍ଧିକ ଜ୍ଞାନ ମାପିବେ ପାଖ ସ୍କୁଲ ଶିକ୍ଷକ । କୋଭିଡ ମହାମାରୀ ଦୁଇବର୍ଷରେ କେମିତି ହୋଇଛି ପାଠପଢା ? କେତେ ଜ୍ଞାନ ଆହରଣ କରିଛନ୍ତି ଛାତ୍ରଛାତ୍ରୀ ? ସ୍କୁଲ ଖୋଲିବା ପରେ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ବା ଏଲ.ଆର.ପି ଯୋଜନା ପିଲାଙ୍କୁ କେତେ ସହାୟକ ହୋଇଛି ? ପିଲାଙ୍କ ବୌଦ୍ଧିକ ବିକାଶ ଓ ଶିକ୍ଷାର ମାନ ଯାଞ୍ଚ ପାଇଁ ହେବ ସ୍ବତନ୍ତ୍ର ପରୀକ୍ଷା । ହାଇସ୍କୁଲ ଯିବା ପୂର୍ବରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାମାନେ ପରୀକ୍ଷା ଦେବେ । ନିଜ ସ୍କୁଲରେ ପରୀକ୍ଷା କରାଯିବ । ମାତ୍ର ପାଖ ସ୍କୁଲର ଶିକ୍ଷକମାନେ ଖାତା ମୂଲ୍ୟାୟନ କରିବେ । ଗଣଶିକ୍ଷା ବିଭାଗ ଖୁବଶୀଘ୍ର ଏଭଳି ନିଷ୍ପତ୍ତି ନେଉଛି ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଜଣାଇଛନ୍ତି ।

ପୂର୍ବରୁ ମଧ୍ୟ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପରୀକ୍ଷା ହେଉଥିଲା । ହେଲେ ସମସ୍ତେ ପାସ କରୁଥିଲେ । ଫେଲ ବ୍ୟବସ୍ଥା ନ ଥିବାରୁ ପିଲାଟି କେତେ ଜ୍ଞାନ ପ୍ରାପ୍ତି ହୋଇଛି ତାହା ଅଣଦେଖା ହୋଇ ରହିଥିଲା । ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ଶିକ୍ଷା ମାପକାଠି ନୁହେଁ । ଏଣୁ ଯଦି ବାସ୍ତବରେ ଏହି ପରୀକ୍ଷା ବ୍ୟବସ୍ଥା ଲାଗୁ କରି ପିଲାଙ୍କ ବୌଦ୍ଧିକ ବିକାଶ ମପାଯାଏ ତେବେ ପିଲା ମଧ୍ୟ ନିଜର ପାଠପଢା ପ୍ରତି ଅଧିକ ଗୁରୁତ୍ବ ଦେବ ବୋଲି ଶିକ୍ଷାବିତ୍ ମତବ୍ୟକ୍ତ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ବେଆଇନ ଲିଙ୍ଗ ନିରୂପଣ ସୂଚନା ଦେଲେ ମିଳିବ 25 ହଜାର ପୁରସ୍କାର

ସେପଟେ ଅଭିଭାବକ ସଙ୍ଘ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସଂଘର ଯୁକ୍ତି ଯେ, ଶିକ୍ଷାବର୍ଷ ଅଧାରୁ ଏଭଳି ନିଷ୍ପତି ପିଲାଙ୍କୁ ଚାପଗ୍ରସ୍ତ କରିବ । ଏଣୁ ଶିକ୍ଷା ସଂସ୍କାର ନାମରେ ବିଭାଗ ଯେଉଁସବୁ ପରୀକ୍ଷଣ କରୁଛି ତାହା ବର୍ଷ ଆରମ୍ଭରୁ ଲାଗୁ କରୁ । ପିଲାଙ୍କୁ ଅଯଥା ଚାପର ଶିକାର ହେବାକୁ ପଡ଼ିବ ନାହିଁ ବୋଲି ଅଭିଭାବକ ସଙ୍ଘ କହିଛି । ତେବେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଯୋଜନା ଲାଗୁ କରୁଛନ୍ତି । ବାସ୍ତବରେ ଏହା କେତେ ସଫଳ ହେଉଛି ତାହା ଦେଖିବା ବାକି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 14, 2022, 12:12 PM IST

ABOUT THE AUTHOR

...view details