ଭୁବନେଶ୍ବର:ଅନିଶ୍ଚିତତାରେ ଓଡିଶାର ସରକାରୀ ଚାକିରୀ ଆଶାୟୀ । ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷାକୁ ନେଇ ଦ୍ବନ୍ଦରେ ପରୀକ୍ଷାର୍ଥୀ । ଏନେଇ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ ହେଉଥିବା ଶହ ଶହ ଛାତ୍ରଛାତ୍ରୀ ଓଡିଶା କର୍ମଚାରୀ ଆୟୋଗ (OSSC)ଘେରିଛନ୍ତି । ଏଥିସହ ଦାବି କରିଛନ୍ତି ପରୀକ୍ଷାରେ ସ୍ବଚ୍ଛତା ପାଇଁ କମ୍ପ୍ୟୁଟର ବେଶ ପରୀକ୍ଷା କରାଯିବା ସହିତ OSSCଙ୍କର ରାତି ଅଧିଆ ନିଷ୍ପତ୍ତି ବଦଳାଯାଉ ।
ତେବେ ସୂଚନା ଅନୁଯାୟୀ, ASO ହେଉ ବା CGL ପରୀକ୍ଷା, ସରକାରୀ ଚାକିରୀ ପାଇଁ ବର୍ଷ ବର୍ଷ ଧରି ପରିଶ୍ରମ କରୁଛନ୍ତି ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ । ହେଲେ ସେମାନଙ୍କ ପାଠ୍ୟ ଖସଡା ଓ ପରୀକ୍ଷା ପ୍ରଣାଳୀକୁ ରାତି ଅଧିଆ ପରିବର୍ତ୍ତନ କରୁଛନ୍ତି OSSC । ଏହାଦ୍ବାରା ପିଲାମାନେ ମାନସିକ ସ୍ତରରେ ଭାଙ୍ଗି ପଡୁଛନ୍ତି । ତେବେ ଗୋଟେ ସିଲାବସକୁ ଅନୁକରଣ କରି ପାଠ ପଢି ପରୀକ୍ଷା ଦେବାକୁ ଗଲା ବେଳକୁ ସିଲାବସ ବଦଳି ଯାଉଛି ଆଉ ଅବଜେକ୍ଟିଭର ପରୀକ୍ଷା ହେବାକୁ ଥିବା ବେଳେ ସବଜେକ୍ଟିଭ୍ ଧାରା ଯୋଡି ହୋଇଯାଉଛି ।