ଓଡିଶା

odisha

ETV Bharat / state

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ମୁଖ୍ୟ ଫାଟକରେ ଉତ୍ତେଜନା - ବିଭିନ୍ନ ସମସ୍ୟା ନେଇ ଫାଟକରେ ତାଲା

ବିଭିନ୍ନ ସମସ୍ୟା ନେଇ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ମୁଖ୍ୟ ଫାଟକରେ ଉତ୍ତେଜନା । ଅଧିକ ପଢନ୍ତୁ

Harekrushna Mahtab State Library
Harekrushna Mahtab State Library

By

Published : May 4, 2023, 10:56 PM IST

Updated : May 4, 2023, 11:04 PM IST

Harekrushna Mahtab State Library

ଭୁବନେଶ୍ବର:ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ମୁଖ୍ୟ ଫାଟକରେ ଉତ୍ତେଜନା । ବିଭିନ୍ନ ସମସ୍ୟା ନେଇ ଫାଟକରେ ତାଲା ପକାଇଛନ୍ତି ପ୍ରତିଦିନ ଅଧ୍ୟୟନ କରୁଥିବା ଯୁବକ ଏବଂ ଯୁବତୀ। ଗତକାଲି ବର୍ଷା ସହ ବିଜୁଳି ଚାଲିଯାଇଥିବା ବେଳେ ଆଜି ପିଲାମାନେ ପଢିବାକୁ ଆସିବା ଯାଏଁ ବି ବିଜୁଳି ଆସିନଥିଲା। ଏହାକୁ ନେଇ ରାଜ୍ୟ ଗ୍ରନ୍ଥାଗାରରେ ଅଧ୍ୟୟନରତ ବିଦ୍ୟାର୍ଥୀ ହୋହଲ୍ଲା କରିବା ସହ ମୁଖ୍ୟ ଫାଟକକୁ ତାଲା ପକାଇ ଦେଇଥିଲେ। ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ବି ପିଲାମାନେ ଶୁଣି ନ ଥିଲେ ଏହାକୁ ନେଇ ପୋଲିସ ଗେଟ ବାହାରେ କିଛି ସମୟ ଅଟକି ରହିଥିଲେ । ପରେ ଆଇଆଇଆସି ଆସି ବୁଝାଇବା ପରେ ପିଲାମାନେ ବୁଝିଥିଲେ ଓ ଫାଟକ ଫିଟାଇଥିଲେ ।

ତେବେ ସୂଚନା ମୁତାବକ , ବର୍ଷା ପବନରେ ଗ୍ରନ୍ଥାଗାର ଭିତରେ ଥିବା ବିଦ୍ୟୁତ ସବଷ୍ଟେସନ୍ ଖରାପ ହୋଇଯାଇଥିଲା। ଏହି କାରଣରୁ ଗତକାଲି ଠାରୁ ଅଧ୍ୟୟନ ଯୁବତୀ ଯୁବକମାନଙ୍କୁ ନା ଆଲୋକର ସୁବିଧା ନା ପିଇବା ପାଇଁ ପାଣି ମିଳିପାରିଲା । ମୌଳିକ ସୁବିଧା ନ ମିଳିବାରୁ ପିଲାମାନେ ଗରମରେ ସମ୍ଭାଳି ନ ପାରି ଗ୍ରନ୍ଥାଗାର କର୍ମଚାରୀଙ୍କୁ ଜେନେରେଟର ଲଗାଇବାକୁ କହିଥିଲେ । କିନ୍ତୁ ସେ ତାଙ୍କ କଥା ଶୁଣିନଥିଲେ କି ଡିଜି ଚାଲୁ କରିନଥିଲେ। ଏହାକୁ ନେଇ ଉତ୍ତେଜନା ଆରମ୍ଭ ହୋଇଥିଲା । ଏହାଶହ ପଢିବା ପାଇଁ ଯେତିକି ପ୍ରବେଶ ପାସ ରହିଛି ତା ଠାରୁ ଅଧିକ ପିଲାଙ୍କୁ ପ୍ରବେଶ କରାଯାଉଥିବା ଓ ଶୌଚାଳୟ ସହ ପିଇବା ପାଣି ଭଳି ସମସ୍ୟା ମଧ୍ୟ ଗ୍ରନ୍ଥାଗାରରେ ରହିଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ ବିଦ୍ୟାର୍ଥୀ ।

ଏହିସବୁ ସମସ୍ୟାକୁ ନେଇ ପଢିବା ବା ବିଭିନ୍ନ ପ୍ରତିଯୋଗିତାପୂର୍ଣ୍ଣ ପରୀକ୍ଷା ପାଇଁ ପ୍ରସ୍ତୁତି ହେବା ଅସମ୍ଭବ ହୋଇଯାଉଛି । ଏପରିକି ଛାତ୍ରଛାତ୍ରୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ,କାର୍ଯ୍ୟାଳୟର ଅଧିକାରୀ ନିଜ ସୁଵିଧା ମୁତାବକ ଜେନେରେଟର ଚାଲୁ କରୁଥିବା ବେଳେ ଗ୍ରନ୍ଥାଗାରର ସିଟ ବା ବସିବାର କାପାସିଟି ଠାରୁ ଅଧିକା କାର୍ଡ ଦେଉଛନ୍ତି। ଯାହାଦ୍ୱାରା ୧୦ ପ୍ରତିଶତ କ୍ଷମତା ଠାରୁ ଅଧିକ ପିଲା ହେବାରୁ ଠିକ ଭାବରେ ପାଠ ପଢି ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ତେଣୁ ପିଲାମାନଙ୍କର ଭବିଷ୍ୟତକୁ ନଜରରେ ରଖି ସିଫ୍ଟ ଅନୁସାରେ ପିଲାଙ୍କୁ ପଢିବାକୁ ସୁଯୋଗ ଦେବାକୁ ଦାବି କରିଛନ୍ତି । ଏହାସହ ଗ୍ରନ୍ଥାଗାରର ମୌଳିକ ସୁବିଧାକୁ ସୁଚାରୁରୂପେ ପରିଚାଳନା କରିବାକୁ ଅନୁରୋଧ କରିଛନ୍ତି । ସେପଟେ ଗ୍ରନ୍ଥାଗାରର ଅନୁଶାସନ ସଚିବ କହିଛନ୍ତି , ଯେଉଁ ସମସ୍ୟା ରହିଛି ସେ ବାବଦରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ଖୁବଶିଘ୍ର ତାହାର ସମଧାନ ହେବ। ଫାଟକରେ ତାଲା ପଡିଥିବାରୁ ସରକାରୀ କାର୍ଯ୍ୟରେ ମଧ୍ୟ ବ୍ୟାହାତ ହେଉଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 4, 2023, 11:04 PM IST

ABOUT THE AUTHOR

...view details