ରାୟପୁର: ଛାତ୍ରଛାତ୍ରୀଙ୍କ ଉଚିତ ଶିକ୍ଷା ପାଇଁ ସରକାରଙ୍କ ଅନେକ ଯୋଜନା ହୋଇଛି । ସର୍ବଶିକ୍ଷା ଅଭିଯାନଠୁ ଆରମ୍ଭ କରି ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ପର୍ଯ୍ୟନ୍ତ ଭଳି ଅନେକ କାର୍ଯ୍ୟକ୍ରମ। ପଡୋଶୀ ରାଜ୍ୟ ଛତିଶଗଡରେ ଦେଖିବାକୁ ମିଳିଛି ଶିକ୍ଷା ବିଭାଗର ନଗ୍ନ ଚିତ୍ର। ରାଜ୍ୟର ଅନେକ ସ୍ଥାନରେ ଶିକ୍ଷାର ଅତ୍ୟନ୍ତ ବିକଳାଙ୍ଗ ପରିସ୍ଥିତି ଦେଖିବାକୁ ମିଳିଛି। କେଉଁଠାରେ ଶ୍ରେଣୀଗୃହ ନାହିଁ ତ ଅନ୍ୟ କେଉଁଠାରେ ସ୍କୁଲ ଘରର ଛାତ ନାହିଁ। ରାଜ୍ୟର ବଳରାମପୁର ଜିଲ୍ଲାର ତାରାବତୀ ଶିକ୍ଷା କେନ୍ଦ୍ର ଅବସ୍ଥା ସ୍ପଷ୍ଟ ବୟାନ କରୁଛି ଶିକ୍ଷା ବିଭାଗର ଅବହେଳା।
ପଙ୍ଗୁ ପାଲଟିଛି ଶିକ୍ଷା ବିଭାଗ, ଖୋଲା ଆକାଶ ତଳେ ଶିକ୍ଷାଦାନ - school
ଛାତ୍ରଛାତ୍ରୀଙ୍କ ଉଚିତ ଶିକ୍ଷା ପାଇଁ ସରକାରଙ୍କ ଅନେକ ଯୋଜନା ହୋଇଛି । ସର୍ବଶିକ୍ଷା ଅଭିଯାନଠୁ ଆରମ୍ଭ କରି ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ପର୍ଯ୍ୟନ୍ତ। ପଡୋଶୀ ରାଜ୍ୟ ଛତିଶଗଡରେ ଦେଖିବାକୁ ମିଳିଛି ଶିକ୍ଷା ବିଭାଗର ନଗ୍ନ ଚିତ୍ର। ରାଜ୍ୟର ଅନେକ ସ୍ଥାନରେ ଶିକ୍ଷାର ଅତ୍ୟନ୍ତ ବିକଳାଙ୍ଗ ପରିସ୍ଥିତି ଦେଖିବାକୁ ମିଳିଛି । କେଉଁଠାରେ ଶ୍ରେଣୀଗୃହ ନାହିଁ ତ ଅନ୍ୟ କେଉଁଠାରେ ସ୍କୁଲ ଘରର ଛାତ ନାହିଁ। ରାଜ୍ୟର ବଳରାମପୁର ଜିଲ୍ଲାର ତାରାବତୀ ଶିକ୍ଷା କେନ୍ଦ୍ର ଅବସ୍ଥା ସ୍ପଷ୍ଟ ବୟାନ କରୁଛି ଶିକ୍ଷା ବିଭାଗର ଅବହେଳା।
ସେଠାକାର ସ୍କୁଲ ଶିକ୍ଷକଙ୍କ କହିବାନୁଯାୟୀ ବର୍ଷା ଦିନରେ ମଧ୍ୟାହ୍ନ ଭୋଜନ ପରେ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଏ। କାରଣ ବର୍ଷା ଦିନେ ସ୍କୁଲରେ ବସିବା ପାଇଁ କୌଣସି ସ୍ଥାନ ନାହିଁ । ଉପର ଅଧିକାରୀଙ୍କୁ ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ ସ୍କୁଲର ଅବସ୍ଥା ପ୍ରତି କେହି ଧ୍ୟାନ ଦେଉନଥିବା ସ୍କୁଲ ଶିକ୍ଷକ ଅଭିଯୋଗ କରିଛନ୍ତି।
ସ୍କୁଲ କହିଲେ ଖାଲି କାନ୍ଥ। ଦୁଆର ଅଛି କିନ୍ତୁ ନାହିଁ ଛାତ। ଆଉ ଝରକା କଥା ନ କହିଲେ ଭଲ। ଚଟାଣରୁ ପ୍ଲାଷ୍ଟର ମଧ୍ୟ ଉଠିଲାଣି। ଶ୍ରେଣୀ ଗୃହ ଗୁଡିକର ଅବସ୍ଥା ମଧ୍ୟ ସାଂଘାତିକ । ଏପରି ଅବସ୍ଥାରେ ଖରାରେ ବସି ପାଠ ପଢି ଭବିଷ୍ୟତ ଗଢିବା ପାଇଁ ଛାତ୍ରଛାତ୍ରୀ ସ୍ୱପ୍ନ ଦେଖୁଛନ୍ତି। ଛତିଶଗଡର ଏହି ଶିକ୍ଷାକେନ୍ଦ୍ରକୁ ଦେଖିଲେ ଜଣାପଡୁଛି ସରକାରଙ୍କ ଦ୍ୱାରା ପ୍ରଣୀତ ଯୋଜନା କିଭଳି କାର୍ଯ୍ୟକାରୀ ହୋଇଛି।