ଭୁବନେଶ୍ବର:ଅପରାଧ ଦୁନିଆରେ ଛାତ୍ର ନେତାଙ୍କ ଦବଦବା । ବିଭିନ୍ନ ରାଜନୈତକ ଦଳ ସହ ଜଡିତ ରହି ସହରରେ ଖେଳାଉଛନ୍ତି ଆତଙ୍କ । ପିଲାଙ୍କୁ ଏକଜୁଟ କରି ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇବା ପରେ ହାତକୁ ନେଉଛନ୍ତି ଆଇନଶୃଙ୍ଖଳା । କେତେବେଳେ କେଉଁ ବ୍ୟବସାୟିକ ପ୍ରତିଷ୍ଠାନ ଆଗରେ ହଙ୍ଗାମା ତ ଆଉ କେଉଁଠି ଏକାଠି ହୋଇ ଗଣ୍ଡଗୋଳ । ପୁଣି କେଉଁଠି ମାରପିଟ୍ କରୁଛନ୍ତି । ରାଜଧାନୀର ଏମିତି କେତେକ ଘଟଣା ଘଟାଇଛନ୍ତି ରାଜନୈତକ ଦଳ ସହ ଜଡିତ ଥିବା କିଛି ଛାତ୍ର ଓ ସ୍ଥାନୀୟ ଲୋକ । ଯାହାକୁ ନେଇ ଥାନାରେ ଅଭିଯୋଗ ହେଉଛି ସତ କିନ୍ତୁ ବଡ଼ବଡ଼ ରାଜନୈତିକ ବ୍ୟକ୍ତିଙ୍କ ପାଇଁ ଏମାନେ ବର୍ତ୍ତି ଯାଉଛନ୍ତି । ଫଳରେ ପୋଲିସ ଏମାନଙ୍କୁ ଗିରଫ କରିବା ପରିବର୍ତ୍ତେ ସେମାନେ କିପରି ଖସିଯିବେ ତାର ବାଟ ଆପଣାଉଛନ୍ତି । ରାଜଧାନୀରେ ବିଗତ କିଛି ଦିନ ଧରି ସେଭଳି ଘଟଣା ସାମ୍ନାକୁ ଆସିଛି । ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ନଜର ପକାନ୍ତୁ ସେହିପିର କେତେକ ଘଟଣା ଉପରେ ।
ଖଣ୍ଡଗିରି ଥାନା:ଖଣ୍ଡଗିରି ଥାନା ଆଇଟିଆର କଲେଜରେ ପ୍ରୀତମ କୁମାର ସାରଙ୍ଗୀ ନାମ ଜଣେ ଛାତ୍ର ଅନ୍ୟ ଏକ ରାଜନୈତିକ ଗୋଷ୍ଠୀ ସହ ମିଶୁଥିବା ବେଳେ ତାଙ୍କୁ ରାଜ୍ୟର ଲୋକପ୍ରିୟ ଦଳର ଛାତ୍ର ନେତା ଓ ତାଙ୍କ ଗୋଷ୍ଠୀ ବିରୋଧ କରୁଥିଲେ । ଏହାକୁ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବିବାଦ ହୋଇଥିଲା । ଯାହା ଗତ ୯ ତାରିଖ ଦିନ ଅପହରଣର ରୂପ ନେଇଥିଲା । ଗଣ୍ଡଗୋଳକୁ ନେଇ ପ୍ରୀତମ କୁମାର ସାରଙ୍ଗୀଙ୍କୁ ଲୋକପ୍ରିୟ ରାଜନୀତିକ ଦଳର କିଛି ନେତା ଅପହରଣ କରିନେଇଥିଲେ । ଯାହାକୁ ନେଇ ଥାନାରେ ଅଭିଯୋଗ ପରେ ୧୦ ତାରିଖ ଦିନ ଘଟଣା ସାମ୍ନାକୁ ଆସିଥିଲା । ଅପହରଣ ପରେ ପ୍ରୀତମଙ୍କୁ ସୁନ୍ଦରପଦା, ଏୟାରପୋର୍ଟ, ବରମୁଣ୍ଡାରେ ରଖିଥିଲେ । ପରେ ଏହି ଘଟଣାରେ ଅପହରଣକାରୀଙ୍କ କବଳରୁ ପୋଲିସ ଯୁବକଙ୍କୁ ଉଦ୍ଧାର କରିଥିଲା । ଏହାପରେ ଜଣେ ଅଭିଯୁକ୍ତ ନୀତିଶକୁ ଗିରଫ କରାଯାଇଥିଲା । ହେଲେ ଏହା ପଛରେ ଥିବା ଛାତ୍ର ନେତାଙ୍କୁ ଛାଡ଼ିଦେଇଥିଲା ପୋଲିସ ।
ନୟାପଲ୍ଲୀ ଥାନା:ଗତ ଜାନୁଆରୀ ୮ତାରିଖ ଦିନ ହୋଟେଲ ସାଫିରେ ନିକଟରେ ଛାତ୍ର କଂଗ୍ରେସର ସଭାପତି ୟାସିର ନବାଜଙ୍କ ଗାଡି ଆଗରେ ପାର୍କିଂ କରିଥିଲେ ଏକ ନିର୍ଦ୍ଧିଷ୍ଟ ଚର୍ଚ୍ଚିତ ଦଳର କିଛି ନେତା । ଏପରିକି ନିଜକୁ ଯାଜପୁରର ଏକ ଚର୍ଚ୍ଚିତ ନେତାଙ୍କ ନା ନେଇ ତାଙ୍କ ପାଖ ଲୋକ କଣ କରିବ ବୋଲି କହି ଗଣ୍ଡଗୋଳ କରିଥିଲେ । ଏନେଇ ୟାସିର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ।