ଓଡିଶା

odisha

ETV Bharat / state

ନିଖୋଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ନିଖୋଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବେଗୁନିଆ ଥାନା ଅନ୍ତର୍ଗତ ସିମର ପଞ୍ଚାୟତର କଣ୍ଟାମଳିମ ଗାଁର ରାଜୁ ମାର୍ଥାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ନିଖୋଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ନିଖୋଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

By

Published : Feb 4, 2020, 9:09 PM IST

ଖୋର୍ଦ୍ଧା: ଜିଲ୍ଲାର ବେଗୁନିଆ ଥାନା ଅନ୍ତର୍ଗତ ଗଡମାଣିତୀର ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଝୁଲନ୍ତା ମୃତଦେହ ଉଦ୍ଧାର । ସ୍କୁଲ ଖେଳ ପଡିଆର ଏକ ଗଛରୁ ଉଦ୍ଧାର କରିଛି ବେଗୁନିଆ ପୋଲିସ।

ଘଟଣାରୁ ଜଣାପଡିଛିଯେ, ଛାତ୍ର ଜଣକ ବେଗୁନିଆ ଥାନା ଅନ୍ତର୍ଗତ ସିମର ପଞ୍ଚାୟତର କଣ୍ଟାମଳିମ ଗାଁର ରାଜୁ ମାର୍ଥା । ସେ ଗଡମାଣିତୀରରେ ନିଜ ମାଉସୀଘରେ ରହି ପାଠପଢୁଥିଲେ। ହେଲେ କୌଣସି କାରଣରୁ ଗତ ଦୁଇଦିନ ଧରି ସେ ନିଖୋଜ ଥିବା ନେଇ ବେଗୁନିଆ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା।

ନିଖୋଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ହେଲେ ମଙ୍ଗଳବାର ତାଙ୍କର ମୃତଦେହ ସ୍କୁଲ ଖେଳପଡିଆରେ ଥିବା ଏକ ଗଛରେ ଝୁଲୁଥିବା ଗ୍ରାମବାସୀ ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବେଗୁନିଆ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି । ଛାତ୍ରଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସମସ୍ତ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details