ଓଡିଶା

odisha

By

Published : May 23, 2022, 1:44 PM IST

ETV Bharat / state

ଭଙ୍ଗା ଘରେ ୨ଜଣ ଶିକ୍ଷକରେ ଚାଲିଛି ସ୍କୁଲ୍‌, ତାଲା ପକାଇ ଛାତ୍ରଛାତ୍ରୀଙ୍କ ଧାରଣା

ସ୍କୁଲ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା । ଶ୍ରେଣୀଗୃହ ମରାମତି ଓ ଶିକ୍ଷକ ପଦବୀ ପୂରଣ ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ହଳଦୀପଦା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲର ବିଭିନ୍ନ ସମସ୍ୟା ନେଇ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି । ଅଧିକ ପଢ଼ନ୍ତୁ

student protest at bolagarh in khordha
ଶିକ୍ଷକ ପଦବୀ ପୂରଣ ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଖୋର୍ଦ୍ଧା: ସ୍କୁଲ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ । ଶ୍ରେଣୀଗୃହ ମରାମତି ଓ ଶିକ୍ଷକ ପଦବୀ ପୂରଣ ଦାବିରେ ସ୍କୁଲ୍‌ରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ହଳଦୀପଦା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲର ବିଭିନ୍ନ ସମସ୍ୟା ନେଇ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି । ସ୍କୁଲରେ ୧୫୦ ଛାତ୍ରଛାତ୍ରୀଙ୍କ ପାଇଁ ୫ଜଣ ଶିକ୍ଷକ ନିଯୁକ୍ତ ହୋଇଥିଲେ ମଧ୍ୟ ଏବେ ମାତ୍ର ୨ଜଣ ରହିଛନ୍ତି ।

ଶିକ୍ଷକ ପଦବୀ ପୂରଣ ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି କହିଛନ୍ତି ଅଭିଭାବକ । ଶିକ୍ଷକ ମାନଙ୍କୁ ଅନ୍ୟତ୍ର ବଦଳି କରାଯାଇ ଖାଲି ପଦବୀକୁ ପୂରଣ କରାଯାଉନି। ସେହିଭଳି ବିଦ୍ୟାଳୟରେ ଛାତ୍ରଛାତ୍ରୀ ବିପଦ ସଙ୍କୁଳ ଅବସ୍ଥାନରେ ରହିଥିବା ପୁରୁଣା ଓ ଭଙ୍ଗା ଘରେ ପାଠ ପଢୁଛନ୍ତି । ବିଦ୍ୟାଳୟଟି ବହୁ ପୁରାତନ ହୋଇଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଓ ବିଭିନ୍ନ ସମସ୍ୟା ନେଇ ମଧ୍ୟ ଅଭିଭାବକ ମାନଙ୍କ ପକ୍ଷରୁ ଦାବି ହୋଇଆସୁଛି ।

କିନ୍ତୁ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ସୁଫଳ ମିଳିପାରିନାହିଁ । ଫଳରେ ବାଧ୍ୟ ହୋଇ ସ୍କୁଲରେ ତାଲା ପକାଇବା ସହ ଛାତ୍ରଛାତ୍ରୀ ଓ ଅବିଭାବକମାନେ ଧାରଣା ଦେଇଛନ୍ତି । ସେପଟେ ବୋଲଗଡ଼ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ବୁଝାସୁଝା କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details