ଖୋର୍ଦ୍ଧା: ରାଜ୍ୟରେ ଭୟଙ୍କର ରୂପ ନେଲାଣି କୋରୋନା ମହାମାରୀର ଦ୍ବିତୀୟ ଲହର । ଗାଁ ଠୁ ସହର ସବୁଠି ଭୟର ବାତାବରଣ । କୋରୋନା ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ସବୁଠି ଆରମ୍ଭ ହୋଇଗଲାଣି ପ୍ରକ୍ରିୟା । ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଦିନ ସଂକ୍ରମଣ ହାର ବଢୁଥିବାବେଳେ ଏହାକୁ ଦୃଷ୍ଟିରେ ଜିଲ୍ଲାରେ କୋଭିଡ ଗାଇଡଲାଇନକୁ କଡାକଡି କରିଛି ଜିଲ୍ଲା ପ୍ରଶାସନ । ସମଗ୍ର ଜିଲ୍ଲାରେ ମାସ୍କ ଓ ସାମାଜିକ ଦୂରତା ଉପରେ କଡା ନଜର ରଖିବାକୁ ଜିଲାର ସମସ୍ତ ତହସିଲଦାର, ବିଡ଼ିଓ ଏବଂ ଥାନା ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ଘାରିଲାଣି କୋରୋନା ଭୟ, କଡାକଡି ହେଉଛି ମାସ୍କ ଚେକିଂ - district administration of khurda
ଖୋର୍ଦ୍ଧାରେ କ଼ଡାକଡି ହେଲା ମାସ୍କ ଚେକିଂ । ଅଧିକ ପଢନ୍ତୁ....
ଘରିଲାଣି କରୋନା ଭୟ, କଡାକଡି ହେଉଛି ମାସ୍କ ଚେକିଂ085
ଘରିଲାଣି କରୋନା ଭୟ, କଡାକଡି ହେଘରିଲାଣି କରୋନା ଭୟ, କଡାକଡି ହେଉଛି ମାସ୍କ ଚେକିଂଉଛି ମାସ୍କ ଚେକିଂ
ସେହିପରି ଆଜି ବେଗୁନିଆ ଥାନା ଛକ ଠାରେ ମାସ୍କ ଚେକିଂ କରିଛନ୍ତି ଅତିରିକ୍ତ ତହସିଲଦାର । ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ପାଇଁ ରାଜ୍ୟ ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କୋଭିଡ ନିୟମ ସଠିକ ଅନୁପାଳନ କରୁନଥିବା ଅମାନିଆଙ୍କ ଠାରୁ ଆଜି 28ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ବେଗୁନିଆ ବଜାର ଉପରେ ବ୍ୟବସାୟୀମାନଙ୍କୁ କୋରୋନା କଟକଣା ମାନିବା ସହ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ସାମାଜିକ ଦୂରତା ରକ୍ଷା କରିବାକୁ ତାଗିଦ କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ