ଓଡିଶା

odisha

ETV Bharat / state

Hockey World cup: ଟ୍ରାଫିକ ସମସ୍ୟା ନେଇ ଦୋକାନ ଉଚ୍ଛେଦ ହେଉଥିବା କହିଲା BMC - ଉଠାଦୋକାନୀ ମହାସଂଘ ଆନ୍ଦୋଳନ

ନିଖିଳ ଓଡିଶା ରାସ୍ତାପାର୍ଶ୍ଵ ଉଠାଦୋକାନୀ ମହାସଂଘ ପକ୍ଷରୁ ଉତ୍ତର ବିଏମ୍ସି କାର୍ଯ୍ୟାଳୟ ଘେରାଉ । ଅଧିକ ପଢନ୍ତୁ

ନିଖିଳ ଓଡିଶା ରାସ୍ତାପାର୍ଶ୍ଵ ଉଠାଦୋକାନୀ ମହାସଂଘର ବିକ୍ଷୋଭ
ନିଖିଳ ଓଡିଶା ରାସ୍ତାପାର୍ଶ୍ଵ ଉଠାଦୋକାନୀ ମହାସଂଘର ବିକ୍ଷୋଭ

By

Published : Dec 23, 2022, 11:01 PM IST

Hockey World cup: ଟ୍ରାଫିକ ସମସ୍ୟା ନେଇ ଦୋକାନ ଉଚ୍ଛେଦ ହେଉଥିବା କହିଲା BMC

ଭୁବନେଶ୍ବର:ନିଖିଳ ଓଡିଶା ରାସ୍ତାପାର୍ଶ୍ଵ ଉଠାଦୋକାନୀ ମହାସଂଘ ପକ୍ଷରୁ ଉତ୍ତର ବିଏମ୍ସି କାର୍ଯ୍ୟାଳୟ ଘେରାଉ କରାଯାଇଛି । ହକି ବିଶ୍ବକପ ନେଇ ଭୁବନେଶ୍ବରରେ ଜୋରଦାର ପ୍ରସ୍ତୁତି ଜାରି ରହିଛି । ସ୍ମାର୍ଟ ସିଟିର ସୌନ୍ଦର୍ଯ୍ୟକରଣ ସହିତ ତାହାର ପରିମଳ ବ୍ୟବସ୍ଥା ନେଇ BMC ବିଭିନ୍ନ ପଦକ୍ଷେପ ହାତକୁ ନେଇଛି । ଏନେଇ ରାଜଧାନୀର ରାସ୍ତାକଡରେ ଥିବା ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି । ଏହାକୁ ପ୍ରତିବାଦ କରିଛନ୍ତି ଉଠାଦୋକାନୀ ।

ହାତରେ ବାଡ଼ି ଧରି ସହ ସହ ସଂଖ୍ୟାରେ ପଟିଆ ଛକରୁ ନାଲକୋ ଯାଏ ଚାଲି ଚାଲି ଆସିଥିଲେ ଆନ୍ଦୋଳନକାରୀ । ଉଠାଦୋକାନୀଙ୍କ ବିକ୍ଷୋଭ ସମୟରେ ରାସ୍ତା ଭିଡ ରହିଥିଲା । ସେମାନଙ୍କ ଭାତ ହାଣ୍ଡି ଛଡାଇ ନିଆଯାଉଥିବା ନାରା ଦେଇ BMCର ଏଭଳି ପଦକ୍ଷେପକୁ ପ୍ରତିବାଦ କରିଥିଲେ । ଏହାକୁ ନେଇ ବ୍ୟବସାୟୀ ଋଣରେ ବୁଡି ରହିଥିବା ବେଳେ ପରିବାର ପ୍ରତିପୋଷଣ କରିବା ସେମାନଙ୍କ ପାଇଁ ଅସମ୍ଭାବ ହୋଇପଡିଛି । କାରଣ ଥଇଥାନ ବ୍ୟବସ୍ଥା ନ କରି କୌଣସି ନୋଟିସ ନଦେଇ ବିଏମ୍ସି ସେମାନଙ୍କ ଦୋକାନ ଭାଙ୍ଗିଦେଇଛି ।

ଏବାବଦରେ ଜଣେ ଆନ୍ଦୋଳନକାରୀ କହିଛନ୍ତି, "ସେମାନଙ୍କ ଦୋକାନ ବେଆଇନ ଥିଲା ତେବେ ସମୟ ଦେଇଥାନ୍ତେ । ନୋଟିସ ଦେବା ପରେ ଦୋକାନ ଭାଙ୍ଗିଥାନ୍ତେ । ଏହା ନ କରି ବର୍ଷ ବର୍ଷ ଧରି ଦୋକାନ ପାଇଁ ଟ୍ୟାକ୍ସ ନେଉଥିଲେ ବି ଦୋକାନକୁ ଭାଙ୍ଗି ଦେଇଛନ୍ତି । ତେଣୁ ବିଏମସିର ଏହି ପଦକ୍ଷେପକୁ ଆମେ ଦୃଢ ବିରୋଧ କରୁଛୁ ।" ଉଠାଦୋକାନୀଙ୍କର ପ୍ରଥମେ ଥଇଥାନ କରାଯାଉ । ପରେ ଦୋକାନ ଭଙ୍ଗା ଯାଉ ବୋଲି ଦାବି ରଖିଥିଲେ ବିକ୍ଷୋଭକାରୀ । ତେବେ ଏହି ସମୟରେ ପୋଲିସ ଓ ଉଠାଦୋକାନୀ ମୁହାଁମୁହିଁ ହୋଇଥିଲେ । ଅନେକ ସମୟ ଧରି ଠେଲା ପେଲା ଓ ଯୁକ୍ତି ତର୍କ ଚାଲିଥିଲା । ପରେ ପୋଲିସ ବୁଝେଇବା ପରେ ଶାନ୍ତ ପଡ଼ିଥିଲେ ଆନ୍ଦୋଳନକାରୀ ।

ଏହା ପରେ ୧୧ ଜଣିଆ ପ୍ରତିନିଧି ବିଏମ୍ସି ଅତିରିକ୍ତ କମିଶନରଙ୍କ ସହ ଆଲୋଚନ ଘଟଣା ବାବଦରେ ଆଲୋଚନା କରିଥିଲେ ।

ଏନେଇ ବିଏମ୍ସି କମିଶନର ନିଜ ପ୍ରତିକ୍ରିୟା ରଖି କହିଥିଲେ ଯେ, ଯେଉଁଠି ଟ୍ରାଫିକ ସମସ୍ୟା କିମ୍ବା ଉନ୍ନତ କାମ ପାଇଁ ସମସ୍ୟା ଅଛି ସେଠାରୁ ଦୋକାନୀଙ୍କ ଅନୁମତିରେ ହିଁ ଉଚ୍ଛେଦ କରାଯାଇଥିଲା l ବହୁତ ଉଠାଦୋକାନୀଙ୍କୁ ଠେଲା ଦୋକାନ ବେପାର କରିବାକୁ କୁହାଯାଇଛି l ନହେଲେ ବିନା କାରଣରେ କୌଣସି ଉଠାଦୋକାନୀଙ୍କୁ ବିଏମସି ହାତ ଲଗାଉନାହିଁ ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details