ଓଡିଶା

odisha

ETV Bharat / state

Ayodhya Ram Mandir: ଭଗବାନ ରାମଲାଲାଙ୍କ ପ୍ରତିମା ପାଇଁ ଓଡିଶାରୁ ଆସିଲା ପଥର - ରାମ ମନ୍ଦିର ଟ୍ରଷ୍ଟ କୋଷାଧ୍ୟକ୍ଷ

ପ୍ରଭୁ ଶ୍ରୀରାମଙ୍କ ପ୍ରତିମା ପାଇଁ ନେପାଳ, କର୍ଣ୍ଣାଟକ, ରାଜସ୍ଥାନ ଓ ଓଡିଶାରୁ ପଥର ଆସିସାରିଛି । ଆଗାମୀ ଏକ ମାସ ମଧ୍ୟରେ ଆଉ କିଛି ପଥର ଆସିପାରେ । ଆସିଥିବା ସମସ୍ତ ପଥରର ନମୁନା ସଂଗ୍ରହ କରାଯାଇଛି । ସମସ୍ତ ନମୁନା ପରୀକ୍ଷଣ ପାଇଁ ପଠାଯିବ । ଅଧିକ ପଢନ୍ତୁ

ଭଗବାନ ରାମଲାଲାଙ୍କ ପ୍ରତୀମା ପାଇଁ ଓଡିଶାରୁ ଆସିଲା ପଥର
ଭଗବାନ ରାମଲାଲାଙ୍କ ପ୍ରତୀମା ପାଇଁ ଓଡିଶାରୁ ଆସିଲା ପଥର

By

Published : Mar 27, 2023, 9:17 PM IST

ଅଯୋଧ୍ୟା: ଭଗବାନ ରାମଲାଲାଙ୍କ ପ୍ରତିମା ନିର୍ମାଣ ପାଇଁ ଓଡିଶାରୁ ଅଯୋଧ୍ୟା ଆସିଲା ସ୍ବତନ୍ତ୍ର ପଥର । ଏହି ପଥରରେ ନିର୍ମାଣ ହୋଇପାରେ ଭଗବାନଙ୍କ ପ୍ରତିମା । ଯାହା ଗର୍ଭଗୃହରେ ବିରାଜମାନ ହୋଇପାରନ୍ତି । ଆଉ କୋଟିକୋଟି ଭକ୍ତଙ୍କୁ ଦର୍ଶନ ଦେଇପାରନ୍ତି । ଏନେଇ ରାମ ମନ୍ଦିର ଟ୍ରଷ୍ଟ କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି ମହାରାଜ କହିଛନ୍ତି ଯେ, ନେପାଳ, ରାଜସ୍ଥାନ, କର୍ଣ୍ଣାଟକ ପରେ ଓଡିଶାରୁ ମଧ୍ୟ ଏକ ପଥର ଆସି ପହଞ୍ଚିଛି ।

ରାମ ମନ୍ଦିର ଟ୍ରଷ୍ଟ କୋଷାଧ୍ୟକ୍ଷ କହିଛନ୍ତି, ‘‘ଭଗବାନ ରାମ ଲାଲାଙ୍କ ପ୍ରତୀମା ପାଇଁ ନେପାଳ, କର୍ଣ୍ଣାଟକ, ରାଜସ୍ଥାନ ଓ ଓଡିଶାରୁ ପଥର ଆସିସାରିଛି । ଆଗାମୀ ଏକ ମାସ ମଧ୍ୟରେ ଆଉ କିଛି ପଥର ଆସିପାରେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଆସିଥିବା ସମସ୍ତ ପଥରର ନମୁନା ସଂଗ୍ରହ କରାଯାଇଛି । ସମସ୍ତ ନମୁନା ପରୀକ୍ଷଣ ପାଇଁ ପଠାଯିବ । ତେବେ କେଉଁ ପଥରରେ ନିର୍ମାଣ ହେବ ଭଗବାନଙ୍କ ପ୍ରତୀମା ତାହା ନିର୍ଣ୍ଣୟ ହୋଇନାହିଁ ।’’

ଏହାବି ପଢନ୍ତୁ- ଜାନକୀଙ୍କ ଦେଶରୁ ଆସୁଛି ସାଲିଗ୍ରାମ ଶିଳା, ନିର୍ମାଣ ହୋଇପାରେ ପ୍ରଭୁ ଶ୍ରୀରାମଙ୍କ ପ୍ରତୀମା

ମିଳିଥିବା ସୂଚନା ଅନୁସାରେ ଭଗବାନଙ୍କ ଶ୍ୟାମଳବର୍ଣ୍ଣର ପ୍ରତୀମା ନିର୍ମାଣ ହେବ ଓ ଏହା ବାଳକ ସ୍ବରୂପ ହେବ । କେଉଁ ଶିଳ୍ପୀ ପ୍ରତିମା ନିର୍ମାଣ କରିବେ ତାହା ମଧ୍ୟ ବିଚାର ବିମର୍ଶ ଚାଲିଛି । ରାମ ଜନ୍ମଭୂମି ନିର୍ମାଣ ସମିତିର ଆଗାମୀ ବୈଠକରେ ପଥର ଚୟନ ସହ ଶିଳ୍ପୀ ମଧ୍ୟ ଚୟନ ହୋଇପାରନ୍ତି ।

ରାମ ଜନ୍ମଭୂମି ନିର୍ମାଣ ସମିତି ଦେଶର ପ୍ରସିଦ୍ଧ ମୂର୍ତ୍ତୀ ଶିଳ୍ପୀଙ୍କଠାରୁ ରାମ ଭଗବାନଙ୍କ ସ୍ବରୂପ ନମୁନା ସଂଗ୍ରହ କରିଛନ୍ତି । ସମସ୍ତ ପ୍ରତିମାର ନକଲ ଆସିବା ପରେ, ବିଚାର ବିମର୍ଶ ହେବ, କେଉଁ ଶିଳ୍ପୀ ପ୍ରତୀମା ନିର୍ମାଣ କରିବେ । ଏହାରି ମଧ୍ୟରେ ପ୍ରସିଦ୍ଧ ପଥର ଶିଳ୍ପୀ ବାସୁଦେବ କାମତ ନିଜର ପ୍ରତୀମ ନକଲ ନିର୍ମାଣ ସମିତି ସମ୍ମୁଖରେ ଉପସ୍ଥାପନ କରିସାରିଛନ୍ତି । ଆଲୋଚନା ଅନୁସାରେ ଭଗବାନଙ୍କ 5 ବର୍ଷୀୟ ବାଳକ ସ୍ବରୂପ ମୂର୍ତ୍ତୀ ନିର୍ମାଣ କରାଯିବ । ହାତରେ ଧନୁ ତୀର ରହିବ । ଏହା ବ୍ୟତୀତ ଭଗବାନଙ୍କ ଆଭୂଷଣ ପାଇଁ କିଛି ପରିବର୍ତ୍ତନ ମଧ୍ୟ କରାଯିବ ।

ସେପଟେ ରାମ ମନ୍ଦିର ନିର୍ମାଣ କାମ ଜୋରଦାର ହୋଇଛି । ଗର୍ଭଗୃହ କାର୍ଯ୍ୟ 70 ପ୍ରତିଶତ ଶେଷ ହୋଇଛି । ପୂର୍ବରୁ ସ୍ଥିର ହୋଇଥିବା 2023 ସେପ୍ଟେମ୍ବର ସୁଦ୍ଧା ଗର୍ଭଗୃହ ନିର୍ମାଣ ଶେଷ ହୋଇଯିବ । ଅବଶିଷ୍ଟ କାମ 2023 ଶେଷ ସୁଦ୍ଧା ସରିବ । 2024 ମକର ସଂକ୍ରାନ୍ତି ଅବସରରେ ମନ୍ଦିର ପ୍ରତିଷ୍ଠା ହେବ । ଭଗବାନ ରାମଲାଲା ଗର୍ଭଗୃହରେ ବିରାଜମାନ କରିବେ । ତେବେ ଓଡିଶାରୁ ଅଯୋଧ୍ୟା ଆସିଥିବା ପଥର ରାଜ୍ୟର କେଉଁ ଜିଲ୍ଲା ବା କେଉଁ ସ୍ଥାନରୁ ଆସିଛି, ତାହା ସ୍ପଷ୍ଟ କରିନାହାଁନ୍ତି ଟ୍ରଷ୍ଟ କୋଷାଧ୍ୟକ୍ଷ ।

ଇଟିଭି ଭାରତ, ଅଯୋଧ୍ୟା, ୟୁପି

ABOUT THE AUTHOR

...view details