ଖୋର୍ଦ୍ଧା: ପଥର କାରୁକାର୍ଯ୍ୟ ପାଇଁ ଓଡିଶାର ଶିଳ୍ପୀମାନେ ବିଶ୍ବ ପ୍ରସିଦ୍ଧ । ଶିଳ୍ପୀର ନିହଣ ମୁନରେ ଗଢିଉଠେ ଅଲୋଡ଼ା ପଥରରେ ଜୀବନ୍ତ ପ୍ରତିମା । ମାତ୍ର କଞ୍ଚାମାଲ ଅଭାବରୁ ପଥର ଶିଳ୍ପୀମାନେ ହାତ ବାନ୍ଧି ବସିଛନ୍ତି। ଏହାର ସ୍ପଷ୍ଟ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ ଥିବା ପଥର ଶିଳ୍ପୀଙ୍କ କ୍ଷେତ୍ରରେ । ପଥର ଅଭାବ ପ୍ରଭାବିତ କରିଛି ତାଙ୍କ ଜୀବନ ଜୀବିକା ଉପରେ ।
ନରଣଗଡ଼ ନିକଟରେ ଥିବା ବଉଳମାଳିଆ ପାହାଡ଼ରୁ ପଥର ଆଣି ଶିଳ୍ପୀମାନେ ପଥରରେ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ କରି ମୂର୍ତ୍ତିକୁ ଦେଇଥାନ୍ତି ଜୀବନ୍ତ ରୂପ । ମାତ୍ର ବିଡମ୍ବନାର ବିଷୟ 6 ବର୍ଷ ହେବ ଠିକ ଭାବେ ପଥର ନ ମିଳିବାରୁ ଜିଲ୍ଲାର ଶିଳ୍ପୀମାନେ ଏବେ ହାତବାନ୍ଧି ବସିଛନ୍ତି । ଏ ହେଉଛି ପଥର ଶିଳ୍ପୀ କଳ୍ପତରୁ ପଣ୍ଡାଙ୍କ ମିଲନ ପଥର ଶିଳ୍ପ କେନ୍ଦ୍ର । ପଥରରେ ସୂକ୍ଷ୍ମ କାରୁକାର୍ଯ୍ୟ କରିବାରେ ମାହିର ଶିଳ୍ପୀ ଏବେ କଞ୍ଚାମାଲ ଅଭାବରୁ ହାତବାନ୍ଧି ବସିଛନ୍ତି । ଫଳରେ ରୋଜଗାର ନକରି ନିଜର ପେଶାକୁ ଛାଡି ଦାଦନ ଖଟିବାକୁ ସ୍ଥିର କରିଛନ୍ତି ।