ଓଡିଶା

odisha

By

Published : Jul 30, 2020, 10:19 AM IST

ETV Bharat / state

ତହସିଲଦାରଙ୍କୁ ପଥର ମାଫିଆଙ୍କ ଆକ୍ରମଣ

ଚାନ୍ଦପୁର ଥାନା ୧୬ନଂ ଜାତୀୟ ରାଜପଥ ବେଣ୍ଟ ଛକ ନିକଟରେ ମାଫିଆମାନେ ଟାଙ୍ଗୀ ତହସିଲଦାରଙ୍କୁ ଅତର୍କିତ ଆକ୍ରମଣ କରିଛନ୍ତି ।

ତହସିଲଦାରଙ୍କୁ ପଥର ମାଫିଆଙ୍କ ଆକ୍ରମଣ
ତହସିଲଦାରଙ୍କୁ ପଥର ମାଫିଆଙ୍କ ଆକ୍ରମଣ

ଖୋର୍ଦ୍ଧା: ଜିଲ୍ଲା ଟାଙ୍ଗୀ ତହସିଲଦାରଙ୍କୁ ପଥର ମାଫିଆଙ୍କ ଅତର୍କିତ ଆକ୍ରମଣ । ମାଙ୍କଡା ପଥର ଖଣି ଉପରେ ଚଢାଉ ଏବଂ ପଥର ବୋଝେଇ ଗାଡି ଧରପଗଡ ବେଳେ ଏହି ଆକ୍ରମଣ ହୋଇଛି । ଏଥିରେ ତହସିଲଦାରଙ୍କ ସମେତ ଏକାଧିକ କର୍ମଚାରୀ ଆହତ ହୋଇଛନ୍ତି । ଚାନ୍ଦପୁର ଥାନା ୧୬ନଂ ଜାତୀୟ ରାଜପଥ ବେଣ୍ଟ ଛକ ନିକଟରେ ମାଫିଆମାନେ ଆକ୍ରମଣ କରିଥିଲେ ।

ତହସିଲଦାରଙ୍କୁ ପଥର ମାଫିଆଙ୍କ ଆକ୍ରମଣ

ତେବେ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଚାନ୍ଦପୁର ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details