ଓଡିଶା

odisha

ETV Bharat / state

ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଲା "ଆମେ ଗଢିବୁ ନୂଆ ଓଡ଼ିଶା"ର ବ୍ରାଣ୍ଡିଂ - ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଲା ବ୍ରାଣ୍ଡିଂ ଷ୍ଟିକର

ଆଜିଠୁ ରାଜ୍ୟର ସମସ୍ତ ସ୍କୁଲର ନବମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ସାଇକେଲରେ ଲାଗିଲା "ଆମେ ଗଢିବୁ ନୂଆ ଓଡ଼ିଶା"ର ବ୍ରାଣ୍ଡିଂ। ଅଧିକ ପଢନ୍ତୁ

Stickers affixed on free bicycles
Stickers affixed on free bicycles

By ETV Bharat Odisha Team

Published : Nov 30, 2023, 3:35 PM IST

Stickers affixed on free bicycles

ଭୁବନେଶ୍ବର: ଆଜିଠୁ ରାଜ୍ୟର ସମସ୍ତ ସ୍କୁଲର ନବମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ସାଇକେଲରେ ଲାଗିଲା "ଆମେ ଗଢିବୁ ନୂଆ ଓଡ଼ିଶା"ର ବ୍ରାଣ୍ଡିଂ। ପୂର୍ବରୁ ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପ୍ରତି ସ୍କୁଲକୁ ଚିଠି ମାଧ୍ୟମରେ ନିର୍ଦେଶ ଦେଇଥିଲା। ସେହି କ୍ରମରେ ଆଜି ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ସ୍କୁଲର ନବମ ଶ୍ରେଣୀ ପିଲାଙ୍କ ସାଇକେଲରେ ଷ୍ଟିକର ଲାଗିଛି। ଏହା ସହ ‘ଆମେ ପଢିବୁ ବଢିବୁ ଶ୍ରେଷ୍ଠ ହେବୁ'ର ଷ୍ଟିକର ମଧ୍ୟ ଲଗାଯାଇଛି ।

ତେବେ ଏନେଇ କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ଯେ, "ଏହା ସରକାର ନୂଆ ଯୋଜନା ଆଣିଛନ୍ତି । ପିଲାମାନେ କିଭଳି ସ୍ମାର୍ଟ ହେବେ, ସବୁଦିନ ସ୍କୁଲ ଆସିବେ, ଉପସ୍ଥାନ ବଢିବ ସେନେଇ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ଯାହା ଫଳରେ ପିଲାମାନେ ଆଗକୁ ବଢ଼ିପାରିବେ । ସେପଟେ ଛାତ୍ରଛାତ୍ରୀ ମଧ୍ୟ ନୂଆ ସାଇକେଲ ଓ ବ୍ରାଣ୍ଡିଂ ଷ୍ଟିକର ନେଇ ବେଶ ଖୁସି ।" ସେପଟେ ସ୍କୁଲର ବହୁ ପୁରାତନ ଛାତ୍ର କହିଛନ୍ତି ଯେ, "ସରକାର କେବଳ ସ୍କୁଲ ମାନଙ୍କରେ ନୂଆ ଯୋଜନା କଲେ କିଛି ଲାଭ ନାହିଁ । ପିଲାଙ୍କ ପାଠ ପଢାକୁ ଗୁରୁତ୍ୱ ଦିଆଯାଉ । ପିଲାଙ୍କ ପାଠ ପଢ଼ାର ମାନ କମିଲାଣି ସରକାର ସେ ଦିଗରେ ଧ୍ୟାନ ଦିଅନ୍ତୁ।"

ଏହା ମଧ୍ୟ ପଢନ୍ତୁ- ପ୍ରତିଷ୍ଠା ହେବ NMIMS ବିଶ୍ୱବିଦ୍ୟାଳୟ, ଛାତ୍ରଛାତ୍ରୀ ପାଇବେ ଗୁଣାତ୍ମକ ଶିକ୍ଷା

ସେହିପରି ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଶୈକ୍ଷିକ ବିକାଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଉ ଏକ ନୂତନ ପଦକ୍ଷେପ ଗ୍ରହଣ କରିଛି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାର, ଆକାଂକ୍ଷୀ ପାଠ୍ୟକ୍ରମ ଅଧିନରେ କ୍ଲବ୍ ଗଠନ, ହାଉସ୍ ସିଷ୍ଟମ୍‌, ରୂପାନ୍ତରିତ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଭଳି ଅନେକ ବିଷୟରେ ମଧ୍ୟ ପର୍ଯ୍ୟାଲୋଚନା କରାଯାଇଛି । ସ୍ମାର୍ଟ ଶ୍ରେଣୀଗୃହ, ଇ-ପାଠାଗାର, ବିଜ୍ଞାନ ପରୀକ୍ଷାଗାର, ଶୁଦ୍ଧ ପାନୀୟ ଜଳ, ପୃଥକ ଶୌଚାଳୟ, ବିଦ୍ୟାଳୟ ପରିସରର ରକ୍ଷଣା ବେକ୍ଷଣ ପାଇଁ ପଦକ୍ଷେପ ନିଆଯାଉଛି ।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ବିକାଶ କରିବା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଯେଭଳି କି ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା, ମେଧାବୃତ୍ତି, ପଠାଣି ସାମନ୍ତ, ଏନ୍ ଆର୍ ଟି ଏସ ମେଧାବୃତ୍ତି, ପ୍ରି ପୋଷ୍ଟ ମେରିଟ୍ ଲିଷ୍ଟ ମେଧାବୃତ୍ତି, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, କାଳିଆ ମେଧାବୃତ୍ତି ଯୋଜନା ଭଳି ଅନେକ ଯୋଜନା ଆଦି ଯୋଗାଇ ଦିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details