ଓଡିଶା

odisha

ETV Bharat / state

ସରକାରୀ କ୍ୱାର୍ଟରରୁ ଚୋରି ହେଉଛି, ପୋଲିସ କାମରେ ଅବହେଳା କରିଛି: ପ୍ରବୋଧଙ୍କ ବାପା - ଭୁବନେଶ୍ବର ଖବର

ମିଳିଲା ଚୋରି ହୋଇଥିବା ଜିନିଷ । ଖୁସି ପ୍ରକାଶ କଲେ ହକି ତାରକା ଓ ତାଙ୍କ ପରିବାର ବର୍ଗ । ଅଧିକ ପଢ଼ନ୍ତୁ

stealing 14 medals
ମିଳିଲା ଚୋରି ଜିନିଷ

By

Published : Jan 28, 2023, 10:41 PM IST

ମିଳିଲା ଚୋରି ଜିନିଷ


ଭୁବନେଶ୍ବର: ଚୋରି ହୋଇଥିବା ଜିନିଷ ମିଳିବା ପରେ ଖୁସି ପ୍ରକଟ କରିଛନ୍ତି ପ୍ରବୋଧଙ୍କ ବାପା ଏ.ତିର୍କି । ଗତକାଲି (ଶୁକ୍ରବାର) ପୂର୍ବତନ ଭାରତୀୟ ହକି ଟିମ୍ ଅଧିନାୟକ ତଥା ପୂର୍ବତନ ହକି ତାରକା ପ୍ରବୋଧ ତିର୍କିଙ୍କ ଚୋରି ଜିନିଷ ମିଳିଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଗିରଫ କରିଥିଲା ।

ତେବେ ଏହାରି ଭିତରେ ତାଙ୍କ ମନରେ ଥିବା କ୍ଷୋଭକୁ ମଧ୍ୟ ପ୍ରକାଶ କରିଛନ୍ତି ପ୍ରବୋଧଙ୍କ ବାପା ଏ ତିର୍କି । ସେ କହିଛନ୍ତି, ''ସରକାରୀ କ୍ବାର୍ଟରରୁ ଚୋରି ହେଉଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ଘର ସାମ୍ନାରୁ ଚୋରି ହେଉଛି। ତେବେ ସାଧାରଣ ଲୋକଙ୍କ ଘର ଏଠାରେ କେତେ ସୁରକ୍ଷିତ ଏଥିରୁ ଜଣାପଡୁଛି । ଯଦି ପୋଲିସ ନିୟମିତ ତା କାର୍ଯ୍ଯ ଠିକ୍ ଭାବେ କରନ୍ତା ତାହାଲେ ହୁଏତ ଚୋରିରେ ରୋକ ଲାଗନ୍ତା ଏବଂ ଚୋରର ମଧ୍ୟ ଡର ରହନ୍ତା । ଯେତେବେଳେ ଜାଣିଲୁ ଘରୁ ଚୋରି ହୋଇଛି ଆମେ ଭାଙ୍ଗି ପଡିଥିଲୁ। ପ୍ରବୋଧ କେତେ ପରିଶ୍ରମ କରି ମେଡାଲ ଆଣିଥିଲା । ସେସବୁ ଚୋରି ପରେ ସେ ପୁରା ଭାଙ୍ଗିପଡିଥିଲା ।''

ସୂଚନାନୁସାରେ ଗତ ୨୧ତାରିଖରେ ପୂର୍ବତନ ଭାରତୀୟ ହକି ଟିମ ଅଧିନାୟକ ତଥା ପୂର୍ବତନ ହକି ତାରକା ପ୍ରବୋଧ ତିର୍କିଙ୍କ ଘରୁ ଚୋରି ହୋଇଥିଲା । ଚୋର ଘର ଭିତରୁ ଟିଭି ସମେତ କ୍ୟାମେରା, ମେଡାଲ ଓ ବିଭିନ୍ନ ଘରକରଣା ଜିନିଷ ଚୋରି କରି ନେଇଥିଲେ। ଏନେଇ ୨୨ତାରିଖରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ପ୍ରବୋଧଙ୍କ ପରିବାର ।

ଏହାମଧ୍ୟ ପଢ଼ନ୍ତୁ. ବଦଳିଲା ରାଷ୍ଟ୍ରପତି ଭବନ ମୋଗଲ ଗାର୍ଡେନର ନାମ, ହେଲା ଅମୃତ ଉଦ୍ୟାନ

ପୋଲିସ ଅଭିଯୋଗକୁ ଭିତ୍ତି କରି ୫ଜଣ ଅଭିଯୁକ୍ତଙ୍କୁ ସିସିଟିଭିରୁ ଠାବ ପରେ ଗିରଫ କରିଛି । ତେବେ ଏଥିରେ ସାମିଲ ଥିବା ଆଉ ଜଣେ ଅଭିଯୁକ୍ତ ଏଯାଏଁ ଫେରାର ରହିଛି । ଏହି ୫ଜଣ ଅଭିଯୁକ୍ତ କେବଳ ପ୍ରବୋଧ ତିର୍କିଙ୍କ ଘରେ ନୁହେଁ ଓଏସ ଜ୍ୟୋତିରଞ୍ଜନ ମିଶ୍ରଙ୍କ ଘରୁ ମଧ୍ୟ ଚୋରି କରିଛନ୍ତି । ଏମାନଙ୍କ ମଧ୍ୟରେ କିଛି ପେସାଦାର ଅପରାଧୀ ଅଛନ୍ତି। ଯେଉଁମାନଙ୍କ ନାମରେ ୧୧୦ ମାମଲା ରୁଜୁ ହୋଇଛି ।

ସୂଚନାନୁସାରେ ଚଳିତ ମାସ ୨୧ ତାରିଖରେ ହକି ତାରକାଙ୍କ ଘରେ କଳା କନା ବୁଲାଇଥିଲେ ଦୁର୍ବୃତ୍ତ । ପୂର୍ବତନ ହକି ଖେଳାଳି ତଥା ପୂର୍ବତନ ହକି କ୍ୟାପଟେନ ପ୍ରବୋଧ ତିର୍କିଙ୍କ ଘରୁ ଅନେକ ମୂଲ୍ୟବାନ ଜିନିଷ ପଦାର୍ଥ ସହ ତାଙ୍କ ସମସ୍ତ ପରିଶ୍ରମକୁ ମଧ୍ୟ ଚୋରି କରିନେଇଥିଲେ । ଖେଳ କ୍ୟାରିଅର ଭିତରେ ଜିତିଥିବା ସମସ୍ତ ମେଡାଲକୁ ଏହି ଦୁର୍ବୃତ୍ତମାନେ ଚୋରି କରିନେଇଥିଲେ । ଏନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ପ୍ରବୋଧଙ୍କ ପରିବାର ଲୋକେ । ସେଠାରେ ପୋଲିସ ସେମାନଙ୍କୁ ଆଶ୍ବାସନା ଦେଇଥିଲେ ଯେ ଖୁବଶୀଘ୍ର ଚୋରି ଜିନିଷ ଆମେ ଆଣିଦେବୁ । ଏହାପରେ ଆଜି ପ୍ରବୋଧଙ୍କ ଚୋରି ହୋଇଥିବା ଜିନିଷକୁ ଫେରାଇଛି ପୋଲିସ । ଯାହାକୁ ନେଇ ଖୁସି ପ୍ରକଟ କରିଛନ୍ତି ପ୍ରବୋଧଙ୍କ ପରିବାର ଲୋକେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ABOUT THE AUTHOR

...view details