ଓଡିଶା

odisha

ETV Bharat / state

ସାବୁନରେ ଆକର୍ଷଣୀୟ କଳାକୃତି, ଚର୍ଚ୍ଚାରେ ଖୋର୍ଦ୍ଧାର ସତ୍ୟବ୍ରତ - ଖୋର୍ଦ୍ଧା ବେଗୁନିଆ ବ୍ଲକ ବାଘମାରି

ଖୋର୍ଦ୍ଧା ବେଗୁନିଆ ବ୍ଲକ ବାଘମାରି ଗ୍ରାମର ସତ୍ୟବ୍ରତ ସେଠୀ ତିଆରି କରନ୍ତି ସାବୁନରେ ମୂର୍ତ୍ତି । ଯାହା ମନଲୋଭା ଓ ଖୁବ ଆକର୍ଷଣୀୟ । ମାତ୍ର ପରିଶ୍ରମ ଅନୁଯାୟୀ ସତ୍ୟବ୍ରତଙ୍କୁ କମ ପାରିଶ୍ରମିକ ମିଳୁଥିବାରୁ ତାଙ୍କ କଳାକୃତିକୁ ବଞ୍ଚାଇବା ପାଇଁ ସରକାରୀ ସହଯୋଗ ଲୋଡିଛନ୍ତି ସ୍ଥାନୀୟ ବାସିନ୍ଦା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Sep 30, 2019, 11:37 PM IST

Updated : Oct 1, 2019, 9:39 AM IST

ଖୋର୍ଦ୍ଧା: ଆଗ୍ରହ ଓ ଇଛା ଶକ୍ତି ଥିଲେ ମଣିଷ ସବୁକିଛି କରିପାରେ । ପିଲାଟି ଦିନରୁ ସାବୁନରେ କଳାକୃତି କରିବାର ନିଶା ଯୁବାବସ୍ଥାରେ ପେସାରେ ପରିଣତ ହୋଇଛି ।

ଦେଖନ୍ତୁ ଏହି ମନଲୋଭା ମୂର୍ତ୍ତିକୁ... ଏହା ମାଟି କି ପ୍ଲାଷ୍ଟର ଅଫ ପ୍ୟାରିସର ନୁହେଁ ବରଂ ସାବୁନରେ ତିଆରି ମୂର୍ତ୍ତି । ଆଖି ଝଲସି ଉଠୁଥିବା ଭଳି ଏହି ମୂର୍ତ୍ତିକୁ ତିଆରି କରିଛନ୍ତି ଖୋର୍ଦ୍ଧା ବେଗୁନିଆ ବ୍ଲକ ବାଘମାରି ଗ୍ରାମର ସତ୍ୟବ୍ରତ ସେଠୀ । ପିଲାଟି ଦିନରୁ ସାବୁନରେ ହସ୍ତଶିଳ୍ପ ପ୍ରସ୍ତୁତ କରିବା ଥିଲା ତାଙ୍କ ନିଶା । ମୂର୍ତ୍ତି ଗୁଡିକ ଅତି ନମନୀୟ ଓ ଆକର୍ଷଣୀୟ ହୋଇଥିବାରୁ ଏହାକୁ କିଣିବାକୁ ଲୋକେ ଧାଇଁ ଆସନ୍ତି । ପୁଅର ଏହି କଳାକୃତିରେ ବାପା ମଧ୍ୟ ବେଶ ଖୁସି । ହେଲେ ଗୋଟିଏ ମୂର୍ତ୍ତି ତିଆରି କରିବାକୁ ତାଙ୍କୁ ଦିନଟିଏ ଲାଗୁଥିବା ବେଳେ ଶହେରୁ ଦୁଇ ଶହ ଟଙ୍କାରେ ବିକିଥାନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଖୋର୍ଦ୍ଧା
ସତ୍ୟବ୍ରତଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ସାବୁନ କାରୁକାର୍ଯ୍ୟ ଦେଖିବା ପାଇଁ ପ୍ରତିଦିନ ତାଙ୍କ ଘରେ ସ୍ଥାନୀୟ ବାସିନ୍ଦାଙ୍କ ଭିଡ଼ ଜମେ । ଘରେ ସଜେଇ ରଖିବା ପାଇଁ ସାବୁନ ମୂର୍ତ୍ତି କିଣି ନେଇଥାନ୍ତି ଲୋକେ । ମାତ୍ର ପରିଶ୍ରମ ଅନୁଯାୟୀ ସତ୍ୟବ୍ରତଙ୍କୁ କମ ପାରିଶ୍ରମିକ ମିଳୁଥିବାରୁ ତାଙ୍କ କଳାକୃତିକୁ ବଞ୍ଚାଇବା ପାଇଁ ସରକାରୀ ସହଯୋଗ ଲୋଡିଛନ୍ତି ସ୍ଥାନୀୟ ବାସିନ୍ଦା ।

ସରକାର କଳା ସଂସ୍କୃତିକୁ ବଞ୍ଚାଇ ରଖିଥିବା ଶିଳ୍ପୀଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । କିନ୍ତୁ କିପରି ଜଣେ ଶିଳ୍ପୀ ତାର ପରିଶ୍ରମର ଉଚିତ ମୂଲ୍ୟ ପାଇବେ ଓ ଏହି କଳାକୃତିର ବ୍ୟବସାୟ ବୃଦ୍ଧିହେବ, ସେ ପ୍ରତି ସରକାର ଯତ୍ନବାନ ହେଲେ ସତ୍ୟବ୍ରତ ଉପକୃତ ହୋଇପାରିବେ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Oct 1, 2019, 9:39 AM IST

ABOUT THE AUTHOR

...view details