ଭୁବନେଶ୍ବର:5ଟି ରାଜ୍ୟର ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଜିତିବା ନେଇ କଂଗ୍ରେସର ଦମ୍ଭୋକ୍ତି । 5ଟି ରାଜ୍ୟର ନିର୍ବାଚନ ଫଳାଫଳ କଂଗ୍ରେସ ସପକ୍ଷରେ ଯିବ ବୋଲି କହିଛନ୍ତି ଛତିଶଗଡ଼ ଷ୍ଟାର ପ୍ରଚାରକ ତଥା ଓପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସ 5ଟି ରାଜ୍ୟରେ ସରକାର ଗଢ଼ିବ ଆଉ ଏହାର ପ୍ରଭାବ ଓଡିଶା ଉପରେ ପଡିବା ନେଇ ସେ ଆଶାବାଦୀ ଅଛନ୍ତି ।
"5 ରାଜ୍ୟର ଫଳାଫଳ କଂଗ୍ରେସ ସପକ୍ଷରେ ଯିବ ଆଉ ଓଡ଼ିଶାରେ ଏହାର ବଡ଼ ପ୍ରଭାବ ପଡିବ । ଡିସେମ୍ବର 3 ତାରିଖରେ 5ଟି ରାଜ୍ୟ ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ମିଜୋରାମର ନିର୍ବାଚନୀ ଫଳାଫଳ ଘୋଷଣା ହେବ । ଏହାର ଅନୁକୂଳ ପ୍ରଭାବ ଓଡିଶା ରାଜନୀତି ଉପରେ ପଡିବ । ଫଳରେ ଓଡ଼ିଶାରେ କଂଗ୍ରେସ ଲୋକଙ୍କ ଆସ୍ଥାଭାଜନ ହେବ । ଆଉ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ" ଆଜି କଂଗ୍ରେସ ଭବନରେ ଏଭଳି ଭବିଷ୍ୟବାଣୀ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ତେବେ ଶରତ ଛତିଶଗଡ଼ରେ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଥିଲେ । ଦୁଇ ପର୍ଯ୍ୟାୟରେ ଶରତ ପଟ୍ଟନାୟକ ରାୟପୁର ଏବଂ ରାୟଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ତେଲେଙ୍ଗାନାରେ କଂଗ୍ରେସ ଭଲ ସ୍ଥିତିରେ ଥିବାବେଳେ BRS ଏବଂ ବିଜେପିକୁ ପଛରେ ପକାଇବାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଭୋଟରଙ୍କ ମୁଡ ପରଖିଥିଲା । ସେହିପରି ଛତିଶଗଡ଼ରେ କଂଗ୍ରେସ ପୁନର୍ବାର କ୍ଷମତା ବଜାୟ ରଖିବ ଏବଂ ଭୁପେଶ ବଘେଲ ସରକାର ଛତିଶଗଡ଼ବାସୀଙ୍କ ବିଶ୍ୱାସ ଜିତିବା ନେଇ ଚର୍ଚ୍ଚା ହେଉଛି ।
ଏହା ବି ପଢନ୍ତୁ...ଡିସେମ୍ବର 1ରେ କଂଗ୍ରେସ ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହେବ ତୁଳସୀ