ଭୁବନେଶ୍ବର:ଓଡ଼ିଶା ରାଜ୍ୟ ବିହନ ସବ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନଆରଆରଆଇ ଏବଂ ଓଡି଼ଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର ଦ୍ବାରା ବିକଶିତ ହୋଇଥିବା ଧାନ ଫସଲର ବିଭିନ୍ନ କିସମ ରାଜ୍ୟ ସରକାରଙ୍କ ଦ୍ବାରା ଅନୁମୋଦନ ହୋଇଛି । ରାଜ୍ୟ ବିହନ ସବ କମିଟି ଏହାକୁ ଅନୁମୋଦନ ଦେଇଛି । କୃଷି ଓ କୃଷକ ସଶକ୍ତିକରଣର ପ୍ରମୁଖ ଶାସନ ସଚିବ ଡ.ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ସବ କମିଟି ବୈଠକ ବସିଥିଲା । ଏଥିରେ ବିକଶିତ ଧାନ ଫସଲର ବିଭିନ୍ନ କିସମ ସମ୍ପର୍କରେ ବିଶଦ ଭାବେ ଆଲୋଚନା ହୋଇଛି । ଏହାସହିତ ୧୦ଟି କିସମର ଧାନ ବିହନ ଅନୁମୋଦିତ ହୋଇଛି ।
ଏହିସବୁ ନୂତନ କିସମ ବିକଶିତ ହେବା ଫଳରେ ରାଜ୍ୟର ଧାନ ଉତ୍ପାଦନ ବୃଦ୍ଧି ପାଇବ । ଏହା ସହିତ କୃଷକମାନଙ୍କର ଆୟ ବୃଦ୍ଧିରେ ସହାୟକ ହେବ ବୋଲି ସଚିବ ଅରବିନ୍ଦ ପାଢ଼ୀ ଆଶା ବ୍ୟକ୍ତ କରିଛନ୍ତି । ଅନୁମୋଦିତ ୮ଟି କିସମର ଧାନ ହେଉଛି ସିଆର୍ ଧାନ ୩୨୬, ସିଆର୍ ଧାନ ୩୨୭, ସିଆର୍ ଧାନ ୩୨୮, ସିଆର୍ ଧାନ ୬୦୩, ସିଆର୍ ଧାନ ୭୦୪, ସିଆର୍ ଧାନ ୮୦୫, ସିଆର୍ ଧାନ ୮୦୬ ଓ ସିଆର୍ ଧାନ ୯୧୧ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ଓୟୁଏଟି କଳିଙ୍ଗ ରାଇସ୍ ୨ ଏବଂ ଓୟୁଏଟି କଳିଙ୍ଗ ରାଇସ୍ ୮ ବୈଠକରେ ଅନୁମୋଦିତ ହୋଇଛି ।
ଏହାମଧ୍ୟ ପଢନ୍ତୁ: ସ୍ୱାସ୍ଥ୍ୟସେବାରେ କୃତିମ ବୁଦ୍ଧିମତାର ପ୍ରୟୋଗ, ଆଗୁଆ ଜାଣିବେ 5ବର୍ଷ ପରେ ହେବ କେଉଁ ରୋଗ