ଭୁବନେଶ୍ବର:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟଘାଟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି । ଗୋଟିଏ ପଟେ ବିରୋଧ ଅନ୍ୟପଟେ ପ୍ରଶଂସା ବିଜେପି ଏବଂ ବିଜେଡି କେମିତି ଲଢିବେ ସେନେଇ ଦ୍ୱନ୍ଦ୍ବ ସୃଷ୍ଟି କରୁଛି । ଶନିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁମନ୍ତ୍ର ଦେଇଛନ୍ତି ଅମିତ ଶାହ । ଏହି ପରିପ୍ରେକ୍ଷୀରେ ବିଜେଡି ସାଂସଦ ମୁନା ଖାଁ କହିଛନ୍ତି, କେନ୍ଦ୍ର ସରକାରରେ ଜଣେ ବରିଷ୍ଠ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସ୍ୱାଗତ ଯୋଗ୍ୟ। ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟିକୁ କେବଳ ଦେଶ ନୁହେଁ ବିଶ୍ୱରେ ମଧ୍ୟ ପ୍ରଶଂସା ମିଳୁଛି । ହେଲେ ଏହାର କୌଣସି ପ୍ରଭାବ 2024 ନିର୍ବାଚନରେ ପଡିବ ନାହିଁ । ଆମର ମୁଖ୍ୟ ପ୍ରତିଦ୍ବନ୍ଦୀ ହେଉଛି ବିଜେପି । ଆମର ବିଜେପି ସହ ହିଁ ଲଢେଇ ହେବ । ଗଠବନ୍ଧନର ହେବାର ସମ୍ଭାବନା ନାହିଁ । ବିଜେଡି ଏକୁଟିଆ ଲଢ଼ିବ । ସରକାର ଗଢ଼ିବ ।"
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, "କେନ୍ଦ୍ରରେ କଂଗ୍ରେସ ସରକାର ବେଳେ ମଧ୍ୟ ତାଙ୍କ ମନ୍ତ୍ରୀମାନେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରୁଥିଲେ । ସରକାର ଗୋଟିଏ ପଟେ ଓ ଦଳ ଗୋଟିଏ ପଟେ । କଂଗ୍ରେସ ମିଛ ଅଭିଯୋଗ କରୁଛି । ଆରମ୍ଭରୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦଳ ସମଦୂରତା ନୀତି ଅବଲମ୍ବନ କରୁଛି । ତେଣୁ ମେଣ୍ଟର ସମ୍ଭାବନା ନାହିଁ । ବିଜେପି ଗାଁକୁ ଗଲେ ଭଲ । ତାହା ରାଜନୈତିକ କାର୍ଯ୍ୟ । ସେମାନେ ସରକାର ପାଇଁ ଚେଷ୍ଟା କରିବା ଭଲ । ତାହାକୁ ଦଳ ସ୍ୱାଗତ କରିବ । ସେମାନେ ଘରକୁ ଘର ବୁଲି ଲୋକମାନଙ୍କ ଦୁଃଖ ବୁଝନ୍ତୁ। ଆମେ ଏହାକୁ ସ୍ଵାଗତ କରୁଛୁ ।"