ଓଡିଶା

odisha

ETV Bharat / state

ପାଣ୍ଡିଆନଙ୍କ ପଲିଟିକାଲ ବ୍ରାଣ୍ଡିଂ ଓ ଲଞ୍ଚିଂ କରୁଛି କି ବିଜେଡି ? ବିରୋଧୀଙ୍କ କଡା ସମାଲୋଚନା - ବିଜେଡି ବିଧାୟକ ସ୍ବରୂପ ଦାସ

ପ୍ରଶ୍ନ ଉଠୁଛି ଅମରଙ୍କ ଏହି ପୋଷ୍ଟ ପଛରେ ରହସ୍ୟ କଣ ରହିଛି ? ଅମର ଭୁଲ ବଶତଃ ଏହି ପୋଷ୍ଟ କରିଛନ୍ତି ନା ଜାଣିଶୁଣି । ଯଦି ଜାଣିଶୁଣି କରିଛନ୍ତି, ତେବେ କାହା ଇଙ୍ଗିତରେ କରିଛନ୍ତି ? ଯଦି ଜାଣିଶୁଣି ଏହି ପୋଷ୍ଟ କରିଛନ୍ତି, ତେବେ ଏହା ପଛରେ ଉଦେଶ୍ୟ କଣ ରହିଛି ? ପାୱାର କରିଡର ଜଣେ ସାଂସଦଙ୍କ ଜରିଆରେ ଭି.କେଙ୍କୁ ସୋସିଆଲ ମିଡ଼ିଆରେ ପ୍ରୋଜେକ୍ଟ କରୁନାହିଁ ତ ? ଅଧିକ ପଢନ୍ତୁ

ପାଣ୍ଡିଆନଙ୍କ ପଲିଟିକାଲ ବ୍ରାଣ୍ଡିଙ୍ଗ ଓ ଲଞ୍ଚିଂକରୁଛି ବିଜେଡି, ବିରୋଧୀଙ୍କ କଡା ସମାଲୋଚନା
ପାଣ୍ଡିଆନଙ୍କ ପଲିଟିକାଲ ବ୍ରାଣ୍ଡିଙ୍ଗ ଓ ଲଞ୍ଚିଂକରୁଛି ବିଜେଡି, ବିରୋଧୀଙ୍କ କଡା ସମାଲୋଚନା

By ETV Bharat Odisha Team

Published : Sep 8, 2023, 8:30 PM IST

ପାଣ୍ଡିଆନଙ୍କ ପଲିଟିକାଲ ବ୍ରାଣ୍ଡିଙ୍ଗ ଓ ଲଞ୍ଚିଂକରୁଛି ବିଜେଡି, ବିରୋଧୀଙ୍କ କଡା ସମାଲୋଚନା

ଭୁବନେଶ୍ବର: ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିବେ କି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି. କେ ପାଣ୍ଡିଆନ । କାରଣ ସାଧାରଣରେ ଓ ସୋସିଆଲ ମିଡିଆରେ ପାଣ୍ଡିଆନଙ୍କ ପଲିଟିକାଲ ବ୍ରାଣ୍ଡିଙ୍ଗ ଆରମ୍ଭ କରିଦେଇଛନ୍ତି ବିଜେଡି ନେତା ଓ କର୍ମୀ । ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ସଦ୍ୟତମ ଟ୍ବିଟକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ସୋସିଆଲ ମିଡିଆରେ ‘ନବୀନଙ୍କ ଦମ’ ପୋଷ୍ଟରରେ ପାଣ୍ଡିଆନଙ୍କ ଫଟୋ ଲଗାଇ ପୋଷ୍ଟ କରିଛନ୍ତି ଅମର । ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଣ୍ଡିଆନଙ୍କ ପୋଷ୍ଟ ମଧ୍ୟ ଦେଖିବାକୁ ମିଳୁଛି । ଯାହାକୁ ନେଇ ବିଜେଡି ଓ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

ଏହାବି ପଢନ୍ତୁ- Poster Politics in Utkal University: ପାଣ୍ଡିଆନଙ୍କ ପୋଷ୍ଟର ନିକଟରେ ମହାପୁରୁଷଙ୍କ ପୋଷ୍ଟର ମାରିଲା ABVP

ଅମରଙ୍କ ପ୍ରଚାର: ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କର ଟ୍ବିଟକୁ ନେଇ ବିବାଦ ଦେଖାଦେଇଛି । ସେ ‘ନବୀନଙ୍କ ଦମ’ ଲେଖାଥିବା ଏକ ପୋଷ୍ଟରକୁ ପୋଷ୍ଟ କରିଛନ୍ତି । ଏଥିରେ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ନିଆଯାଇଥିବା ବଡ ବଡ ପଦକ୍ଷେପକୁ ବୁଲେଟ ପଏଣ୍ଟରେ ଦର୍ଶାଯାଇଛି । ଏଥିରେ ବ୍ୟବହାର ହୋଇଥିବା ଫଟୋକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ପୋଷ୍ଟରର ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ପଟେ ୫ଟି ସଚିବଙ୍କ ଫଟୋ ରହିଛି । ମଝିରେ ଲେଖା ହୋଇଛି ‘ନବୀନଙ୍କ ଦମ’ । ଅମର ସୋସିଆଲ ସାଇଟ ଏକ୍ସ ଓ ଫେସବୁକରେ ଏହାକୁ ପୋଷ୍ଟ କଲା ପରେ ଚର୍ଚ୍ଚା‌ ଜୋର ଧରିଛି । ରାଜ୍ୟ ଶାସନର ମୁଖ୍ୟ ହିସାବରେ ନବୀନଙ୍କ ଫଟୋ ଦେଇ ତାଙ୍କ ସଫଳତା କାହାଣୀ ତାଙ୍କରି ଦଳର ଜଣେ ସାଂସଦ ବଖାଣିବାରେ କିଛି ନୂତନତ୍ବ ନାହିଁ । କିନ୍ତୁ ସେଥିରେ ୫ଟି ସଚିବଙ୍କ ଫଟୋ କାହିଁକି ରହିଲା ତାହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ପ୍ରଶ୍ନ ଉଠୁଛି ଅମରଙ୍କ ଏହି ପୋଷ୍ଟ ପଛରେ ରହସ୍ୟ କଣ ରହିଛି ? ଅମର ଭୁଲ ବଶତଃ ଏହି ପୋଷ୍ଟ କରିଛନ୍ତି ନା ଜାଣିଶୁଣି । ଯଦି ଜାଣିଶୁଣି କରିଛନ୍ତି, ତେବେ କାହା ଇଙ୍ଗିତରେ କରିଛନ୍ତି ? ଯଦି ଜାଣିଶୁଣି ଏହି ପୋଷ୍ଟ କରିଛନ୍ତି, ତେବେ ଏହା ପଛରେ ଉଦେଶ୍ୟ କଣ ରହିଛି ? ପାୱାର କରିଡର ଜଣେ ସାଂସଦଙ୍କ ଜରିଆରେ ଭି.କେଙ୍କୁ ସୋସିଆଲ ମିଡ଼ିଆରେ ପ୍ରୋଜେକ୍ଟ କରୁନାହିଁ ତ ? ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ, ଲୋକମତ ସଂଗ୍ରହ, ବିରୋଧୀଙ୍କ ଗତି ଆକଳନ ପାଇଁ ଏହା ଚାଲ ନୁହେଁ ତ ?ବହୁ ସଚେତନ ନାଗରିକ ଟ୍ବିଟରରେ ଏହି ପ୍ରଶ୍ନ ମଧ୍ୟ କରିଛନ୍ତି । ବିଜେଡି ସାଂସଦ କ’ଣ ଅଘୋଷିତ ଭାବେ ନବୀନଙ୍କ ପରେ ୫-ଟି ସଚିବଙ୍କୁ ତାଙ୍କର ସର୍ବୋଚ୍ଚ ନେତା ଭାବେ ମାନି ନେଲେଣି ବୋଲି ପ୍ରଶ୍ନ ଉଠିଛି । ଅମରଙ୍କ ଟ୍ବିଟ ଓ ଶିକ୍ଷାନୁଷ୍ଠାନରେ ପାଣ୍ଡିଆନଙ୍କ ପୋଷ୍ଟରକୁ ନେଇ ଶାସକ ଦଳକୁ ଘେରିଛନ୍ତି ଉଭୟ ବିରୋଧୀ ଦଳ ।

ଏହାବି ପଢନ୍ତୁ- Poster War: ଅମରଙ୍କ ଟ୍ବିଟ୍ ପରେ ବିଜେଡି ଉପରେ ବର୍ଷିଲେ ବିରୋଧୀ

ଇଜ୍ଜତ; ଘୁଷୁରୀର ଅଛି, କିନ୍ତୁ ବିଜେଡି ନେତାଙ୍କର ନାହିଁ : ଜୟନାରାୟଣ: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ, ଓଡ଼ିଶାର ସ୍ୱାଭିମାନ ଓ ଗର୍ବ ହେଉଛନ୍ତି ବୀର ସୁରେନ୍ଦ୍ର ସାଏ, ଗୋପବନ୍ଧୁ, ବକ୍ସି ଜଗବନ୍ଧୁ । ସେମାନଙ୍କୁ ସମ୍ମାନ ମିଳୁନାହିଁ । ଓଡିଶାର ଯେଉଁମାନେ ଗର୍ବ ସେମାନଙ୍କୁ ଯଥା ସମ୍ମାନ ମିଳିବାର ଆବଶ୍ୟକତା ରହିଛି । ଯେଉଁମାନେ ଓଡିଶାର କ୍ଷତି କରିଛନ୍ତି ବା କରୁଛନ୍ତି ସେମାନଙ୍କର ପୋଷ୍ଟର ଓ ବ୍ୟାନର ଲଗା ଯାଉଛି । ଓଡିଶା ଆଜି ଯେଉଁ ଅବସ୍ଥାରେ ଅଛି ତାହା ଅତ୍ୟନ୍ତ ଦୁଃଖଦାୟକ । ଓଡିଶା ଆଜି ଜାତୀୟସ୍ତରରେ ଅପମାନିତ ହେଉଛି । ଜୀବନ ଜୀବିକା ପାଇଁ ଆମେ ବାହାର ରାଜ୍ୟ ଉପରେ ନିର୍ଭର କରୁଛୁ । ଘୋର ଅପମାନିତ ହେଉଛି । ଏହାର ଅନ୍ତ ହେବାର ଆବଶ୍ୟକତା ରହିଛି । ବିଜେଡି କେଉଁଭଳିଆ ଦଳ ମୁଁ ବୁଝିପାରୁ ନାହିଁ । ଘୁଷୁରୀର ଇଜ୍ଜତ ଅଛି । କିନ୍ତୁ ବିଜେଡିର ଥିବା ଲୋକଙ୍କ ଇଜ୍ଜତ ନାହିଁ । ଏମାନେ ତାଙ୍କର ସବୁକିଛି ବିକ୍ରି କରିଦେଇଛନ୍ତି । ଏମାନଙ୍କର ଆତ୍ମ ସମ୍ମାନ ବୋଲି କୌଣସି ଜିନିଷ ନାହିଁ । ଜଣେ ସରକାରୀ ଅଧିକାରୀଙ୍କ ପୋଷ୍ଟର ଓ ବ୍ୟାନର ଲାଗିବା ନିନ୍ଦନୀୟ କଥା । ଯଦି ରାଜନୀତି କରିବାର ଅଛି, ଓହ୍ଲେଇ ଆସନ୍ତୁ । ପୋଷ୍ଟର ଓ ବ୍ୟାନର ମାରନ୍ତୁ । ଚାକିରୀରେ ଥାଇ ଏପରି ସାହସ କରିବା ବଡ଼ କଥା ।

ବିଜେଡିର ନିର୍ବାଚନ ପ୍ରଚାର ସାରିଦେଲେଣି 5ଟି ସଚିବ : ନରସିଂହ:ସେହିପରି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ, 5ଟି ସଚିବ ବିଜେଡିର ନିର୍ବାଚନ ପ୍ରଚାର କରୁଛନ୍ତି । 30 ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ପ୍ରଚାର ସାରିଦେଲେଣି । ଯେଉଁମାନେ ଟିକେଟ ଆଶା କରୁଥିବେ ଏବଂ 5ଟି ସଚିବ ଯଦି କାହାକୁ ଉଚିତ ସମ୍ମାନ ଦେଇନଥିବେ କିମ୍ବା ତାଙ୍କ ସାଙ୍ଗରେ କିଛି ଆଲୋଚନା କରିନଥିବେ ତାହାଲେ ସେମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ରହିବ । ବାଡିଆ ବାଡ଼ି ହେଉଥିବେ । ଏହାର ପ୍ରଭାବ ନିଶ୍ଚୟ ଆଗାମୀ ଦିନରେ ପଡିବ । ଭଲ କି ଖରାପ ପ୍ରଭାବ ତାହା ସମୟ କହିବ ।

ବିଜେଡିର ଜବାବ: ଉଭୟ ବିରୋଧୀ ଦଳର ଅଭିଯୋଗର ଜବାବ ରଖିଛନ୍ତି ଶାସକ ଦଳର ବିଧାୟକ ସ୍ବରୂପ ଦାସ । ସ୍ୱରୂପ କହିଛନ୍ତି ଯେ, ଗୋଟେ ବ୍ୟବସ୍ଥାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାରୀ ମାଧ୍ୟମ ସହ ରାଜନୈତିକ ଇଚ୍ଛା ଶକ୍ତିର ଆବଶ୍ୟକତା ରହିଛି । ଉଭୟ ଯଦି ସକ୍ରିୟ ଭାବେ କାମ କଲେ ଲୋକଙ୍କ ମଙ୍ଗଳ ହେବ । ଯୋଜନା ଲୋକଙ୍କ ପାଖରେ ପହଁଚି ପାରିବ । ଯଦି ଅଫିସର ଭଲ କାମ କଲେ ଓ ଲୋକ ତାକୁ ଗ୍ରହଣ କଲେ ସେଥିରେ କିଛି ଖାରପ ନାହିଁ । ଏହା ଭଲ । ସଚିବଙ୍କ ପାଇଁ ଦଳୀୟ ଫୋରମ କିଛି ବ୍ୟବସ୍ଥା ହୋଇ ନାହିଁ । ଯଦି ଜଣେ ସରକାରୀ କର୍ମଚାରୀ ଲୋକଙ୍କ ପାଖରେ ପହଁଚି ପାରିଲେ ସରକାରଙ୍କ ଉଦ୍ଦେଶ୍ୟ ସଫଳ ହୋଇଛି ବୋଲି କୁହାଯାଇ ପାରେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details