ଓଡିଶା

odisha

ETV Bharat / state

କୋଭିଡକୁ ନେଇ ଓଡିଶା ସତର୍କ, ଚିନ୍ତିତ ହେବାର କୌଣସି କାରଣ ନାହିଁ: ସ୍ୱାସ୍ଥ୍ୟ ସଚିବ - ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ

ସ୍ୱାସ୍ଥ୍ୟ ସଚିବ ତଥା କମିଶନର ସାଲିନୀ ପଣ୍ଡିତ କହିଛନ୍ତି ଓଡ଼ିଶାରେ ପ୍ରତି 10 ଲକ୍ଷ ଜନସଂଖ୍ୟାରେ 131ଟି ଟେଷ୍ଟ ହେଉଥିବାବେଳେ ଜାତୀୟ ସ୍ତରରେ 93 ଟି ଟେଷ୍ଟ ହେଉଛି । ଓଡ଼ିଶାର ଟେଷ୍ଟିଂ ରେଟ ଜାତୀୟ ସ୍ତରରୁ ଅଧିକ ରହିଛି । ଗତ ମାସକରେ ନୁହେଁ 2 ବର୍ଷରେ ମଧ୍ୟ ଏହା ଅଧିକ ରହିଆସିଛି । ଅଧିକ ପଢନ୍ତୁ

ସ୍ୱାସ୍ଥ୍ୟ ସଚିବ
ସ୍ୱାସ୍ଥ୍ୟ ସଚିବ

By

Published : Dec 28, 2022, 8:51 PM IST

କୋଭିଡିକୁ ନେଇ ଓଡିଶା ସତର୍କ, ଚିନ୍ତିତ ହେବାର କୌଣସି କାରଣ ନାହିଁ : ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ବର: ରାଜ୍ୟର କୋଭିଡ ସ୍ଥିତିର ଆଜି ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ (Health Minister Naba Kishore Das) । ସ୍ୱାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ (Secretary of Health & Family Welfare Shalini Pandit said) , ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞଙ୍କ ଉପସ୍ଥିତରେ ଆଲୋଚନା ହୋଇଛି । ଚୀନର ସ୍ଥିତି ନେଇ ବିଚଳିତ ହେବାର ଆବଶ୍ୟକତା ନାହିଁ । କୋଭିଡ଼କୁ ନେଇ ଓଡିଶା ସତର୍କ ଥିବାବେଳେ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି ବୈଠକରେ ବିଶେଷଜ୍ଞ ସହିତ ଆଲୋଚନା ପରେ ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ।

ଏହାବି ପଢନ୍ତୁ- JP Nadda In Kandhamal: ଶ୍ରୀମନ୍ଦିର ରତ୍ନଭଣ୍ଡାର ଅସଲି ଚାବି କୁଆଡେ ଗଲା: ଜେପି ନଡ୍ଡା

ସ୍ୱାସ୍ଥ୍ୟ ସଚିବ ତଥା କମିଶନର ସାଲିନୀ ପଣ୍ଡିତ କହିଛନ୍ତି ଯେ, ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ସଂସ୍ଥାର ବିଶେଷଜ୍ଞ ମାନେ ମଧ୍ୟ ଉପସ୍ଥିତ ଥିଲେ । ଆରଏମଆରସି ନିର୍ଦ୍ଦେଶକ, ଆଇଏଲଏସର ପ୍ରଫେସର ଓ ଏମ୍ସ ଭୁବନେଶ୍ୱରର ପ୍ରଫେସର, ପୂର୍ବତନ ଡିଏମଇଟି, ଏସସିବି, ଭିମସାର ବିଶେଷଜ୍ଞଙ୍କ ଉପସ୍ଥିତରେ ଆଲୋଚନା ହୋଇଛି । କୋଭିଡ଼ର ସ୍ଥିତି ଭାରତ ଓ ଓଡ଼ିଶାରେ କେମିତି ରହିଛି ସେନେଇ ଆଲୋଚନା ହୋଇଛି । ଗତ 3 ମାସରେ ଓଡ଼ିଶାରେ କୋଭିଡ଼ ମାମଲା କମିକମି ଆସିଛି । ବର୍ତ୍ତମାନ ଭାରତରେ ଶହେରୁ ଦୁଇ ଶହ ମଧ୍ୟରେ ମାମଲା ପ୍ରତିଦିନ ରହୁଛି ।

ସେହିପରି ଓଡ଼ିଶାରେ ପ୍ରତିଦିନ ପଞ୍ଚରୁ ସାତ ମାମଲା ରହୁଛି । ଗତ 3 ମାସରେ ରାଜ୍ୟରେ କୋଭିଡ଼ ସ୍ଥିତି ସ୍ଥିର ରହିଛି । ଏଥିରେ କୌଣସି ପରିବର୍ତ୍ତନ ଆସିନାହିଁ । ଓଡ଼ିଶାରେ କେଶ ରେଟ କମ ରହିଛି । ଓଡ଼ିଶାରେ ପ୍ରତି 10 ଲକ୍ଷ ଜନସଂଖ୍ୟାରେ 131ଟି ଟେଷ୍ଟ ହେଉଥିବାବେଳେ ଜାତୀୟ ସ୍ତରରେ 93 ଟି ଟେଷ୍ଟ ହେଉଛି । ଓଡ଼ିଶାର ଟେଷ୍ଟିଂ ରେଟ ଜାତୀୟ ସ୍ତରରୁ ଅଧିକ ରହିଛି । ଗତ ମାସକରେ ନୁହେଁ 2 ବର୍ଷରେ ମଧ୍ୟ ଏହା ଅଧିକ ରହିଆସିଛି । ଓଡ଼ିଶାରେ 50 ପ୍ରତିଶତରୁ ଅଧିକ ଆରଟିପିସିଆର ଟେଷ୍ଟିଂ ହୁଏ । ସବୁ ଜିଲ୍ଲାରେ ଆରଟିପିସିଆର ଟେଷ୍ଟିଂ ପରୀକ୍ଷଣ ରହିଛି । ପ୍ରତିଦିନ 6ରୁ 7 ହଜାର ଟେଷ୍ଟିଂ ହେଉଛି । ଏତେ ସଂଖ୍ୟାରେ ଟେଷ୍ଟିଂ ହେଲେ ମଧ୍ୟ 5ରୁ 7 ପଜେଟିଭ କେଶ ଆସୁଛି । 0.04 ପ୍ରତିଶତ ପଜେଟିଭ ରେଟ ରହୁଛି । ଜାତୀୟ ସ୍ତରରେ 0.3 ପ୍ରତିଶତ ପଜେଟିଭ ରେଟ ରହିଛି । ରାଜ୍ୟରେ କୋଭିଡ଼ କଟକଣା ସମ୍ପୂର୍ଣ୍ଣ ଉଠାଯାଇଛି । କେବଳ ପରାମର୍ଶ ଜାରୀ ହୋଇଛି । ଗହଳି ସ୍ଥାନକୁ ଗଲେ ମାସ୍କ ପିନ୍ଧନ୍ତୁ । ସାନିଟାଇଜ କରନ୍ତୁ ବୋଲି କୁହାଯାଇଛି ।

ଏହାବି ପଢନ୍ତୁ- ଛାତ ଉପରେ ଭଳିକି ଭଳି ଫୁଲଫଳ ଓ ପରିବା, ଚର୍ଚ୍ଚାରେ MBA ଛାତ୍ର

ପରବର୍ତ୍ତୀ ସମୟରେ ଯଦି ଆବଶ୍ୟକ ପଡେ ତେବେ କୋଭିଡ ଔଷଧ, ଟେଷ୍ଟିଂ କିଟ, ଆକ୍ସିଜେନ ବେଡ଼, ଆଇସିୟୁ ବେଡ଼ ସ୍ଥିତିର ସମୀକ୍ଷା ହୋଇଛି । ସବୁ ଜିଲ୍ଲା ଚିକିତ୍ସାଳୟ ଓ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଏହା ଉପଲବ୍ଧ ଅଛି । ଚୀନ ପରିସ୍ଥିତିକୁ ଦେଖି ବିଭିନ୍ନ ଚର୍ଚ୍ଚା ଆଶଙ୍କା ସୃଷ୍ଟି ହୋଇଛି । ଚୀନ ପରିସ୍ଥିତିର ଆମଠାରୁ ଅନେକ ଅଲଗା । ଓଡ଼ିଶା ସମେତ ଭାରତରେ 90 ପ୍ରତିଶତରୁ ଅଧିକ ଲୋକଙ୍କର ଦୁଇଟି ଡୋଜ ଟୀକାକରଣ ହୋଇସାରିଛି । ଚୀନରେ କୋଭିଡ଼ର ଯେଉଁ ଷ୍ଟ୍ରେନ BF.7 ଚାଲିଛି, ସେଇଟା ଭାରତ ତଥା ଓଡ଼ିଶାରେ ଗତ 3 ମାସ ହେଲା ଅଛି । ଏହା ଦ୍ୱାରା ଆମର କୌଣସି କେଶ ଲୋଡ଼ ବଢି ନାହିଁ । କିମ୍ବା ବିଷମ ପରିସ୍ଥିତି ସୃଷ୍ଟି ହୋଇନାହିଁ । ଯେଉଁ ମାନଙ୍କର BF.7 ଚିହ୍ନଟ ହୋଇଛି, ସେମାନଙ୍କର ସାମାନ୍ୟ ଲକ୍ଷଣ ରହିଛି । ସବୁ ପଜେଟିଭ ସାମ୍ପୁଲର ଜିନମ ଟେଷ୍ଟିଂ କରାଯାଇଛି । ବର୍ଷେ ହେଲା ଥିବା ଓମିକ୍ରନର ମେନ ଭେରିଏଣ୍ଟର ସବ ଭେରିଏଣ୍ଟ ଚାଲିଛି । ସିଭିୟର ନୂଆ ଭେରିଏଣ୍ଟ ଆସିନାହିଁ । ରାଜ୍ୟ କୌଣସି ପରିସ୍ଥିତି ଲାଗି ପ୍ରସ୍ତୁତ ଅଛି । ସତର୍କ ଅଛୁ, ବର୍ତ୍ତମାନ ପରିସ୍ଥିତିରେ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details