ଓଡିଶା

odisha

ETV Bharat / state

ନିର୍ଜୀବ ପ୍ଲାଷ୍ଟିକରୁ ଏଲ ଇଶ୍ବର ରାଓଙ୍କ ଜୀବନ୍ତ ଗଣପତି ମେଢ଼ - 10 inch ganesh statue

ଖୋର୍ଦ୍ଧା ଜଟଣୀର ଏଲ ଈଶ୍ବର ରାଓ ତିଆରି କରିଛନ୍ତି ପ୍ଲାଷ୍ଟିକର ୧0 ଇଞ୍ଚ ଉଚ୍ଚତା ବିଶିଷ୍ଟ ଗଣପତିଙ୍କ ମେଢ଼ । ଯାହାକୁ ନେଇ ଅଞ୍ଚଳରେ ବେଶ ଜୋଦାର ଧରିଛି ଚର୍ଚ୍ଚା ।

ଫଟୋ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

By

Published : Sep 2, 2019, 7:18 PM IST

ଖୋର୍ଦ୍ଧା : ଆଜି ପବିତ୍ର ବିଘ୍ନରାଜଙ୍କ ଗଣେଶ ପୂଜା । ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ବିରାଜମାନ ହୁଅନ୍ତି ମଙ୍ଗଳ ମୂର୍ତ୍ତି। ଏହି ଅବସରରେ ପୁରପଲ୍ଲୀ ଠାରୁ ସହର ହୋଇଉଠିଛି ଚଳଚଞ୍ଚଳ। ଏହାରି ମଧ୍ୟରେ ଜଣେ ଯୁବକ ପ୍ଲାଷ୍ଟିକର 10 ଇଞ୍ଚ ଉଚ୍ଚତା ବିଶିଷ୍ଟ ଗଜାନନଙ୍କ ମେଢ଼ ତିଆରି କରିଛନ୍ତି । ଏହି ଯୁବକ ଜଣକ ହେଲେ ଖୋର୍ଦ୍ଧା ଜଟଣୀର ଏଲ ଈଶ୍ବର ରାଓ । ଯାହାକୁ ନେଇ ଅଞ୍ଚଳରେ ବେଶ ଜୋଦାର ଧରିଛି ଚର୍ଚ୍ଚା ।

ଏହି ଗଣେଶ ମେଢ଼ର ଉଚ୍ଚତା 10 ଇଞ୍ଚ ରହିଥିବା ବେଳେ ସେଥିରେ ବିରାଜମାନ ହୋଇଥିବା ଗଜାନନଙ୍କ ମୂର୍ତ୍ତିର ଉଚ୍ଚତା 3ଇଞ୍ଚ ରହିଛି । ନିଖୁଣ କଳାକୃତି କରି ସବୁବେଳେ ଚର୍ଚ୍ଚାରେ ରହୁଥିବା ଈଶ୍ବର ଏଥର ଗଣେଶ ପୂଜାରେ ମଧ୍ୟ କିଛି ନିଆରା ପ୍ରୟାସ କରିଛନ୍ତି । ନିଜର ଏକାଗ୍ରତା ବଳରେ ପ୍ଲାଷ୍ଟିକ ନିର୍ଜୀବ ବସ୍ତୁକୁ ଜୀବନ୍ତ କରି ବନାଇଛନ୍ତି ଗଣେଶ ମେଢ।

ଭିଡିଓ ସୌଜନ୍ୟ:ପ୍ରତିନିଧି,ଖୋର୍ଦ୍ଧା

ଏହା ସହ ଅବ୍ୟବହୃତ ପ୍ଲାଷ୍ଟିକକୁ ନେଇ ପ୍ରସ୍ତୁତ କରିଛନ୍ତି ଗଣେଶ । ଏହାସହ କିଭଳି ଅନୁପଯୋଗୀ ପ୍ଲାଷ୍ଟିକରେ ବିଭିନ୍ନ କଳାକୃତି କରି ଘର ସଜାଇ ହେବ ତାକୁ ନେଇ ସମାଜକୁ ବାର୍ତ୍ତା ଦେଇଛନ୍ତି ସେ ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details