ଓଡିଶା

odisha

ETV Bharat / state

ଆରମ୍ଭ ହେଲା ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ‘ଉତ୍ସାହ’

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା 'ଉତ୍ସାହ' ଆରମ୍ଭ ହୋଇଛି । ଏଥିରେ 600ରୁ ଅଧିକ ଜିଲ୍ଲାସ୍ତରୀୟ ବିଜୟୀ ପ୍ରତିଯୋଗୀ ଭାଗ ନେଇଛନ୍ତି । ଅଧିକ ପଢନ୍ତୁ

state level sports competition utsaha
ଉତ୍ସାହ କ୍ରୀଡା ପ୍ରତିଯୋଗିତା

By ETV Bharat Odisha Team

Published : Nov 9, 2023, 11:45 AM IST

ଉତ୍ସାହ କ୍ରୀଡା ପ୍ରତିଯୋଗିତା

ଭୁବନେଶ୍ବର:ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା 'ଉତ୍ସାହ' ଆରମ୍ଭ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଆନୁଷ୍ଠାନିକ ଭାବେ ଏହି ପ୍ରତିଯୋଗିତା ଆରମ୍ଭ ହେଇଛି । ଏହି ଉତ୍ସବରେ ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି । କ୍ରୀଡ଼ା ପ୍ରତିଯୋଗିତା ଦ୍ୱାରା ଶିଶୁମାନଙ୍କର ନେତୃତ୍ୱ ଦଳଗତ କାର୍ଯ୍ୟ, ଅନୁଶାସନ, ନ୍ୟାୟ ସମାନତା ଗୁଣ ଉନ୍ନତି ହେବା ସହ ସାମାଜିକ ମୂଲ୍ୟବୋଧକୁ ଜାଗ୍ରତ କରାଇବ ବୋଲି କହିଛନ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ଏହି ପ୍ରତିଯୋଗିତାରେ ପ୍ରାୟ 600 ଜିଲ୍ଲାସ୍ତରୀୟ ବିଜେତା ଭାଗ ନେଇଛନ୍ତି ।

ପ୍ରତିଯୋଗିତାରେ ବୁଧବାର ସମଗ୍ର ରାଜ୍ୟରେ 228 ଶିଶୁ ଯତ୍ନ ଅନୁଷ୍ଠାନର ପ୍ରାୟ ୬୦୦ ଜିଲ୍ଲାସ୍ତରୀୟ ବିଜେତାମାନଙ୍କ ମଧ୍ୟରେ ଫୁଟବଲ, ଲଙ୍ଗ୍‌ଜମ୍ପ୍‌, ହାଇଜମ୍ପ୍‌ ଏବଂ ଚେସର ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଅନ୍ଯପଟେ ଗତ 6 ତାରିଖରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଉତ୍ସବ ‘ମହକ’ର ଦ୍ୱିତୀୟ ଦିନରେ କଳିଙ୍ଗ ଷ୍ଟାଡିୟମରେ ପୁରସ୍କାର ବିତରଣ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶୁଭ ଶର୍ମା ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ମହକର ଦ୍ୱିତୀୟ ଦିନର ମୁଖ୍ୟ ଆକର୍ଷଣ ଥିଲେ ଓଲିଉଡ୍‌ର ସୁପ୍ରତିଷ୍ଠିତ ଗାୟିକା ଦୀପ୍ତି ରେଖା ପାଢ଼ୀ ଏବଂ ଅଭିନେତା ସ୍ୱରାଜ ବାରିକ । ସମଗ୍ର ରାଜ୍ୟର ୨୨୮ ଶିଶୁ ଯତ୍ନ ଅନୁଷ୍ଠାନରୁ ଆସିଥିବା ୫୧୧ ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୩୪ ଜଣ ଜିଲ୍ଲାସ୍ତରୀୟ ବିଜେତାଙ୍କୁ ପୁରସ୍କୃତ କରାଯାଇଛି । ସଙ୍ଗୀତ, ଗ୍ରୁପ ଡାନ୍ସ, ବିତର୍କ, ଚିତ୍ର ଓ କୁଇଜ ଆଦି ବିଭିନ୍ନ ବିଭାଗରେ ଏହି ୩୪ ଜଣ ବିଜେତାଙ୍କ ମଧ୍ୟରୁ ୧୬ ଜଣ ସିନିୟର ଓ ୧୮ ଜଣ ଜୁନିଅର ବର୍ଗର ବିଜେତା ଅଛନ୍ତି ।

ଏହା ବି ପଢନ୍ତୁ...National Games 2023: ରୋଡ ସାଇକ୍ଲିଂରେ ସ୍ୱର୍ଣ୍ଣ ପଦକ ଜିତିଲେ ସ୍ୱସ୍ତି, 58 ଛୁଇଁଲା ଓଡ଼ିଶାର ପଦକ ସଂଖ୍ୟା

ଶିଶୁଯତ୍ନ ଅନୁଷ୍ଠାନର ଛୋଟ ଛୋଟ ପିଲାମାନଙ୍କର ଉତ୍ସାହ ଓ ପ୍ରଦର୍ଶନ ଦେଖି ଗର୍ବିତ ବୋଲି କହିଛନ୍ତି ମହିଳା ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଶୁଭା ଶର୍ମା । ଏହି ପ୍ରତିଯୋଗିତା ଶିଶୁମାନଙ୍କ ସ୍ୱପ୍ନକୁ ଡେଣା ଯୋଗାଇବ ବୋଲି ସେ ଆଶା ପୋଷଣ କରିଛନ୍ତି । ଉତ୍ସବରେ ପଞ୍ଚାୟତିରାଜ ବିଭାଗ ଅଧିନସ୍ଥ ଓରମାସର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ପୂନମ ଟି. ଗୁହା ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଯୁବ କ୍ରୀଡ଼ାବିତମାନଙ୍କର ଉତ୍ସାହ ଓ ଉଲ୍ଲେଖନୀୟ ପ୍ରଦର୍ଶନ ଅନ୍ୟମାନଙ୍କୁ ପ୍ରେରଣା ଯୋଗେଇବା ସହ ଓଡ଼ିଶାର କ୍ରୀଡ଼ା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details