ଓଡିଶା

odisha

ETV Bharat / state

ଇ-ଗଭର୍ଣ୍ଣାନ୍ସ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦଘାଟିତ, ଇ-ଶାସନର ସଫଳତା ଉପରେ ଆଲୋକପାତ

E-governance Programme: ଭୁବନେଶ୍ୱର ସ୍ଥିତ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରରେ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀ ଏବଂ ସହକାରୀ ପଦାଧିକାରୀମାନଙ୍କ ପାଇଁ ଏହା ଆୟୋଜିତ ହୋଇଛି । ରାଜ୍ୟରେ ଇ-ଶାସନର ସଫଳତାରେ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ ହୋଇଛି ।

By ETV Bharat Odisha Team

Published : Dec 14, 2023, 10:10 PM IST

e-governance programme
ଇ-ଗଭର୍ଣ୍ଣାନ୍ସ ରାଜ୍ୟସ୍ତରୀୟ ସମ୍ମିଳନୀ

ଇ-ଗଭର୍ଣ୍ଣାନ୍ସ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ବର:ତିନି ଦିନିଆ ଇ-ଗଭର୍ଣ୍ଣାନ୍ସ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦଘାଟିତ ହୋଇଛି ।ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ବା NIC ଭୁବନେଶ୍ୱରରେ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀ ଏବଂ ସହକାରୀ ପଦାଧିକାରୀମାନଙ୍କ ପାଇଁ ଏହା ଆୟୋଜିତ ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ରାଜ୍ୟରେ ଇ-ଶାସନର ସଫଳ ପ୍ରବର୍ତ୍ତନ ପାଇଁ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସେ ଆଲୋକପାତ କରିଛନ୍ତି ।

ଇ-ଗଭର୍ଣ୍ଣାନ୍ସ ରାଜ୍ୟସ୍ତରୀୟ ସମ୍ମିଳନୀ

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, "NIC ର ବିଭିନ୍ନ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ରହିଛି । ଜିଲ୍ଲାସ୍ତରରେ NIC ବହୁତ ଭଲ କାମ କରିଛନ୍ତି । ଜିଲ୍ଲାପାଳମାନଙ୍କ ତତ୍ତ୍ବାବଧାନରେ ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବହୁ କାର୍ଯ୍ୟ ସମ୍ପାଦନ କରିବାରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀମାନେ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି । ଏହି ସଫଳତା ଆଧାରରେ ତଥା ଅତୀତର କାର୍ଯ୍ୟ ପଦ୍ଧତିକୁ ବିଶ୍ଲେଷଣ କରି ଆଗାମୀ ଦିନରେ ସୂଚନା ବିଜ୍ଞାନ ଅଧିକାରୀମାନେ ଅଧିକରୁ ଅଧିକ ଭଲ କାର୍ଯ୍ୟ କରିବେ । ଏହା ସହିତ ସେ ସୂଚନା ବିଜ୍ଞାନୀଙ୍କୁ ଉତ୍ସାହିତ କରିଛନ୍ତି । ସୂଚନା ବିଜ୍ଞାନୀମାନଙ୍କର ବୈଷୟିକ ଜ୍ଞାନ କ୍ଷେତ୍ରରେ ଦକ୍ଷତା ରହିଛି ।" ସବୁବେଳେ କାର୍ଯ୍ୟରେ ଅଭିନବତ୍ୱ ଆଣିବା ସହିତ ରାଜ୍ୟର ଯେଉଁ ପ୍ରକଳ୍ପ କାର୍ଯ୍ୟକାରିତାରେ NICର ଭୂମିକା ରହୁଛି, ସେସବୁକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସାରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି ।

ଇ-ଗଭର୍ଣ୍ଣାନ୍ସ ରାଜ୍ୟସ୍ତରୀୟ ସମ୍ମିଳନୀ

ସେ ଆହୁରି ମଧ୍ୟ କହିଛନ୍ତି, "ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉଜ୍ଜ୍ୱଳ ଭବିଷ୍ୟତ ରହିଛି । ନିଷ୍ଠା, ଅଭିଜ୍ଞତା ସମ୍ପନ୍ନ ଏବଂ ଦକ୍ଷତା ରଖୁଥିବା IT ବୃତ୍ତିଧାରୀ ଅନୁଷ୍ଠାନଗୁଡିକ ପାଇଁ ମୂଳପୁଞ୍ଜି ।" ସମ୍ମାନିତ ଅତିଥି ଭାବେ ଶ୍ରମ ତଥା ରାଜ୍ୟ କର୍ମଚାରୀ ରାଜ୍ୟ ବୀମା ବିଭାଗ କମିଶନର ତଥା ଶାସନ ସଚିବ ସନ୍ଥନାଗୋପାଳନ ଆର. ଯୋଗ ଦେଇଛନ୍ତି। ନାଗରିକଙ୍କୁ ସେବା ଯୋଗାଇବାରେ ନୂତନ ଜ୍ଞାନକୌଶଳ ତଥା କୃତିମ ବୁଦ୍ଧିମତା, ବ୍ଳକଚେନ ଆଦି ଉପରେ ଆଲୋକପାତ କରିଛନ୍ତି । ଏହାସହ ଉପ ମହାନିର୍ଦ୍ଦେଶକ ତଥା ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡଃ. ଅଶୋକ କୁମାର ହୋତା ଯୋଗ ଦେଇଛନ୍ତି । ଓଡିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ NICର ଭୂମିକା ସମ୍ପର୍କରେ ସେ ଆଲୋକପାତ କରିଛନ୍ତି ।

ଏହା ବି ପଢନ୍ତୁ...କ୍ବାଟର୍ସ ଆବଣ୍ଟନ ହେବ ସୁବିଧା: କ୍ୟୁଏମଏସ ୨.୦ କାଲିଠୁ ହେବ କାର୍ଯ୍ୟକ୍ଷମ

ଜଗତସିଂହପୁର ଜିଲ୍ଲାରେ ଇ-ଅଫିସ ଜିଲ୍ଲାସ୍ତରରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ କାର୍ଯ୍ୟାନ୍ଵୟନ, ହବିଷ୍ୟାଳିମାନଙ୍କ ପାଇଁ କମ୍ପ୍ୟୁଟର ମାଧ୍ୟମରେ ପଞ୍ଜିକରଣ, ବାଲିଯାତ୍ରାରେ ସାଧାରଣ ଜନତାଙ୍କ ମଧ୍ୟରେ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସଚେତନତା ଆଦି ପ୍ରଚେଷ୍ଟା ପାଇଁ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀମାନଙ୍କ ପ୍ରଶଂସନୀୟ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଛି । ଆସନ୍ତା ୩ ଦିନରେ କୃଷି, ପରିବହନ, ରାଜସ୍ୱ ଆଦି ବିଭିନ୍ନ ବିଭାଗର ପ୍ରକଳ୍ପ ଉପରେ ବିଭିନ୍ନ ଆଲୋଚନା ରହିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହି ଅବସରରେ NIC ଓଡିଶାର ମୁଖ୍ୟ ପ୍ରକଳ୍ପ ଗୁଡିକର ଏକ ବାର୍ଷିକ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଡଃ. ରାମକୃଷ୍ଣ ଦାଶ, NICର ଉପ ମହାନିର୍ଦ୍ଦେଶକ ଓ ଦକ୍ଷତା ବିକାଶ ବିଭାଗ ମୁଖ୍ୟ ଜୟନ୍ତ କୁମାର ମିଶ୍ର ପରିଚାଳନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details