ଓଡିଶା

odisha

ETV Bharat / state

ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଉଦ୍‌ଘାଟିତ, ଶିଶୁଙ୍କ ପ୍ରତିଭା ଦେଖିଲା ବିଶ୍ଵ - ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ

କଳିଙ୍ଗ ଷ୍ଟାଡିୟମରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ଵାରା ଆୟୋଜିତ ହେଇଯାଇଛି ରାଜ୍ୟସ୍ତରୀୟ ଶିଶୁ ଉତ୍ସବ 'ମହକ' । ରାଜ୍ୟସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତାରେ ଭାଗନେଲେ ୬୦୦ ଜିଲ୍ଲାସ୍ତରୀୟ ଶିଶୁ ବିଜେତା । ଅଧିକ ପଢ଼ନ୍ତୁ

State level childrens festival mahak
State level childrens festival mahak

By ETV Bharat Odisha Team

Published : Nov 6, 2023, 9:37 PM IST

State level childrens festival mahak

ଭୁବନେଶ୍ୱର: ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ରେ ଶିଶୁମାନଙ୍କ ପ୍ରତିଭା ପ୍ରଦର୍ଶନ । ୟୁଟୁବ ଲାଇଭରେ ଓଡ଼ିଶା ଶିଶୁଙ୍କ ପ୍ରତିଭା ଦେଖିଲା ସାରା ବିଶ୍ୱ । ମହକ ଉତ୍ସବ ଶିଶୁମାନଙ୍କର ପ୍ରତିଭା, ସୃଜନଶୀଳତା ଓ ସାମର୍ଥର ପ୍ରତିଛବି । ରାଜ୍ୟସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତାରେ ଭାଗନେଲେ ୬୦୦ ଜିଲ୍ଲାସ୍ତରୀୟ ଶିଶୁ ବିଜେତା । ଏନେଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ଵାରା ଆୟୋଜିତ ହେଇଯାଇଛି ରାଜ୍ୟସ୍ତରୀୟ ଶିଶୁ ଉତ୍ସବ 'ମହକ' ।

ଏହି ଉତ୍ସବରେ ମିଶନ ଶକ୍ତି, ମହିଳା ଶିଶୁ ବିକାଶ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଶିଶୁ ମାନଙ୍କୁ ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରି ଦକ୍ଷତା ପ୍ରଦର୍ଶନ କରିବା ସହିତ ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ଚେଷ୍ଟା କରିବାକୁ ଆହ୍ୱାନ ଦେଇଛନ୍ତି । ସରକାରଙ୍କ ଦ୍ୱାରା ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ତାଙ୍କ ସହ ଛିଡା ହେବାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଏହା ସହ ଶିଶୁମାନେ ହେଉଛନ୍ତି ଈଶ୍ୱରଙ୍କର ସୁନ୍ଦର ସୃଷ୍ଟି ଓ ସେମାନଙ୍କୁ ମଣିଷ କରିବା ପାଇଁ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ କରାଯାଇଛି । ଏହି ଶିଶୁ ଉତ୍ସବ ଶିଶୁମାନଙ୍କର ପ୍ରତିଭା ବିକାଶ କରିବା ସହିତ ସେମାନଙ୍କୁ ସାମାଜିକ ମୂଲ୍ୟବୋଧ ବିଷୟରେ ସଚେତନ କରିବ ବୋଲି ଆଶା ପୋଷଣ କରିଛନ୍ତି ବିଭାଗୀୟ ମନ୍ତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ.....ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ 2023 ପାଳିତ

ତେବେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲେ ଓଡ଼ିଶାର ପ୍ରତିଷ୍ଠିତ ଅଭିନେତ୍ରୀ ଅନୁ ଚୌଧୁରୀ । ସେ ଛୋଟ ଛୋଟ ଶିଶୁଙ୍କ ସହ ତାଳ ଦେଇ ନାଚିବା ସହ ଶିଶୁମାନଙ୍କର ପ୍ରଶ୍ନ ଗୁଡିକୁ ଅତି ଆନନ୍ଦ ସହ ଉତ୍ତର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍ଗୀତ, ନୃତ୍ୟ, କୁଇଜ, ବିତର୍କ ଏବଂ ଚିତ୍ରକଳା ସମେତ ବିଭିନ୍ନ ରାଜ୍ୟସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତାରେ ଭାଗ ନବାକୁ ପ୍ରାୟ ୬୦୦ ଜିଲ୍ଲାସ୍ତରୀୟ ବିଜେତା ଏକତ୍ରିତ ହୋଇଥିଲେ । ଏହା ସହ ଶିଶୁମାନଙ୍କର ପ୍ରତିଭାର ବିକାଶ କରିବା ପାଇଁ କାର୍ଟୁନ କର୍ମଶାଳା ସହ ବର୍ଜ୍ୟବସ୍ତୁରୁ ତିଆରି ବିଭିନ୍ନ ଉପକାରୀ ସାମଗ୍ରୀର ପ୍ରଦର୍ଶନ କରାଯାଇଥିଲା । ଏହି ଉତ୍ସବରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଶୁଭା ଶର୍ମା ନିଜ ବକ୍ତବ୍ୟରେ କହିଛନ୍ତି ଯେ, ଶିଶୁମାନଙ୍କୁ ଶୁଭେଛା ପ୍ରଦାନ କରିବା ସହ ସେମାନଙ୍କର ଉନ୍ନତି ନିମନ୍ତେ ସମସ୍ତ ବ୍ୟବସ୍ଥା ତ୍ବାରାନିତ କରିବାକୁ ଆଶ୍ୱାସନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details