ଓଡିଶା

odisha

By

Published : Jan 5, 2020, 11:21 PM IST

ETV Bharat / state

ରାଜ୍ୟସ୍ତରୀୟ ଦେବରାଜ କର ଓପନ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ

2ୟ ବାର୍ଷିକ ରାଜ୍ୟସ୍ତରୀୟ ଦେବରାଜ କର ଓପନ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ । ଭୁବନେଶ୍ବରର ସୌମ୍ୟରଞ୍ଜନ ମିଶ୍ର ଚମ୍ପିଆନ୍ ।

state
state

ଖୋର୍ଦ୍ଧା: ବୋଲଗଡ ବ୍ଳକ ଅସରଳାସ୍ଥିତ ହରିହର ବିଦ୍ୟାପୀଠରେ 2ୟ ବାର୍ଷିକ ରାଜ୍ୟସ୍ତରୀୟ ଦେବରାଜ କର ଓପନ ଚେସ୍ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି । ଅସରଳା ୟୁନିକ ଫାଉଣ୍ଡେସନ ଏବଂ ଓଡିଶା ରାଜ୍ୟ ଚେସ ଆସୋସିଏସନ ମିଳିତ ସହଯୋଗରେ ଆୟୋଜିତ ଖେଳରେ ଭୁବନେଶ୍ବରର ସୌମ୍ୟରଞ୍ଜନ ମିଶ୍ର ଚମ୍ପିଆନ୍ ହୋଇଛନ୍ତି । ସେହିପରି ଭୁବନେଶ୍ଵରର ମାନସ ରଞ୍ଜନ ପରିଡା ରନର୍ସଅପ୍ ହୋଇଥିଲେ। ଜଟଣୀର ସୀତପୱ୍ୟା ସାହୁ ତୃତୀୟ ସ୍ଥାନରେ ରହିଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ସପ୍ତମ ରାଉଣ୍ଡ ଖେଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଶ୍ରେଷ୍ଠ ମହିଳା ଚେସ୍ ପ୍ରତିଯୋଗୀ ଭାବେ ବ୍ରହ୍ମପୁରର ରଶ୍ମିତା ପାତ୍ର ଓ ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ମନିଷା ବେହେରା ଓ ସିନିୟର ଖେଳାଳି ଭାବେ ବଂଶୀଧର ଭୋଇ ମନୋନୀତ ହୋଇଥିଲେ । ଅବସରପ୍ରାପ୍ତ ପ୍ରଶାସକ ଦେବରାଜ ସେନାପତି ମୁଖ୍ୟ ଅତିଥି ଭାବେ ଖେଳକୁ ଉଦ୍‌ଘାଟନ କରିଥିଲେ । ୨୭ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details