ଭୁବନେଶ୍ବର:ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆଜି ଜାତୀୟ ପ୍ରେସ ଦିବସ ପାଳିତ । ଏହି ଅବସରରେ ଜୟଦେବ ଭବନ ଠାରେ ଏକ ସାମ୍ବାଦପତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ପ୍ରଦର୍ଶନୀକୁ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଏବଂ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ପ୍ରଦର୍ଶନୀ ଉଦଘାଟନ ଓ ଏହାକୁ ପରିଦର୍ଶନ କରି ପ୍ରମୁଖ ଶାସନ କହିଛନ୍ତି ଯେ, ଏହି ପ୍ରଦର୍ଶନୀରେ ବହୁ ପୁରାତନ ତଥା ବିରଳ ସମ୍ବାଦ ପତ୍ର ଗୁଡିକ ସ୍ଥାନ ପାଇଛି । ଯାହାର ଭବିଷ୍ୟତରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ସଂରକ୍ଷଣ କରିବା ପାଇଁ ଡିଜିଟାଇଜେସନ ଆବଶ୍ୟକ । ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଏଥି ସହିତ ପ୍ରଦର୍ଶନୀରେ ସ୍ଥାନିତ ସମ୍ବାଦପତ୍ର ଓ ପତ୍ରପତ୍ରିକା ଅତ୍ୟନ୍ତ ଆକର୍ଷଣୀୟ ଓ ସୂଚନା ଧର୍ମୀ ହୋଇଛି । ଏହାକୁ ସବୁଦିନ ଯେପରି ଜନସାଧାରଣ ଦେଖିବାର ସୁଯୋଗ ପାଇପାରିବେ, ସେଥିପାଇଁ ଏକ ସ୍ଥାୟୀ ଗ୍ୟାଲେରୀ ବ୍ୟବସ୍ଥା କରିବାକୁ କହିଛନ୍ତି ।