ଭୁବନେଶ୍ବର:ଭାରତରେ ନୂଆ କୋଭିଡ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହେବା ପରେ ଏବେ ପୁଣି ଆଶଙ୍କା ବଢ଼ିବାରେ ଲାଗିଛି । ଏହାକୁ ଆଗୁଆ ସତର୍କତା ଅବଲମ୍ବନ କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ସର୍ବ ସାଧାରଣ ସ୍ଥାନରେ ମାସ୍କ ପରିଧାନ କରିବାକୁ ଗାଇଡଲାଇନ୍ ଜାରି କରାଯାଇଛି । ଏହାରି ମଧ୍ୟରେ କୋଭିଡକୁ ପ୍ରତିହତ କରିବାକୁ ଟୀକା ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।
କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବ୍ୟକ୍ତି ତୃତୀୟ ଡୋଜ ଟିକା ନେଇନାହାନ୍ତି। ତେବେ ଯେହେତୁ ବର୍ତ୍ତମାନ ସଂକ୍ରମଣ ଅନ୍ୟ ଦେଶରେ ବଢିବା ଆରମ୍ଭ କଲାନି । ତେବେ ଟିକା ରାଜ୍ୟକୁ ଯୋଗାଇବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ। ବର୍ତ୍ତମାନ ରାଜ୍ୟରେ 8.14 କୋଟି କୋଭିଡ ଟୀକା ଦିଆଯାଇଛି । ଏଥିମଧ୍ୟରୁ 3.52 କୋଟି (97%) ଡୋଜ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ 3.30 କୋଟି (91%) ଡୋଜ ଦିତୀୟ ଡୋଜ ଟୀକାକରଣ କରାଯାଇଛି ।
ଏହା ବି ପଢ଼ନ୍ତୁ2022ର କଳା ଫର୍ଦ୍ଦ: ବର୍ଷ ତମାମର ଅଘଟଣ, ଚାଲିଗଲା ଅନେକ ଜୀବନ
ଦ୍ବିତୀୟ ଡୋଜ୍ ଭାବରେ 12 ବର୍ଷ ଏବଂ ତଦୁର୍ଦ୍ଧ୍ୱ ହିତାଧିକାରୀଙ୍କୁ 1.31 କୋଟି (41%) ଡୋଜ ଟୀକା ବ୍ୟବହୃତ ହୋଇଛି । ରାଜ୍ୟରେ 18 ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । 28 ନଭେମ୍ବର ସୁଦ୍ଧା ଭାରତର ସମ୍ପୂର୍ଣ୍ଣ ଟିକା ଉପଯୋଗ ହୋଇସାରିଛି ଏବଂ ବର୍ତ୍ତମାନ ରାଜ୍ୟରେ କୌଣସି ଟୀକା ନାହିଁ । ବର୍ତ୍ତମାନ ଜାପାନ, ଆମେରିକା, କୋରିଆ, ବ୍ରାଜିଲ ଏବଂ ଚୀନ୍ ଭଳି ଦେଶରେ କୋଭିଡ ମାମଲା ବୃଦ୍ଧି ପାଉଥିବାରୁ ପ୍ରିକସନ ଡୋଜ୍ ଟୀକା ପାଇଁ ଚାହିଦା ରହିଛି ।
18 ବର୍ଷରୁ ଅଧିକ ବୟସର 3.25 କୋଟି ନାଗରିକଙ୍କ ମଧ୍ୟରୁ କେବଳ 1.31 କୋଟି ନାଗରିକଙ୍କୁ ପ୍ରିକସନ ଡୋଜ୍ ଟୀକା ଦିଆଯାଇଛି । ତଥାପି 1.93 କୋଟି (59%) ନାଗରିକଙ୍କୁ ରାଜ୍ୟରେ ପ୍ରିକସନ ଟୀକାକରଣ କରାଯାଇ ନାହିଁ। ତେଣୁ ଅବଶିଷ୍ଟ ନାଗରିକଙ୍କ ପ୍ରିକସନ ଡୋଜ ଟୀକାକରଣ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ।