ଓଡିଶା

odisha

By

Published : Jan 13, 2023, 7:50 PM IST

ETV Bharat / state

ଜାଲିଆତି ପରେ କାର୍ଯ୍ୟାନୁଷ୍ଠାନ, BSKY ତାଲିକାରୁ ବାଦ ପଡିଲା କଟକର ସାଉଥ ପଏଣ୍ଟ ହସ୍ପିଟାଲ

BSKY ଯୋଜନାରୁ ବାଦ ପଡିଲା କଟକର ସାଉଥ ପଏଣ୍ଟ ହସ୍ପିଟାଲ। BSKY କାର୍ଡରେ ଟଙ୍କା ହଡ଼ପ କରିବାକୁ ଜାଲିଆତି କରିଥିଲା ସାଉଥ ପଏଣ୍ଟ ହସ୍ପିଟାଲ । ଏହାପରେ ରାଜ୍ୟ ସରକାରଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

loot money from bsky card
loot money from bsky card

ଭୁବନେଶ୍ବର:BSKY ଯୋଜନାରେ ହୋଇଥିବା ଜାଲିଆତି ଉପରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ । BSKY ତାଲିକାରୁ ବାଦ୍‌ ପଡ଼ିଲା କଟକର ସାଉଥ ପଏଣ୍ଟ ହସ୍ପିଟାଲ । ହସ୍ପିଟାଲରେ ନିଯୁକ୍ତ କର୍ମଚାରୀଙ୍କୁ ମଧ୍ୟ ହଟାଇ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ।

ତେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଲିନୀ ପଣ୍ଡିତଙ୍କ ସୂଚନା ଅନୁସାରେ, କଟକର ସାଉଥ ପଏଣ୍ଟ ହସ୍ପିଟାଲ ବିରୋଧରେ ନିଆଯାଇଥିବା କାର୍ଯ୍ୟନୁଷ୍ଠାନ ଆଜିଠାରୁ ତୁରନ୍ତ କାର୍ଯ୍ୟକାରୀ ହୋଇଛି । ଏହି ଅଭିଯୋଗ ମିଳିବା ପରେ ପ୍ରଥମ ପର୍ଯ୍ୟାୟରେ ହସ୍ପିଟାଲକୁ ବାଦ ଦିଆଯାଇଛି । ଉକ୍ତ ଡାକ୍ତରଖାନାରେ ନିୟୋଜିତ ଥିବା କର୍ମଚାରୀ ଅବହେଳା କରିଛନ୍ତି । ନିରବଚ୍ଛିନ୍ନ ସ୍ବାସ୍ଥ୍ୟସେବା ସୁବିଧା ଯୋଗାଇବା । ସାଉଥ ପଏଣ୍ଟ ହସ୍ପିଟାଲ ବିରୋଧରେ ଥିବା ଅଭିଯୋଗକୁ ରାଜ୍ୟ ସ୍ବାସ୍ଥ୍ୟ ଆୟୋଗର ପ୍ୟାନେଲ ଯାଞ୍ଚ କରିଥିଲା । ବେଳେ ଉକ୍ତ ଡାକ୍ତରଖାନା ଦ୍ବାରା ଦିଆଯାଇଥିବା ଦାବି ଉପରେ ଅଧିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅତୀତର ଠକେଇର ଯାଞ୍ଚ କରିବା ପାଇଁ ସାଉଥ ପଏଣ୍ଟ ହସ୍ପିଟାଲର ଚିକିତ୍ସିତ ହୋଇଥିବା ରୋଗୀଙ୍କୁ ଆଉଟବାଉଣ୍ଡ କଲ୍‌ ମାଧ୍ୟମରେ ମତାମତ ସଂଗ୍ରହ କରାଯାଉଛି ।

BSKY କାର୍ଡ ନବୀକରଣ ନାଁରେ କଟକରେ ଅନେକ ଦିନରୁ ହୋଇ ଆସୁଥିଲା ଲକ୍ଷଲକ୍ଷ ଟଙ୍କାର ଘୋଟାଲା । ତେବେ ଏହି ଅଭିଯୋଗକୁ ଭିତ୍ତି କରି ବର୍ତ୍ତମାନ ରାଜ୍ୟସରକାରଙ୍କ ପକ୍ଷରୁ କଡ଼ା କର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଥିସହ ପୁରୁଣା ରୋଗୀଙ୍କୁ ଫୋନ୍‌ କରି ସ୍ବାସ୍ଥ୍ୟସେବା ସମ୍ପର୍କରେ ବୁଝିବେ ସ୍ବାସ୍ଥ୍ୟ ଅଧିକାରୀ । ହସ୍ପିଟାଲର ସ୍ବାସ୍ଥ୍ୟସେବା ଯୋଗାଣ ନେଇ ବିଧିବଦ୍ଧ ଯାଞ୍ଚ କରି ଆଗକୁ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି । ସେହିପରି କଟକର ସାଉଥ ପଏଣ୍ଟ ହସ୍ପିଟାଲ୍‌ BSKY ଯୋଜନାରେ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ ପୂର୍ବରୁ ଏଠାରେ BSKY ଯୋଜନାରେ ରୋଗୀମାନେ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀମାନଙ୍କର କାଗଜ ପାତ୍ର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମତାମତ ସଂଗ୍ରହ କରି ଠକେଇ ବାବଦରେ ଅଧିକ ତଥ୍ୟ ହାସଲ କରିବା ପାଇଁ କୁହାଯାଇଛି ।

ସୂଚନା ଅନୁସାରେ, ବିଜୁ ସ୍ବାସ୍ଥ୍ୟ କାର୍ଡଧାରୀଙ୍କୁ ୨ ହଜାର ଟଙ୍କା ଦେଇ ଲକ୍ଷଲକ୍ଷ ଲୁଟୁଥିଲା କଟକର ସାଉଥ ପଏଣ୍ଟ ହସ୍ପିଟାଲ । ସୁସ୍ଥ ରୋଗୀଙ୍କୁ ହସ୍ପିଟାଲରେ ଆଡମିଶନ କରାଇ ଟଙ୍କା ଲୁଟୁଥିବା ନେଇ ହୋଇଥିଲା ଅଭିଯୋଗ । କେବଳ କାଗଜ ପତ୍ରରେ ରୋଗୀ ଚିକିତ୍ସା କରି ସରକାରଙ୍କ ଠାରୁ ଲକ୍ଷଲକ୍ଷ ବିଲ୍‌ କରି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ବୟାଳିଶମୌଜା ଅଞ୍ଚଳର କିଛି ବିଜୁ ସ୍ବାସ୍ଥ୍ୟ କାର୍ଡଧାରୀଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଏଭଳି କାଣ୍ଡ କରିଛନ୍ତି ମୁନଫାଖୋର ସ୍ବାସ୍ଥ୍ୟ ବ୍ୟବସାୟୀ । ତେବେ ଏହି ଘୋଟଲାରେ ସାମିଲ ଥିବା ୫ ଜଣ ହସ୍ପିଟାଲ କର୍ମଚାରୀଙ୍କୁ ଗିରଫ କରିଛି କଟକ କମିଶନରେଟ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details