ଭୁବନେଶ୍ବର:ଚର୍ମବିଣ୍ଡି ରୋଗ (Lumpy Skin Disease)ର ନିରାକରଣ ପାଇଁ ରାଜ୍ୟ ସରକାର ପକ୍ଷରୁ ଗ୍ରହଣ କରାଯାଉଛି ବ୍ୟାପକ ପଦକ୍ଷେପ । ରାଜ୍ୟ ସରକାର ଚର୍ମବିଣ୍ଡି ରୋଗର ଟୀକାକରଣ ପାଇଁ ବ୍ୟବହାରିକ ଦେୟମୁକ୍ତ କରିଛନ୍ତି । ଏହି ଟିକା ସମ୍ପୂର୍ଣ୍ଣ ଭାବରେ ଦେୟମୁକ୍ତ ଭାବରେ ଗୋପାଳକଙ୍କୁ ମିଳିବା ସହିତ ରାଜ୍ୟରେ ଆଉ 27ହଜାର ଟିକା ଆସି ପହଞ୍ଚିଥିବା ସୂଚନା ମିଳିଛି । ଏନେଇ ରାଜ୍ୟରେ 541 ପ୍ରାଣୀ ଚିକିତ୍ସାଳୟ, 3239 ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ଓ 314 ଭ୍ରାମ୍ୟମାନ ପ୍ରାଣୀ ଚିକିତ୍ସା ୟୁନିଟ ମାଧ୍ୟମରେ ଆକ୍ରାନ୍ତ ଗାଈ ଗୋରୁଙ୍କ କରାଯାଉଛି ଚିକିତ୍ସା । ଏହା ପରେ ଗାଈଗୋରୁ ମାନେ ସୁସ୍ଥ ହେବାର ଲକ୍ଷ୍ୟ କରାଯାଇଛି ।
ଅନ୍ୟପଟେ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ goat pox vaccine ମାଧ୍ୟମରେ ଗାଈଗୋରୁଙ୍କ ଟୀକାକରଣ କରାଯାଉଛି । ଏହି ରୋଗରେ ପ୍ରାୟତଃ ଗାଈଗୋରୁଙ୍କ ମୃତ୍ୟୁ ହୁଏ ନାହିଁ । ତେବେ କୌଣସି ଗୁଜବକୁ ନ ଶୁଣି ଓ ଭୟଭୀତ ନ ହୋଇ ନିଜ ଗାଈଗୋରୁଙ୍କ ଯତ୍ନ ନେବାକୁ ଗୋପାଳକଙ୍କୁ ବିଭାଗ ପକ୍ଷରୁ ସଚେତନା କରାଯାଇଛି । ଯଦି କୌଣସି ଅଞ୍ଚଳରେ ଏଭଳି ପ୍ରକାରର ରୋଗ ଦେଖାଯାଏ ତେବେ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଖବର ଦେବାକୁ କୁହାଯାଇଛି ।
ସେହିପରି ରାଜ୍ୟରେ 10-12-2022 ସୁଧା 10047 ଗୋରୁଗାଈଙ୍କ ଶରୀରରେ ଚର୍ମବିଣ୍ଡି ରୋଗ (Lumpy Skin Disease)ର ଲକ୍ଷଣ ଦେଖା ଦେଇଛି । ସେଥି ମଧ୍ୟରୁ 4837 ଗୋରୁଗାଇ ଚିକିସା ପରେ ଆରୋଗ୍ୟ ଲାଭ ହୋଇଛନ୍ତି । ଡିସେମ୍ବର 10 ତାରିଖ ମଧ୍ୟରେ ରାଜ୍ୟରେ ପ୍ରାୟ 632800 ଗୋରୁଗାଈଙ୍କୁ ଟୀକାକରଣ କରାଯାଇଛି ଓ ଏଥିସହ କାର୍ଯ୍ୟକ୍ରମ ଜାରି ମଧ୍ୟ ରହିଛି ।