ଓଡିଶା

odisha

ସାପ କାମୁଡ଼ାଜନିତ ମୃତ୍ୟୁ କମାଇବାକୁ ସରକାରଙ୍କ ନୂଆ ରଣନୀତି

By

Published : Dec 19, 2022, 9:23 PM IST

ସାପ କାମୁଡ଼ାଜନିତ ମୃତ୍ୟୁ କମାଇବାକୁ ରାଜ୍ୟ ସରକାରଙ୍କ ନୂଆ ରଣନୀତି । ସାପ କାମୁଡା ରୋଗୀ ବୋହିବାକୁ ପ୍ରତି ଗ୍ରାମରେ ହାଲୁକା ଷ୍ଟ୍ରେଚର୍ ରଖିବାକୁ ଯୋଜନା। ଅଧିକ ପଢନ୍ତୁ

special plan for reduce snake bite
snake

special plan for reduce snake bite

ଭୁବନେଶ୍ବର : ସାପ କାମୁଡ଼ା ଜନିତ ମୃତ୍ୟୁ କମାଇବାକୁ ରାଜ୍ୟ ସରକାରଙ୍କ ପ୍ରୟାସ । ସାପ କାମୁଡା ରୋଗୀ ବୋହିବାକୁ ପ୍ରତି ଗ୍ରାମରେ ରହିବ ହାଲୁକା ଷ୍ଟ୍ରେଚର୍ । ଏଥିସହ ବିଷାକ୍ତ ସାପ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଗାଁ ଗାଁରେ ଲଗାଯିବ ସାପ ସମ୍ପର୍କିତ ସୂଚନା ପୋଷ୍ଟର । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର କିଛି ଅଞ୍ଚଳରେ ପାଇଲଟ ପ୍ରକଳ୍ପ ଆଧାରରେ ଏହି ରଣନୀତି ଆପଣାଇବେ ସରକାର । ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ରାଜ୍ୟବ୍ୟାପୀ ଲାଗୁ କରାଯିବ । ଏନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ଅନ୍ୟପଟେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, "ଆମ ରାଜ୍ୟରେ ସାପ କାମୁଡା ରୋଗୀଙ୍କ ଚିକିତ୍ସା ଲାଗି ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ସ୍ନେକ୍ ଭେନମ ଯୋଗାଇ ଦେବାକୁ ପ୍ରୟାସ କରୁଛୁ । ଏହା ସତ୍ତ୍ବେ ଲୋକଙ୍କ ଅବହେଳା ତଥା ଭୟ ଯୋଗୁଁ ସାପ କାମୁଡ଼ା ମୃତ୍ୟୁ ଅଧିକ ଘଟୁଛି । ରାଜ୍ୟରେ ଯେତିକି ସାପ କାମୁଡା ଘଟଣା ଘଟୁଛି, ସେଥିରୁ ୮୦% ଅଣବିଷଧର ସାପ କାମୁଡା । ୨୫-୩୦ ସାପ କାମୁଡା ମୃତ୍ୟୁ କେଇ ଘଣ୍ଟା ଭିତରେ ଘଟୁଛି, ଯେତେବେଳେ କି ବିଷ ଶରୀରକୁ ବ୍ୟାପି ନ ଥାଏ । ଏସବୁ କ୍ଷେତ୍ରରେ ସାପ କାମୁଡ଼ା ପରେ ଲୋକମାନେ ଛାନିଆରେ ମୃତ୍ୟୁ ବରଣ କରୁଛନ୍ତି ।"

ତେବେ କେଉଁଟା ବିଷାକ୍ତ ସାପ, କେଉଁଟା ନୁହେଁ, ସେନେଇ ଲୋକଙ୍କ ଭିତରେ ସଚେତନତା ବଢାଇବାକୁ ପଡ଼ିବ । ଦ୍ଵିତୀୟରେ ସାପ କାମୁଡ଼ା ଲୋକ ଚଲା ବୁଲା କରିବା ଅନୁଚିତ୍ । ସେମାନଙ୍କୁ ଷ୍ଟ୍ରେଚରରେ ଡାକ୍ତରଖାନା ପର୍ଯ୍ୟନ୍ତ ନିଆଯିବା କଥା । ରାଜ୍ୟରେ ବହୁତ ଲୋକ କେଳା, ଗୁଣିଆ ଓ ଠାକୁରଙ୍କ ଉପରେ ବିଶ୍ବାସ କରନ୍ତି, ଫଳରେ ଏହି ଚିକିତ୍ସା ବେଳେ ରକ୍ତରେ ବିଷ ସଞ୍ଚାର ଅଧିକ ହୋଇଯାଏ । ଏନେଇ ବ୍ୟକ୍ତି ମୃତ୍ୟୁ ମୁଖରେ ପଡନ୍ତି । ଡାକ୍ତରମାନଙ୍କ ମଧ୍ୟରେ ମଧ୍ୟ ଆଣ୍ଟି ସ୍ନେକ ଭେନମ୍ ମେଡିସିନ ଦେବାକୁ କୁଣ୍ଠାବୋଧ କରୁଛନ୍ତି । ତେଣୁ ସେମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯିବ ।

ଏହା ମଧ୍ୟ ପଢନ୍ତୁ -ଲିଜରେ ଦିଆଯିବ ଦେଶର 25 ବିମାନ ବନ୍ଦର: ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ

ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, "ସାପ କାମୁଡା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଯାହାଦ୍ବାରା ସାପ କାମୁଡା ଜନିତ ମୃତ୍ୟୁ ସଂଖ୍ୟା କମିବା ପାଇଁ। ଅବହେଳା ଯୋଗୁଁ ସାପ କାମୁଡାଜନିତ ମୃତ୍ୟୁ ହେଉଛି। କାରଣ ରାଜ୍ୟରେ ଯେତିକି ସାପ କାମୁଡା ଘଟଣା ଘଟୁଛି ସେଥିରୁ ୮୦% ଅଣ ବିଷଧର ସାପ କାମୁଡା। କିନ୍ତୁ ସାପ କାମୁଡାର କିଛି ସମୟ ଭିତରେ ମୃତ୍ୟୁ ଘଟୁଛି ଯେତେବେଳେ କି ବିଷ ଶରୀରକୁ ବ୍ୟାପି ନ ଥାଏ । ତେବେ ଓଡିଶା ରେ ହିଁ ଅଧିକ ସାପ କାମୁଡା ଜନିତ ଅଧିକ ମୃତ୍ୟୁ ଘଟୁଛି କାରଣ ଆମର ନଇନାଳ ଅଧିକ ଅଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details