ଓଡିଶା

odisha

Mahanadi Water Dispute: ଟ୍ରିବୁନାଲରେ ବ୍ୟାକ୍ ବେଞ୍ଚରେ ରାଜ୍ୟ ସରକାର: ବିଜେପି

By

Published : May 2, 2023, 6:45 PM IST

ମହାନଦୀ ପ୍ରସଙ୍ଗରେ ରାଜ୍ୟ ବିଜେପିର ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ୨୦୧୯ ପରେ ମହାନଦୀ ପ୍ରସଙ୍ଗକୁ ସମ୍ପୂର୍ଣ ଭୁଲିଗଲେ ସରକାର । ୨୦୨୪ ନିର୍ବାଚନ ଥିବାରୁ ସରକାରୀ ଦଳ ଚାରିତ୍ରିକ ଡ୍ରାମା କରୁଛନ୍ତି । ଅଧିକ ପଢନ୍ତୁ

ଟ୍ରିବୁନାଲରେ ବ୍ୟାକ ବେଞ୍ଚରେ ବସିଛନ୍ତି ରାଜ୍ୟ ସରକାର: ବିଜେପି
ଟ୍ରିବୁନାଲରେ ବ୍ୟାକ ବେଞ୍ଚରେ ବସିଛନ୍ତି ରାଜ୍ୟ ସରକାର: ବିଜେପି

ଟ୍ରିବୁନାଲରେ ବ୍ୟାକ ବେଞ୍ଚରେ ବସିଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ବର: ମହାନଦୀ ଜଳ ବିବାଦ ନେଇ ଛତିଶଗଡରେ ଟ୍ରିବୁନାଲ ସଦସ୍ୟ ମାନେ ଦିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଦୁଇ ରାଜ୍ୟର ଅଧିକାରୀ ମୁହାଁମୁହିଁ ହୋଇଥିବା ଖବର ଆସୁଛି । ଟ୍ରିବୁନାଲଙ୍କ କ୍ଷେତ୍ର ପରିଦର୍ଶନକୁ ନେଇ ଖୁସି ନାହିଁ ଛତିଶଗଡ । ଯାହାକୁ ନେଇ ଛତିଶଗଡ ଅସହଯୋଗ କରିଆସୁଛି ।

ଏହି ପ୍ରସଙ୍ଗରେ ରାଜ୍ୟ ବିଜେପିର ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ୨୦୧୯ ପରେ ମହାନଦୀ ପ୍ରସଙ୍ଗକୁ ସମ୍ପୂର୍ଣ ଭୁଲିଗଲେ ସରକାର। ୨୦୨୪ ନିର୍ବାଚନ ଥିବାରୁ ସରକାରୀ ଦଳ ଚାରିତ୍ରିକ ଡ୍ରାମା କରୁଛନ୍ତି। ମଧ୍ୟସ୍ଥତା ମାଧ୍ୟମରେ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପୁର୍ବରୁ ଦାବି କରିଥିଲା ବିଜେପି। ଟ୍ରିବୁନାଲ ପାଇଁ ଲମ୍ବା ସମୟ ଲାଗିବ। ୨୦-୨୫ ବର୍ଷ ଲାଗିପାରେ। କିନ୍ତୁ ଟ୍ରିବୁନାଲ କଥା କହିଲେ ରାଜ୍ୟ ସରକାର । ଏବେ ସେହି ଟ୍ରିବୁନାଲ ଉପରେ ସରକାରଙ୍କ ଭରସା ନାହିଁ। ଟ୍ରିବୁନାଲ ଯେତେବେଳେ ଯାଇଛନ୍ତି ଛତିଶଗଡ ମହାନଦୀ ଉପର ମୁଣ୍ଡର ସେତେବେଳେ ରାଜ୍ୟ ସରକାର ପୁଣି ନୂଆ ରାଜନୈତିକ ଡ୍ରାମା ଆରମ୍ଭ କରିଛନ୍ତି। ନିର୍ବାଚନ ଥିବାରୁ ଚାରିତ୍ରିକ ଡ୍ରାମା କରୁଛନ୍ତି। ଡ୍ରାମା ବନ୍ଦ କରି ବାସ୍ତବ ଜଳ ବଣ୍ଟନ କିପରି ହେବ, ଟ୍ରିବୁନାଲରେ କିପରି ଲଢେଇ ଠିକ ହେବ ସେ ନେଇ ଧ୍ୟାନ ଦିଅନ୍ତୁ ସରକାର।

ସେହିପରି ପୃଥ୍ବୀରାଜ କହିଛନ୍ତି ଛତିଶଗଡ ସରକାର ତାଙ୍କ ସ୍ବାର୍ଥ ଦେଖିବେ। କିନ୍ତୁ ଓଡିଶା ସରକାର ତାଙ୍କ ସ୍ବାର୍ଥ ଦେଖିନାହାନ୍ତି। ଟ୍ରିବୁନାଲରେ ଓଡିଶା ବ୍ୟାକ ବେଞ୍ଚରେ ବସିଛି । ଏହାକୁ ରାଜନୀତିକ ମୁଦ୍ଦା କରି ନିର୍ବାଚନ ଲଢ଼ିବା ସରକାରଙ୍କ ପ୍ରାଥମିକତା। ବର୍ତ୍ତମାନ ଟ୍ରିବୁନାଲରେ ମହାନଦୀ ଭବିଷ୍ୟତକୁ ନେଇ ସନ୍ଦେହ ବଢିବାରେ ଲାଗିଛି ।

ସେହିଭଳି ଓଡିଶା ଆନ୍ଧ୍ର ଭିତରେ ବିବାଦ କୁ ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଏ ପ୍ରସଙ୍ଗ ବହୁତ ପୁରୁଣା। କୋଟିଆ ଭଳି ବଡ ଅଞ୍ଚଳକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି। ସ୍ଥାନୀୟ ଲୋକେ ଜାଣି ନାହାନ୍ତି ସେମାନେ ଆନ୍ଧ୍ରର ନା ଓଡିଶାର। କେଉଁ ସରକାର ସେମାନଙ୍କ ନିକଟରେ ଯୋଜନା ପହଞ୍ଚାଇବେ। ସ୍ଥାନୀୟ ଲୋକ କେଉଁଠି ଭୋଟ ଦେବେ ତାହା କୁ ନେଇ ସନ୍ଦେହ। କୋଟିଆ ଅଞ୍ଚଳକୁ ଓଡ଼ିଶା ସରକାରଙ୍କ ଅଧିକାରୀ ଯାଉନାହାନ୍ତି। ଅନ୍ୟକୁ ଦୋଷ ଠେଲୁଛନ୍ତି। ମାସକ ମଧ୍ୟରେ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ହୋଇ ସୀମା ନିର୍ଦ୍ଧାରଣ କରାଯାଉ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଗନ ରେଡ୍ଡୀ ସରକାରଙ୍କ ଫଟୋ ଲାଗିଥିଲା । ଘରର ଆଲଟମେଣ୍ଟ କିଏ କରିଛି ତାହା ସ୍ଥିର ହୋଇନାହିଁ ଯେ ଆନ୍ଧ୍ର ଦେଇଛନ୍ତି ନା ଓଡିଶା ସରକାର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା କରି ସୀମା ନିର୍ଧାରଣ ନ କଲେ କୋଟିଆ ଭଳି ଅନେକ ଗାଁ ଅଛି ତାହା ବି ସନ୍ଦେହ ଘେରକୁ ଆସିଯିବ।

ଗୋଟେ ମାସ ଭିତରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସ୍ତରରେ ଆଲୋଚନା କରି ଏ ବାବଦରେ ଏକ ଠୋସ ନିଷ୍ପତ୍ତି ଗ୍ରହଣ କରନ୍ତୁ। ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ କୋଟିଆ ଯାଇ ସାଧାରଣ ସଭା କରିଛନ୍ତି । ରାଜ୍ୟ ସରକାର କେତେ ଥର ଗଲେଣି କୋଟିଆ । କେନ୍ଦ୍ର ସରକାର ଙ୍କ ହସ୍ତକ୍ଷେପ ଲୋଡ଼ିବା ପ୍ରସଙ୍ଗରେରେ କହିଛନ୍ତି, ବିଧିବଦ୍ଧ ଭାବେ ହସ୍ତକ୍ଷେପ ମାଗିଛନ୍ତି କି ସରକାର ? କେବଳ ବିବୃତି ଦେବା ଛଡା କିଛି କରିବାକୁ ପ୍ରସ୍ତୁତ ନୁହେଁ । ସୀମା ନିର୍ଦ୍ଧାରଣ ନେଇ ସରକାର ବ୍ୟବସ୍ଥା କରନ୍ତୁ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details