ଓଡିଶା

odisha

ETV Bharat / state

ରାଜ୍ୟ BJP କୋର କମିଟି ବୈଠକ ଆରମ୍ଭ, 2024 ରୋଡମ୍ୟାପ ନେଇ ଆଲୋଚନା - ରାଜ୍ୟ ବିଜେପି କୋର କମିଟି ବୈଠକ

ରାଜ୍ୟ ବିଜେପି କୋର କମିଟି ବୈଠକ ଆରମ୍ଭ ହୋଇଛି । ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଉପସ୍ଥିତ । ଅଧିକ ପଢନ୍ତୁ

bjp core committee meeting
ରାଜ୍ୟ BJP କୋର କମିଟି ବୈଠକ ଆରମ୍ଭ,

By ETV Bharat Odisha Team

Published : Sep 3, 2023, 12:02 PM IST

ରାଜ୍ୟ BJP କୋର କମିଟି ବୈଠକ ଆରମ୍ଭ

ଭୁବନେଶ୍ବର: 2024 ସାଧାରଣ ନିର୍ବାଚନ ନେଇ ସମସ୍ତ ଦଳ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏଥିରୁ ବାଦ ପଡିନାହିଁ ଭାରତୀୟ ଜନତା ପାର୍ଟି । କେନ୍ଦ୍ର ପରି ରାଜ୍ୟରେ କ୍ଷମତା ହାସଲ ପାଇଁ ଦଳ ଲାଗି ପଡିଛି । ଏହାରି ଭିତରେ ରାଜ୍ୟ ବିଜେପିର କୋର କମିଟି ବୈଠକ ଆରମ୍ଭ ହୋଇଛି । ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟରେ କୋର କମିଟି ବୈଠକ ବସିଛି । ବୈଠକରେ 2024 ନିର୍ବାଚନ ରୋଡମ୍ୟାପ ନେଇ ଆଲୋଚନା ହୋଇଛି ।

ବୈଠକରେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଉପସ୍ଥିତ ଅଛନ୍ତି । ଏହା ସିହତ ସହ ପ୍ରଭାରୀ ବିଜୟ ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ବର ଟୁଡୁ, ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ରାଜ୍ୟ ବିଜେପି ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ସାଂସଦ ପ୍ରତାପ ଷଡ଼ଙ୍ଗୀ, ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରମୁଖ ଉପସ୍ଥିତ ଅଛନ୍ତି । ବୈଠକରେ 2024 ନିର୍ବାଚନ ରୋଡମ୍ୟାପ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 9 ବର୍ଷ କାର୍ଯ୍ୟକାଳର ଉପଲବ୍ଧି ଲୋକଙ୍କ ପାଖରେ କିପରି ପହଞ୍ଚିବ, ମୋ ମୋଟି ମୋ ଦେଶ କାର୍ଯ୍ୟକ୍ରମ କିପରି ସଫଳ ହେବ, ପଞ୍ଚାୟତ ସ୍ତରରେ ସଫଳତାର ସହ ଚାଲିଥିବା ଆନ୍ଦୋଳନର ସମୀକ୍ଷା ବୈଠକରେ ହୋଇଛି ।

ଏହା ବି ପଢନ୍ତୁ...ରବିବାର ବିଜେପିର ଗୁରୁତ୍ବପୂର୍ଣ୍ଣ କୋର କମିଟି ବୈଠକ, ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରୋଡ ମ୍ୟାପ

ଆସନ୍ତା ସାଧାରଣ ନିର୍ବାଚନ ନେଇ ବୈଠକରେ ଆଲୋଚନା ହୋଇଛି । ଏହା ସହ ସାଙ୍ଗଠନିକ ସ୍ଥିତି ନେଇ ବି ଚର୍ଚ୍ଚା ଚାଲିଛି । ଆଗାମୀ ଦିନରେ ଥିବା ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ବୈଠକରେ ରୋଡ ମ୍ୟାପ ପ୍ରସ୍ତୁତ ନେଇ ଆଲୋଚନା ହୋଇଛି । ସେହିପରି 17 ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିବସ ଏବଂ ବିଶ୍ଵକର୍ମା ଜୟନ୍ତୀ । ସେହି ଅବସରରେ ବିଶ୍ଵକର୍ମା ଯୋଜନା ଆରମ୍ଭ ହେବାକୁ ଯାଉଛି । ସେବା ପଖୱାଡା ଆରମ୍ଭ ହେବ । କାର୍ଯ୍ୟକର୍ତ୍ତାମାନେ ସେବା, ସୁଶାସନ, ଦେଶ ସୁରକ୍ଷା ଦୃଢୀଭୂତ ହୋଇଛି, ଭାରତ ସମଗ୍ର ବିଶ୍ଵରେ ସମ୍ମାନିତ ହୋଇଛି, ଚନ୍ଦ୍ରଯାନର ସଫଳତା, ସୂର୍ଯ୍ୟଯାନ ଉତକ୍ଷେପଣ ଆଦି ବିଷୟରେ ମଧ୍ୟ ବୈଠକରେ ଚର୍ଚ୍ଚା ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details