ଓଡିଶା

odisha

By ETV Bharat Odisha Team

Published : Oct 17, 2023, 8:29 PM IST

ETV Bharat / state

‘ଇଣ୍ଡିଆ ସ୍କିଲ୍ ୨୦୨୩-୨୪’ର ଶୁଭାରମ୍ଭ, ପିଲାଙ୍କ ରୁଚି ସହ ଶିକ୍ଷାଦାନ ଉପରେ NEPରେ ପ୍ରାଧାନ୍ୟ

‘‘ଇଣ୍ଡିଆ ସ୍କିଲ୍ ୨୦୨୩-୨୪’’ କୁ ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍କିଲ୍ ପ୍ରତିଯୋଗିତାରେ୨୫ ଲକ୍ଷ ଲୋକଙ୍କୁ ଯୋଡିବା ପାଇଁ ଦେଲେ ଆହ୍ୱାନ । ଡିଗ୍ରୀ ଅପେକ୍ଷା ଅଧିକ ସାମର୍ଥ୍ୟ ଉପରେ ଗୁରୁତ୍ୱ । ଅଧିକ ପଢନ୍ତୁ

‘ଇଣ୍ଡିଆ ସ୍କିଲ୍ ୨୦୨୩-୨୪’ର ଶୁଭାରମ୍ଭ, ପିଲାଙ୍କ ରୁଚି ଅନୁସାରେ ପାଠ ପଢାଇବା ଉପରେ NEP ରେ ପ୍ରାଧାନ୍ୟ
‘ଇଣ୍ଡିଆ ସ୍କିଲ୍ ୨୦୨୩-୨୪’ର ଶୁଭାରମ୍ଭ, ପିଲାଙ୍କ ରୁଚି ଅନୁସାରେ ପାଠ ପଢାଇବା ଉପରେ NEP ରେ ପ୍ରାଧାନ୍ୟ

ନୂଆଦିଲ୍ଲୀ:‘ଇଣ୍ଡିଆ ସ୍କିଲ୍ ୨୦୨୩-୨୪’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବଜାରର ଆବଶ୍ୟକତା ଏବଂ ଭିତ୍ତିଭୂମିର ବିକାଶ ପାଇଁ ଦରକାର ଥିବା ଦକ୍ଷତା ଉପରେ ମ୍ୟାପିଂ ହେବା ଆବଶ୍ୟକ । ଦୁନିଆର ଆବଶ୍ୟକତାକୁ ବୁଝିଲେ ହିଁ ସ୍କିଲ୍ ଦୂରତାକୁ ହ୍ରାସ କରିପାରିବା ବୋଲି ଆଜି ନୂଆଦିଲ୍ଲୀରେ ‘ଇଣ୍ଡିଆ ସ୍କିଲ୍ ୨୦୨୩-୨୪’ର ଶୁଭାରମ୍ଭ କରିବା ଅବସରରେ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ସ୍କିଲ୍ ପ୍ରତିଯୋଗିତାରେ ୨୫ ଲକ୍ଷ ଲୋକଙ୍କୁ ଯୋଡିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଆହ୍ୱାନ କରିଛନ୍ତି ।

‘ଇଣ୍ଡିଆ ସ୍କିଲ୍ ୨୦୨୩-୨୪’ର ଶୁଭାରମ୍ଭ, ପିଲାଙ୍କ ରୁଚି ଅନୁସାରେ ପାଠ ପଢାଇବା ଉପରେ NEP ରେ ପ୍ରାଧାନ୍ୟ

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘‘୨୦୨୪ ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି । ଭାରତକୁ ବିକଶିତ କରିବାକୁ ହେଲେ ସମସ୍ତଙ୍କୁ ସ୍କିଲ୍ କରିବାକୁ ହେବ । ଭାରତ ହେଉଛି ଯୁବଶକ୍ତିର ଦେଶ । ଯୁବବର୍ଗଙ୍କୁ ସ୍କିଲ୍ଡ ନକଲେ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ । ତେଣୁ ଶିଳ୍ପ, ଶିକ୍ଷାନୁଷ୍ଠାନ ସହ ମିଳିତ ଭାବରେ ସମସ୍ତଙ୍କ କମ୍ପିଟାନ୍ସିଂ ବା ସାମର୍ଥ୍ୟକୁ ଜନଆନ୍ଦୋଳନରେ ପରିଣତ କରିବାକୁ ହେବ । ଏହା ସହ ଦେଶରେ ବେରୋଜଗାରୀ ହ୍ରାସ ପାଇଛି । ଭାରତରେ ୨୦୧୭ରେ ବେରୋଜଗାର ହାର ୬ ପ୍ରତିଶତ ଥିବା ବେଳେ ବର୍ଷ ୨୦୨୨-୨୩ରେ ଏହି ହାର ୩.୨ ପ୍ରତିଶତରେ ପହଞ୍ଚିଛି ।’’

ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, ‘‘କ୍ରମାଗତ ଭାବରେ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବଢୁଛି । ସମସ୍ତଙ୍କୁ ବିଶେଷ ଭାବରେ କର୍ମକ୍ଷେତ୍ରରେ ଥିବା ସବୁ ବର୍ଗର ଲୋକମାନଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ କରାଇବାକୁ ପଡିବ । ଭାରତର ହସ୍ତତନ୍ତ, ବୟନ ଶିଳ୍ପ ଦୁନିଆର କେଉଁ ସ୍ଥାନରେ ମିଳେନାହିଁ । ଏହା ହିଁ ଆମ ଭାରତର ଦକ୍ଷତା । ବିଶ୍ୱ ଏବେ ଭାରତକୁ ଅନୁସରଣ କରୁଛି ।’’

ଏହା ମଧ୍ୟ ପଢନ୍ତୁ:- ISRO ମୁଖ୍ୟ ସୋମନାଥଙ୍କୁ ସମ୍ମାନଜନକ ଡକ୍ଟରେଟ ଡିଗ୍ରୀ, ଚନ୍ଦ୍ରଯାନ 3 ଓ ଆଦିତ୍ୟ ଏଲ1 ଟିମକୁ କଲେ ଉତ୍ସର୍ଗ


ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ ସମସ୍ତଙ୍କ ମଧ୍ୟରେ କିଛି ନା କିଛି ରୁଚି ଅଛି । ପିଲାଙ୍କ ରୁଚି ଅନୁସାରେ ପାଠ ପଢାଇବା ଉପରେ ଜାତୀୟ ଶିକ୍ଷା ନୀତିରେ ପ୍ରାଧାନ୍ୟ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ପସନ୍ଦ ଅନୁସାରେ ସେମାନଙ୍କର ପାଠପଢା ହେବା ଉଚିତ୍ । ପାଠପଢା ଏବଂ କର୍ମକ୍ଷେତ୍ର, ଉଭୟ କ୍ଷେତ୍ରରେ ଦକ୍ଷତା ବିକାଶ ହେବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details