ଓଡିଶା

odisha

ETV Bharat / state

ରାଜଧାନୀରେ ପୋଲିସ କର୍ମଚାରୀଙ୍କ ଆତ୍ମହତ୍ୟା, ମାନସିକ ଦୁଶ୍ଚିନ୍ତା ନେଇ ଆଶଙ୍କା - ପୋଲିସ କର୍ମଚାରୀଙ୍କ ଆତ୍ମହତ୍ୟା

ପୋଲିସ କର୍ମଚାରୀଙ୍କ ଆତ୍ମହତ୍ୟା । ରାଜଧାନୀର ନୟାପଲ୍ଲୀ ଥାନା ରେଣ୍ଟାଲ କଲୋନୀରେ ସରକାରୀ ପୋଲିସ କର୍ମଚାରୀଙ୍କ ଆତ୍ମହତ୍ୟା । ସରକାରୀ ବାସଭବନରୁ ତାଙ୍କ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ କୃଷ୍ଣଚନ୍ଦ୍ର ସେନାପତି । ଅଧିକ ପଢନ୍ତୁ

ରାଜଧାନୀରେ ପୋଲିସ କର୍ମଚାରୀଙ୍କ ଆତ୍ମହତ୍ୟା
ରାଜଧାନୀରେ ପୋଲିସ କର୍ମଚାରୀଙ୍କ ଆତ୍ମହତ୍ୟା

By

Published : Oct 28, 2022, 10:46 PM IST

ଭୁବନେଶ୍ବର: ରାଜଧାନୀରେ ପୁଣି ଆଉ ଏକ ଆତ୍ମହତ୍ୟା । ପୋଲିସ କର୍ମଚାରୀଙ୍କ ଆତ୍ମହତ୍ୟା । ସରକାରୀ ବାସଭବନରୁ ପୋଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ପୋଲିସ କର୍ମଚାରୀ ଜଣକ ହେଲେ କୃଷ୍ଣଚନ୍ଦ୍ର ସେନାପତି । ସେ SSB ବାଟାଲିୟନର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ(SSB Battalion Grade 4 Employee) କାର୍ଯ୍ୟରତ ଥିଲେ ।

ସୂଚନା ଅନୁସାରେ, କୃଷ୍ଣଚନ୍ଦ୍ର ରେଣ୍ଟାଲ କଲୋନୀ ସ୍ଥିତ ସରକାରୀ ବାସଭବନରେ ନିଜ ପତ୍ନୀଙ୍କ ସହ ରହୁଥିଲେ । ତେବେ ମାନସିକ ଦୁଃଶ୍ଚିନ୍ତାରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆଜି ନୟାପଲ୍ଲୀସ୍ଥିତ ରେଣ୍ଟାଲ କଲୋନୀ ସ୍ଥିତ ସରକାରୀ ବାସଭବନରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଖବରପାଇ ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏନେଇ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ଏହା ମଧ୍ୟ ପଢନ୍ତୁ: ରାଜଧାନୀରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ସୂଚନାଯୋଗ୍ୟ ଯେ, " ଗତ କିଛିଦିନ ହେବ ରାଜଧାନୀରୁ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । ଗତକାଲି ଜଣେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଜଣେ ପୋଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୟୁନିଟ ୯ ମଙ୍ଗଳା ମନ୍ଦିର ନିକଟ ଏକ ବରକୋଳି ଗଛରୁ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକ ଜଣଙ୍କ ଥିଲେ ମନୋରଞ୍ଜନ ଦାସ ଓ ତାଙ୍କର ବୟସ ୧୬ ବର୍ଷ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଗୁରୁବାର ଦିନ ୧୦ ଟାବେଳେ ଗାଈ ଚରାଇବାକୁ ଆସିଥିବା ମନୋରଞ୍ଜନ ଆଉ ଘରକୁ ଫେରିନଥିଲେ । ତେଣୁ ପରିବାରଲୋକଙ୍କ ସନ୍ଦେହ ବଢିବାରୁ ଖୋଜାଖୋଜି ଆରମ୍ଭ କରିଥିଲେ । ବହୁ ଖୋଜାଖୋଜି କରିବା ପରେ ବରକୋଳି ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ପାଇଥିଲେ । ତେବେ ମନୋରଞ୍ଜନଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ଖବରପାଇ ଖାରବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details