ଓଡିଶା

odisha

ETV Bharat / state

ଗବେଷଣା ପାଇଁ ଶ୍ରୀନିବାସଙ୍କ ଶରୀର ଦାନ - 64 ବର୍ଷୀୟ ବୃଦ୍ଧ ଶ୍ରୀନିବାଶ ମିଶ୍ର

ଭୁବନେଶ୍ବର ପାତ୍ରପଡା ଅଞ୍ଚଳର ଶ୍ରୀନିବାସ ମିଶ୍ରଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଗବେଷଣା ପାଇଁ ଦାନ କରିଛନ୍ତି ପରିବାରବର୍ଗ । ଅଧିକ ପଢନ୍ତୁ

AIIMS  hospital
AIIMS hospital

By

Published : Dec 29, 2022, 8:59 PM IST

ଭୁବନେଶ୍ବର:ଜୀବନ ଯୁଦ୍ଧରେ ହାରିଯାଇ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଇଛନ୍ତି ଶ୍ରୀନିବାସ। ହେଲେ ମୃତ୍ୟୁ ପରେ ମେଡ଼ିକାଲ ରିସର୍ଚ୍ଚ ପାଇଁ ସମ୍ପୂର୍ଣ୍ଣ ଶରୀର ଦାନ କରି ଶ୍ରୀନିବାସଙ୍କ ପରିବାର ବର୍ଗ ସମସ୍ତଙ୍କ ଆଖିରେ ଅଲିଭା ଛବି ଆଙ୍କିଦେଇଛନ୍ତି। ହଜିଯାଇଛି ତାଙ୍କ ଆତ୍ମା ହେଲେ ଅନ୍ୟମାନଙ୍କ ପାଇଁ ଜିତିଯାଇଛନ୍ତି ହୃଦୟ।

ସେ ଆଉ କେହି ନୁହେଁ ଖୋର୍ଦ୍ଧା ଜିଲ୍ଲା ପାତ୍ରପଡା ଅଞ୍ଚଳର ଜଣେ 64 ବର୍ଷୀୟ ବୃଦ୍ଧ ଶ୍ରୀନିବାଶ ମିଶ୍ର । ଗତ କିଛି ବର୍ଷ ହେବ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଦୀର୍ଘ ଦିନ ଧରି ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହୋଇଆସୁଥିଲ। ପ୍ରାୟ ୮ଦିନ ତଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାରବର୍ଗ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଶେଷରେ ମୃତ୍ୟୁବରଣ କରିଥିଲେ। ଏନେଇ ପରିବାରବର୍ଗ ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିବା ସହ ସମାଜ ଆଖିରେ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ଗବେଷଣା ନିମନ୍ତେ ଶ୍ରୀନିବାସଙ୍କ ଶରୀର ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏମ୍ସ ହସ୍ପିଟାଲରେ ଶ୍ରୀନିବାସଙ୍କର ଶରୀର ଗବେଷଣା ନିମନ୍ତେ ଦାନ କରାଯାଇଛି। ଏହାକୁ ନେଇ ଓଡ଼ିଶା ମୋ ପରିବାର ଓ ଏମ୍ସ ହସ୍ପିଟାଲ ସମନ୍ବୟର ସଫଳ ଭାବରେ ଶରୀରକୁ ଦାନ କରା ଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details