ଓଡିଶା

odisha

ଶ୍ରୀମନ୍ଦିର ପ୍ରସଙ୍ଗ: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ

By ETV Bharat Odisha Team

Published : Jan 3, 2024, 10:50 PM IST

Sri Mandir Issue: ଜଗନ୍ନାଥ ସଂସ୍କୃତି ତଥା ସନାତନ ବିରୋଧୀ କାର୍ଯ୍ୟ ଓ ଗତିବିଧିକୁ ନେଇ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ । ରତ୍ନ ଭଣ୍ଡାରର ସ୍ଥିତି ସାର୍ବଜନୀନ କରିବା ସହ କାମିୟା ଜାନି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଗଠନ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପ୍ରସଙ୍ଗ: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ
ଶ୍ରୀମନ୍ଦିର ପ୍ରସଙ୍ଗ: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ

ଶ୍ରୀମନ୍ଦିର ପ୍ରସଙ୍ଗ: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ

ଭୁବନେଶ୍ୱର:ସଂପ୍ରତି ରାଜ୍ୟ ସରକାରଙ୍କ ଦ୍ବାରା କରାଯାଉଥିବା ଶ୍ରୀଜଗନ୍ନାଥ ସଂସ୍କୃତି ତଥା ସନାତନ ବିରୋଧୀ କାର୍ଯ୍ୟ ଓ ଗତିବିଧିକୁ ନେଇ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ। ମହାପ୍ରଭୁ ଶ୍ରୀଜଗନ୍ନାଥ କୋଟି ଓଡ଼ିଆଙ୍କ ପରମ ଆରାଧ୍ୟ ତଥା ସମଗ୍ର ହିନ୍ଦୁ ସମାଜର ଆସ୍ଥା, ବିଶ୍ବାସ ଓ ସଂସ୍କୃତିର ପ୍ରାଣକେନ୍ଦ୍ର । ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି ଓଡ଼ିଆ ଜାତିର ପରିଚୟ, ସମୃଦ୍ଧ ଇତିହାସ ଓ ପରମ୍ପରାର ପ୍ରତୀକ । କିନ୍ତୁ ଦୁଃଖର ବିଷୟ ସରକାରଙ୍କୁ ପ୍ରଭାବିତ ତଥା ପରିଚାଳିତ କରୁଥିବା କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ସ୍ବେଚ୍ଛା ଚାରିତା କାରଣରୁ ଓଡ଼ିଆ ଜାତିର ପରିଚୟ ଓ ପରମ୍ପରା ଆଜି ସଂକଟ ମଧ୍ୟରେ ଗତି କରୁଥିବା ଅଭିଯୋଗ କରିଛି ସଂଗଠନ ।

ଓଡ଼ିଆ ସଂସ୍କୃତି ସମ୍ପର୍କରେ ଅଜ୍ଞତା ହେଉ ବା ଯୋଜନାବଦ୍ଧ ଭାବେ ହେଉ, ଏମାନଙ୍କ କାର୍ଯ୍ୟ ଦ୍ବାରା ଶ୍ରୀଜଗନ୍ନାଥ ସଂସ୍କୃତି ଧ୍ବଂସ ପାଇବାକୁ ବସିଲାଣି । ଏହାର ସଦ୍ୟତମ ଉଦାହରଣ ହେଉଛି, ନିକଟ ଅତୀତରେ ଗୋମାଂସ ଭକ୍ଷଣର ପ୍ରଚାର ପ୍ରସାର କରୁଥିବା ଜଣେ ଦେୟଯୁକ୍ତ ମହିଳା ବ୍ଲଗରଙ୍କ ଦ୍ଵାରା ଶ୍ରୀମନ୍ଦିର ତଥା ମହାପ୍ରସାଦର ପ୍ରଚାର କରାଇବା । ଏହା କୋଟି କୋଟି ଓଡ଼ିଆ ନୂଆ ହିନ୍ଦୁମାନଙ୍କୁ ଗଭୀର ଆଘାତ ଦେଇଥିବା କହିଛି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ।


ଶ୍ରୀମନ୍ଦିର ଆଇନ ଅନୁଯାୟୀ ସରକାର କେବଳ ପରିଚାଳନାଗତ ଓ ଶୃଙ୍ଖଳାଗତ । ବିଧିବ୍ୟବସ୍ଥା ପାଇଁ ଉତ୍ତରଦାୟୀ । ନୀତିକାନ୍ତି କିମ୍ବା ଧର୍ମୀୟ ବ୍ୟବସ୍ଥା ସମ୍ପର୍କରେ ନଷ୍ପତି ନେବାର ଅଧିକାର ଧର୍ମାଚାର୍ଯ୍ୟ ମାନଙ୍କର । କିନ୍ତୁ ସରକାର କ୍ଷମତାର ଅହଂକାରରେ ଅନ୍ଧ ହୋଇ ନିଜକୁ ଶ୍ରୀମନ୍ଦିରର ସର୍ବେସର୍ବା ମନେକରୁଛି ।ପାରମ୍ପରିକ ବ୍ୟବସ୍ଥା ଥିବା ସତ୍ତ୍ୱେ, ବିକାଶ ନାଁ ନେଇ ଅନେକ ଦିନ ଧରି ଗୋଟିଏ ଦ୍ୱାରରେ ପ୍ରବେଶ କାରଣରୁ ମହାପ୍ରଭୁଙ୍କ ଦର୍ଶନ ଅତ୍ୟନ୍ତ ବିଶୃଙ୍ଖଳିତ ହେଉଥିବା ଅଭିଯୋଗ କରିଛନ୍ତି ସଂଗଠନର ସଦସ୍ୟ ଅଜୟ କୁମାର ରାଉତ ।


ଏହା ମଧ୍ୟ ପଢନ୍ତୁ ......ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଅଯୋଧ୍ୟାରେ ହୋଟେଲ ବୁକିଂ ବେଳେ ଅତିଥି ଦେଖାଇବେ ନିମନ୍ତ୍ରଣପତ୍ର

ମହାପ୍ରଭୁଙ୍କ ଉନ୍ନଭଣ୍ଡାରର ସ୍ଥିତି ଅତ୍ୟନ୍ତ ଦୟନୀୟ ଥିବା ବିଶେଷଜ୍ଞଙ୍କ ଦ୍ୱାରା ପ୍ରକାଶ କରାଯିବା ପରେ ମଧ୍ୟ ସରକାରଙ୍କର ରଣ୍ଡାଭଣ୍ଡାର ନ ଖୋଲିବାର କିନ୍ତୁ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଏ କ୍ଷେତ୍ରରେ ଆଇନଗତ ବ୍ୟବସ୍ଥା, ନ୍ୟାୟିକ ନିର୍ଦେଶାବଳୀ କିମ୍ବା ଜନମତ, କାହାକୁ ନ ସରକାର ଭୂକ୍ଷେପ କରୁନାହାନ୍ତି ।ତେଣୁ ଏହିସବୁ ଦାବି ଗୁଡ଼ିକ ଉପରେ ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ରାଜ୍ୟପାଳଙ୍କ ନିକଟରେ ନିବେଦନ କରାଯାଇଛି ।

ତେବେ ଗୋମାଂସ ପ୍ରଚାରକାରୀଙ୍କୁ ଶ୍ରୀମନ୍ଦିର ପ୍ରବେଶ ତଥା ପ୍ରଚାର ପ୍ରସାର କାର୍ଯ୍ୟରେ ନିୟୋଜିତ କରିଥିବା ବ୍ୟକ୍ତିବିଶେଷ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।ଖୁବଶୀଘ୍ର ଚାରିଦ୍ୱାର ଖୋଲାଯାଇ ଦର୍ଶନ ବ୍ୟବସ୍ଥାକୁ ସହଜ ଓ ଶୃଙ୍ଖଳିତ କରିବା ପାଇଁ ଦାବି କରିଛି ସଂଗଠନ ।ଏହାସହ ତୁରନ୍ତ ରତ୍ନ ଭଣ୍ଡାର ଖୋଲାଯାଇ ଉଭୟ ରତ୍ନ ଓ ଭଣ୍ଡାରର ସ୍ଥିତି ସାର୍ବଜନୀନ କରାଯାଉ ବୋଲି ଦାବି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details