ଓଡିଶା

odisha

By ETV Bharat Odisha Team

Published : Oct 22, 2023, 10:50 PM IST

Updated : Oct 22, 2023, 10:58 PM IST

ETV Bharat / state

ବଙ୍ଗୋପସାଗରରେ ଆସିପାରେ ବାତ୍ୟା, ଜିଲ୍ଲାପାଳଙ୍କୁ ସତର୍କ କଲେ SRC

ପଶ୍ଚିମ -କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଗଭୀର ଅବପାତ । ଏହାକୁ ନେଇ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC । ଅଧିକ ପଢନ୍ତୁ

ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା
ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା

ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା । ସତର୍କ ସୂଚନା ଦେଲେ SRC । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ । ବଙ୍ଗୋପସାଗରରେ ପାରାଦୀପ ଠାରୁ 590 କିମି ଦୂରରେ ଅବପାତଥିବା ନେଇ ସତର୍କ କଲେ ସ୍ୱତନ୍ତ୍ର ରିଲିଫ କମିଶନର । ସକ୍ରିୟ ଥିବା ଅବପାତ ନେଲା ଗଭୀତ ଅବପାତର ରୂପ । ଆସନ୍ତା 24 ଘଣ୍ଟା ମଧ୍ୟରେ ନେଇପାରେ ବାତ୍ୟାର ରୂପ । 3 ଦିନ ମଧ୍ୟରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମୁହାଁ ହେବ ବାତ୍ୟା । ଏହାକୁ ନେଇ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC ।ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ସତର୍କ ରହିବାକୁ ନିର୍ଦ୍ଦେଶ ସହ ସମସ୍ତ ପ୍ରକାର ଯାନ୍ତ୍ରିକ ଉପକରଣ ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି । ବର୍ଷା ହେଲେ ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କରିବା ଠାରୁ ବାତ୍ୟା ଆଶ୍ରୟ ସ୍ଥଳୀରେ ସମସ୍ତ ସୁବିଧା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମୁଦ୍ର ଭିତରକୁ ଯାଇଥିବା ଧୀବରମାନଙ୍କୁ ଫେରି ଆସିବାକୁ ପରାମର୍ଶ ସହ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି,26 ଯାଏଁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି । ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ରରେ ଥିବା ପ୍ରାୟ 400 ଟ୍ରଲର କୂଳକୁ ଫେରି ଆସିଲେଣି ।

ଏହା ମଧ୍ୟ ପଢନ୍ତୁ....ପୁଣି ଅକ୍ଟୋବରରେ ବାତ୍ୟା ! ଆଜି ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ତେବେ ପାଣିପାଗ ବିଭାଗ ଅନୁଯାୟୀ, ବାତ୍ୟା ପ୍ରଭାବରେ ୨୭ ତାରିଖ ଯାଏଁ ସମୁଦ୍ର ଅଧିକ ଅଶାନ୍ତ ରହିବ । ତେବେ ଓଡ଼ିଶା ଉପରେ ବିଶେଷ ପ୍ରଭାବ ରହିବା ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି । ୨୪ ଓ ୨୫ ତାରିଖରେ ବର୍ଷାର ବିସ୍ତୃତି ସାମାନ୍ୟ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ପ୍ରଭାବରେ ୨୩ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ୨୪ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେଇପାରେ । ବାଂଲାଦେଶ ଓ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ । ଏହାର ସାମ୍ଭାବ୍ୟ ଗତିପଥ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନ ସଦୃଶ ଲଘୁଚାପ ଅବପାତର ରୂପ ନେଇ ସମୁଦ୍ର ଭିତରେ ସ୍ଥିର ରହିଛି । ପରବର୍ତ୍ତୀ ସମୟରେ ଏହା ଗଭୀର ଅବପାତରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଭୀର ଅବପାତ ସମୟରେ ପବନର ବେଗ ସର୍ବାଧିକ 80 କିମି ରହିପାରେ । ଓଡ଼ିଶା ଉପରେ ବିଶେଷ ପ୍ରଭାବ ରହିବାର ସମ୍ଭାବନା ନାହିଁ । ଓଡିଶା ଉପରେ ଏହା ପ୍ରଭାବ ନଥିଲେ ବି ରାଜ୍ୟ ସରକାର ସତର୍କ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 22, 2023, 10:58 PM IST

ABOUT THE AUTHOR

...view details