ଓଡିଶା

odisha

ETV Bharat / state

ଏଣିକି ପାଠ୍ୟକ୍ରମରେ ବାଧ୍ୟତାମୂଳକ ହେବ କ୍ରୀଡ଼ା ବିଷୟ : କ୍ରୀଡ଼ାମନ୍ତ୍ରୀ - ବିଦ୍ୟାଳୟ ପାଠ୍ୟକ୍ରମରେ କ୍ରୀଡ଼ା ବିଷୟବସ୍ତୁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ଶିକ୍ଷାବର୍ଷ ୨୦୨୪-୨୫ରୁ ବିଦ୍ୟାଳୟ ପାଠ୍ୟକ୍ରମରେ କ୍ରୀଡା ବିଷୟବସ୍ତୁକୁ ସ୍ଥାନ ଦିଆଯିବ । ପରବର୍ତ୍ତୀ ସମୟରେ ଏହାକୁ ବାଧ୍ୟତାମୂଳକ କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ବିଦ୍ୟାଳୟ ପାଠ୍ୟକ୍ରମରେ ବାଧ୍ୟତାମୂଳକ ହେବ କ୍ରୀଡ଼ା ବିଷୟବସ୍ତୁ
ବିଦ୍ୟାଳୟ ପାଠ୍ୟକ୍ରମରେ ବାଧ୍ୟତାମୂଳକ ହେବ କ୍ରୀଡ଼ା ବିଷୟବସ୍ତୁ

By

Published : May 31, 2023, 9:34 PM IST

ବିଦ୍ୟାଳୟ ପାଠ୍ୟକ୍ରମରେ ବାଧ୍ୟତାମୂଳକ ହେବ କ୍ରୀଡ଼ା ବିଷୟବସ୍ତୁ

ଭୁବନେଶ୍ବର: ଆଜି କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ସମୀକ୍ଷା ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ସଚିବ ଆର୍‌ ଭିନିଲ କ୍ରିଷ୍ଣା । ଆସନ୍ତା ଶିକ୍ଷାବର୍ଷ ୨୦୨୪-୨୫ରୁ ବିଦ୍ୟାଳୟ ପାଠ୍ୟକ୍ରମରେ କ୍ରୀଡା ବିଷୟବସ୍ତୁକୁ ସ୍ଥାନ ଦିଆଯିବ । ପରବର୍ତ୍ତୀ ସମୟରେ ଏହାକୁ ବାଧ୍ୟତାମୂଳକ କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି ।

ଏଥିରେ ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ପୁରୁଷ ହକି ବିଶ୍ବକପ ଆୟୋଜନ କରି ହକିର ହବ୍‌ ପାଲଟିଛି ଓଡ଼ିଶା । କ୍ରୀଡ଼ା ପାଇଁ ୧୨୧୭ କୋଟି ଟଙ୍କାର ବଜେଟ ବ୍ୟୟ ବରାଦ ହୋଇଛି । କ୍ରୀଡ଼ା ପାଇଁ ୨୫୦୦ କୋଟିର ପ୍ରୋଜେକ୍ଟ ଓଡ଼ିଶାରେ ଚାଲୁ ରହିଛି । କର୍ପୋରେଟ ଓ କ୍ରୀଡାବିତ୍‌ଙ୍କୁ ନେଇ ୯ଟି ହାଇ ପରଫର୍ମାନ୍ସ ସେଣ୍ଟର ଆରମ୍ଭ କରାଯାଇଛି । ହକିର ପୀଠ ଭାବେ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ଆଷ୍ଟ୍ରୋ-ଟର୍ଫ ହକି ପଡ଼ିଆ ନିର୍ମାଣ ହୋଇଛି । ଏହା ସହିତ ରାଜ୍ୟର ସହରାଞ୍ଚଳରେ ୯୦ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ସହ ୬ଟି ଫିଫା ଷ୍ଟାଣ୍ଡାର୍ଡ ପିଚ୍‌ ବିକଶିତ ହୋଇଛି । ଓଡ଼ିଶାରେ କ୍ରିକେଟ ଉପରେ ଆଗାମୀ ଦିନରେ ଫୋକସ କରିବ କ୍ରୀଡ଼ା ବିଭାଗ । ଆଜି ସନ୍ଧ୍ୟାରେ ୟୁନିଟ-1ରେ ଫୁଟ୍‌ବଲ୍‌ ଏକାଡେମୀ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିଭଳି ସଚିବଙ୍କ ସୂଚନା ଅନୁସାରେ, ଓଡିଶା ଭାରତର ଏକ ପ୍ରମୁଖ କ୍ରୀଡ଼ା ହବ୍‌ । କ୍ରୀଡାର ବିକାଶ ରାଜ୍ୟ ବଜେଟରେ ବର୍ତ୍ତମାନ ପାଖାପାଖି ୧୩୦୦ କୋଟିକୁ ବୃଦ୍ଧି ହୋଇଛି । ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ସହ ଚୁକ୍ତି କରାଯାଇଛି, ଯାହା ସ୍କୁଲ ସ୍ତରରରେ ଛାତ୍ରଛତ୍ରୀଙ୍କୁ ଅଲିମ୍ପିକ ପ୍ରତି ଆଗ୍ରହ ବଢ଼ାଇବ । ଖାଲି ସେତିକି ନୁହେଁ, ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ରଗ୍‌ବି, ମହିଳା ଫୁଟବଲ, ଖୋ' ଖୋ' ଭଳି ଖେଳକୁ ପ୍ରୋତ୍ସାହନ ଦେଉଛି । ରାଜ୍ୟ ସରକାରଙ୍କ ଅନ୍ୟ ଏକ ବଡ଼ ସଫଳତା ହେଉଛି ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ଯାହା ବିଶ୍ବର ସବୁଠାରୁ ବଡ଼ ଷ୍ଟାଡିୟମ । ଏହାକୁ ମାତ୍ର ୧୫ ମାସରେ ତିଆରି କରାଯାଇ ଇତିହାସ ସୃଷ୍ଟି ହୋଇଛି । ଏହା ସହିତ ରାଜ୍ୟସ୍ତରରେ ସଫଳତା ପାଇଥିବା ଖେଳାଳୀଙ୍କୁ ଆର୍ଥିକ ରାଶି ପ୍ରଦାନ କାରାଯାଉଛି । ରାଜ୍ୟ କ୍ରୀଡ଼ା ବିଭାଗ ଖେଳ ଓ ଖେଳାଳୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବଦ୍ଧ ପରିକର ବୋଲି ଆୟୋଜିତ ସମୀକ୍ଷା ପରବର୍ତ୍ତୀ ପ୍ରେସ୍‌ମିଟ୍‌ରେ ବିଭାଗୀୟ ମନ୍ତ୍ରୀ ଓ ସଚିବ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details