ଓଡିଶା

odisha

ETV Bharat / state

2024 Election: ବଢୁଛି ରାଜନୈତିକ ହିଂସା, ଏବେଠୁ ଏମିତି ଆଗକୁ କେମିତି - ରାଜନୈତିକ ହିଂସାକୁ ନେଇ ଓଡ଼ିଶା ପୋଲିସର ପ୍ରତିକ୍ରିୟା

ଗୋପାଳପୁରରେ ପ୍ରଦୀପ ପାଣିଗ୍ରାହୀ ଓ ବାଲିପାଟଣାରେ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧ ପ୍ରଦର୍ଶନ । ରାଜ୍ୟରେ ରାଜନୈତିକ ହିଂସା ବୃଦ୍ଧି ପାଇଛି ବୋଲି ହେଲାଣି ଚର୍ଚ୍ଚା । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Aug 28, 2023, 10:13 PM IST

ବଢୁଛି ରାଜନୈତିକ ହିଂସା

ଭୁବନେଶ୍ବର:ଆସନ୍ତା ୨୪ ସାଧାରଣ ନିର୍ବାଚନରେ ଏଯାବତ ବାହରି ନାହିଁ ନୋଟିଫିକେସନ । ହେଲେ ଆଗୁଆ ନିର୍ବାଚନା ପାଇଁ ପ୍ରସ୍ତୁତି କରି ସବୁ ରାଜନୈତିକ ଦଳ ନିର୍ବାଚନ ଲଢେଇ ପାଇଁ ପ୍ରସ୍ତୁତ ହେଲେଣି । ଏହାରି ଭିତରେ ରାଜ୍ୟରେ ରାଜନୈତିକ ମାହୋଲ ଏବେ ଚିନ୍ତାପ୍ରକଟ କଲାଣି । କାରଣ ଅନେକ ସ୍ଥାନରୁ ଆସୁଛି ରାଜନୈତିକ ଦଳମାନଙ୍କ ମଧ୍ୟରେ ମୁହାଁମୁହିଁ ଭଳି ପରିସ୍ଥିତି । ଗୋପାଳପୁରରେ ପ୍ରଦୀପ ପାଣିଗ୍ରାହୀ ଓ ବାଲିପାଟଣାରେ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧ ପ୍ରଦର୍ଶନକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ରାଜ୍ୟରେ ରାଜନୈତିକ ହିଂସା ବୃଦ୍ଧି ପାଇଛି ବୋଲି ଚର୍ଚ୍ଚା ହେଉଛି ।

ଗଞ୍ଜାମ ଗୋପାଳପୁରରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କିଛି ବିରୋଧୀ ରାଜନୈତିକ ଦଳର କର୍ମୀ ବିରୋଧ କରିବା ସହ ପୋଲିସ ଉପସ୍ଥିତିରେ ମଧ୍ୟ ତେଜିଥିଲା ଟକରା ଟକରି ପରିସ୍ଥିତି । ଯାହାକୁ ନେଇ ପୋଲିସକୁ ଆରମ୍ଭ କରି ଉଭୟ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଦେଖିବାକୁ ମିଳିଥିଲା ଉତ୍ତେଜନାମୂଳକ ପରିସ୍ଥିତି । ଠିକ ସେହିପରି ଭୁବନେଶ୍ବର ସାଂସଦଙ୍କ ସହିତ ମଧ୍ୟ ଭୁବନେଶ୍ବର ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯକ୍ରମ ବା ଜନଶୁଣାଣି ଭଳି କାର୍ଯକ୍ରମ ବେଳେ ଅନେକ ସମୟରେ ମୁହାଁମୁହିଁ ଭଳି ପରିସ୍ଥିତି ଉପୁଜିଲାଣି ।

ତେବେ ରବିବାର ଜୟଦେବ ନିର୍ବାଚନମଣ୍ଡଳୀରେ ବାଲିପାଟଣା ଅଞ୍ଚଳରେ ଏକ ଦଳୀୟ କାର୍ଯକ୍ରମ ବେଳେ ମଧ୍ୟ ବିରୋଧୀ ଦଳ ପକ୍ଷରୁ ମଧ୍ୟ ଉତ୍ତେଜନାମୂଳକ ପରିସ୍ଥିତି ସାମ୍ନା କରିଥିଲେ । ହେଲେ ଘଟଣା ସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ସାଂସଦଙ୍କ ଉପରକୁ ଟେକା ପଥର ଓ ଅଣ୍ଡାମାଡ଼ ପାଇଁ କିଛି ମହିଳା ପ୍ରାୟୋଜିତ ଭାବେ ଆସିଥିବା ସଂସଦ ନିଜେ ଏନେଇ ଟ୍ବିଟ କରିଥିଲେ । ଗସ୍ତ ପୂର୍ବରୁ ଏ ନେଇ ଆଶଙ୍କା କରି ସାଂସଦ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ପୋଲିସ କମିସନରଙ୍କ ସମେତ ଡିସିପି ଭୁବନେଶ୍ବରକୁ ଚିଠି ଲେଖି ମଧ୍ୟ ଜଣାଇଥିଲେ।

ଏହା ବି ପଢନ୍ତୁ- ସାଂସଦ ଅପରାଜିତାଙ୍କୁ ପୁଣି ବାଲିପାଟଣାରେ ବିରୋଧ, ବିଜେଡି-ବିଜେପି ମୁହାଁମୁହିଁ

ମାତ୍ର କୌଣସି ବ୍ୟବସ୍ଥା ହେଲା ନାହିଁ । ପୁଣି ସାଂସଦଙ୍କୁ ବିରୋଧର ଶିକାର ହେବାକୁ ପଡ଼ିଥିଲା । ଆଗକୁ ନିର୍ବାଚନ ଆସୁଥିବା ବେଳେ ଏହା ପୂର୍ବରୁ ଏପରି ପରିସ୍ଥିତି ଏକପ୍ରକାର ସୂଚାଇ ଦେଉଛି ଯେ ଆଗକୁ ଉଗ୍ରରୂପ ନେଇପାରେ ରାଜନୈତିକ ଛକାପଞ୍ଝା । ଏସବୁକୁ ରୋକିବା ବା ନିୟନ୍ତ୍ରଣ କରିବା ଲାଗି ଓଡ଼ିଶା ପୋଲିସ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ସହ ଚ୍ୟାଲେଞ୍ଜି ହୋଇଛି । ଏନେଇ ଗତ କିଛି ଦିନ ତଳେ ଓଡ଼ିଶା ପୋଲିସ ପକ୍ଷରୁ ଏକ ଟ୍ବିଟ କରିଥିଲା । ଯେଉଁଥିରେ କହିଥିଲା ଯେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କେହି ଭିଡ଼ ଓ ହିଂସା ଅପରାଧ ଏଥିରେ ଭାଗନେଇଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବ।

ଏହା ବି ପଢନ୍ତୁ- ଗୋପାଳପୁର ବିଧାୟକଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ଉପସ୍ଥିତିରେ ବିଧାୟକଙ୍କ ସମର୍ଥକ ଓ ବିଜେଡି କର୍ମୀ ଠେଲାପେଲା

ଅପରାଧ ପାଇଁ ଦଳ ଓ ଷଡ଼ଯନ୍ତ୍ରରେ ଭାଗନେଉଥିଲେ ଆଇନ ଅନୁଯାୟୀ ଦଣ୍ଡନୀୟ ବୋଲି ଓଡ଼ିଶା ପୋଲିସ ପକ୍ଷରୁ ସତର୍କତା ଜାରି କରାଯାଇଥିଲା । ହେଲେ ଏହାର ପରେ ମଧ୍ୟ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି । ଭୁବନେଶ୍ବରରେ ରାଜନୈତିକ ଛକାପଞ୍ଝାକୁ ନେଇ ଭୁବନେଶ୍ବର ଡିସିପି କହିଛନ୍ତି, "ଏନେଇ ଆଲର୍ଟ କରାଯାଇଛି । ସବୁ ରାଜନୈତିକ ଦଳର ନେତାଙ୍କ ସହ ଯୋଗାଯୋଗରେ ଅଛୁ ଓ ଅନୁରୋଧ କରିଛୁ ସେମାନେ କୌଣସି କାର୍ଯକ୍ରମ କଲେ ଜଣାନ୍ତୁ । ଏନେଇ ନିକଟସ୍ଥ ଥାନାଧିକାରୀ ଜଣାଇ ଦିଆଯାଇଛି ଆବଶ୍ୟକୀୟ ସୁରକ୍ଷା ଓ ଗହଳି ନିୟନ୍ତ୍ରଣ ପାଇଁ । ଗଣତାନ୍ତ୍ରିକ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଢଙ୍ଗରେ ଓ ସଠିକ ଭାବେ ହେବା କଥା ।"

ସେହିପରି ସାଂସଦଙ୍କ ଅପରାଜିତାଙ୍କ ସହ ଘଟିଥିବା ଘଟଣା ନେଇ ଅବଗତ କରାଇବା ପରେ ବି ତାଙ୍କ ସହ ଘଟିଥିବା ଘଟଣା ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, "ସାଂସଦଙ୍କ ପାଇଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏନେଇ ତାଙ୍କ ସହ ଯୋଗାଯୋଗରେ ଅଛୁ । ଆବଶ୍ୟକ ପଡିଲେ ଆମକୁ ଜଣାନ୍ତୁ । ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ପ୍ରସ୍ତୁତ ଅଛୁ ।" ତେବେ ପୋଲିସ, କର୍ମୀ, ବିରୋଧୀ ଓ ଶାସକ ଛକାପଞ୍ଝା ଭିତରେ ଆଗକୁ ଯେପରି ପରିସ୍ଥିତି ନ ବିଗୁଡୁ ସେ ଦିଗରେ ଓଡ଼ିଶା ପୋଲିସ କି ନିଷ୍ପତି ନେଉଛି ତାହା ଉପରେ କଡା ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details