ଓଡିଶା

odisha

ETV Bharat / state

2024 Election: କେନ୍ଦ୍ରୀୟ ନେତାଙ୍କ ନଜରରେ ଓଡ଼ିଶା, ଆସୁଛନ୍ତି ଅମିତ ଶାହ - କେନ୍ଦ୍ର ବିଜେପି

କେନ୍ଦ୍ର ବିଜେପିର ଓଡ଼ିଶା ଉପରେ ନଜର । ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୨୦୨୪ ନିର୍ବାଚନ ଲାଗି ସେ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

BJP plans for 2024 election
BJP plans for 2024 election

By

Published : Mar 12, 2023, 8:31 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଭାରତ ଯୋଜନାରେ ଫୋକସରେ ରହିଛି ପୂର୍ବ ଭାରତ । ସେହି ଆଧାରରେ କେନ୍ଦ୍ର ବିଜେପିର ଓଡ଼ିଶା ଉପରେ ମଧ୍ୟ ନଜର ରହିଛି । ଗତ କିଛି ଦିନ ତଳେ ୬ ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତ ଆସିଥିବା ବେଳେ ଏବେ ଆସୁଛନ୍ତି କେନ୍ଦ୍ରର ନମ୍ବର ୨ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିଠାରୁ ଶାସନ କ୍ଷମତା ଛଡାଇନେବା ଉଦ୍ଦେଶ୍ୟରେ ଏବେଠୁ ଆରମ୍ଭ ହୋଇଛି ଅଙ୍କ କଷା ।

ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରୁଥିବା ବେଳେ ଅପରପକ୍ଷରେ ବିରୋଧୀ ବିଜେପି କେନ୍ଦ୍ରୀୟ ନେତାମାନଙ୍କୁ ଆଣି ଡେରା ପକାଉଛି । କେଉଁଠି ନା କେଉଁଠି ଗୋଟିଏ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଆସନ୍ତା ୨୬ ତାରିଖରେ ବିଜେପିର ଟଲ୍‌ ଲିଡର ଅମିତ ଶାହ ଦିନିକିଆ ଭଦ୍ରକ ଗସ୍ତରେ ଆସି କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବାର କାର୍ଯ୍ୟକ୍ରମ ରହିଛି । ଧାମନଗରରେ ଏକ ବିଶାଳ ଜନ ସମାବେଶକୁ ଶାହ ସମ୍ବୋଧନ କରିବାକୁ ଯାଉଛନ୍ତି । ବ୍ଲକ, ୱାର୍ଡ ଏବଂ ବୁଥ ସ୍ତରରେ ସଂଗଠନକୁ ସୁଦୃଢ କରିବାକୁ ବିଜେପିର ପ୍ରୟାସ ଆଗକୁ ଅଧିକ ସକ୍ରିୟ ହେବ।

ଏହା ବି ପଢନ୍ତୁ-Amit Shah Visit Odisha: ଧାମନଗରରେ ହେବ ସାଧାରଣ ସଭା, ଦଳୀୟ ନେତାଙ୍କ ବଢାଇବେ ଜୋଶ

ପୂର୍ବରୁ ବିଜେପି ପଶ୍ଚିମ ଓଡ଼ିଶାକୁ ଅଧିକ ଗୁରୁତ୍ବ ଦେଉଥିଲା ଏବେ ଫୋକସରେ ଉପକୂଳ ରହିଛି । ଉପକୂଳ ସହ ସାରା ଓଡ଼ିଶାରେ କ୍ଷମତା ଦଖଲ ଆଶାରେ ବିଜେପି । ତେବେ ଅମିତ ଶାହଙ୍କ ଧାମନଗର ଗସ୍ତକୁ ନେଇ କଂଗ୍ରେସ କହିଛି ଏହାର କୌଣସି ପ୍ରଭାବ ପଡିବ ନାହିଁ । ଏ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, " ଶାହ ହୁଅନ୍ତୁ କି ଆଉ ଯିଏ, ଓଡ଼ିଶା ଆସିଲେ କୌଣସି ଫରକ ପଡିବ ନାହିଁ । ଦରଦାମ ବୃଦ୍ଧି, ବେରୋଜଗାରୀ, ଚାଷୀ ସମସ୍ୟା ଏବେ ଉତ୍କଟ । ତେଣୁ ଶାହଙ୍କ ଗସ୍ତ କୌଣସି ଫରକ ପଡିବ ନାହିଁ । ଅନ୍ୟପଟେ ଲୋକେ କଂଗ୍ରେସକୁ ଭରସା କଲେଣି । ଆଗକୁ କଂଗ୍ରେସ ଭଲ କରିବ।"

ସେପଟେ ଶାସକ ବିଜେଡି କହିଛି ତାଙ୍କ ଦଳ ବ୍ୟାପାର ସେଥିରେ ବିଜେଡିର କୌଣସି କିଛି ଯାଏ ଆସେ ନାହିଁ । ଏ ନେଇ ପ୍ରତିକ୍ରିୟା ରଖି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, "ସେ ବିଜେପିର ଆଭ୍ୟନ୍ତରୀଣ ବ୍ୟାପାର, ଆମର କୌଣସି ଆବଶ୍ୟକତା ନାହିଁ ସେ କଥା ବୁଝିବା ।" ସେ ଯାହା ହେଉ ନା କାହିଁକି ୨୦୨୪ ନିର୍ବାଚନ ଲାଗି ସବୁ ଦଳ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ବିଜେପି ଓଡ଼ିଶାକୁ ଫୋକସରେ ରଖିଛି । ବିଜେଡି ହାତରୁ ଶାସନ କ୍ଷମତା ଛଡାଇ ନେବାକୁ ବିଜେପିର ଜୋରଦାର ପ୍ରୟାସ କରୁଛି ।

କେନ୍ଦ୍ରୀୟ ନେତାମାନେ ମାରାଥନ ଗସ୍ତ କରି ପ୍ରଧାନମନ୍ତ୍ରୀଙ୍କ ଜନହିତକର ଯୋଜନା ଜନସାଧାରଣଙ୍କ ପାଖରେ ପହଞ୍ଚିବା ନେଇ ସମୀକ୍ଷା କରିବା ସହ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଉଛି । ଅନ୍ୟପଟେ ଦେଖିବାକୁ ଗଲେ କଂଗ୍ରେସ ଦଳକୁ ସୁସଂଗଠିତ କରିବା ଲାଗି ବଳ ଗୋଟାଉଛି । ଏହି କ୍ରମରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଆଜି କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳଙ୍କ ଘରେ ପହଞ୍ଚି ତାଙ୍କୁ ମନାଇଛନ୍ତି । ତେବେ ନିର୍ବାଚନ ପରେ ହିଁ ସ୍ପଷ୍ଟ ହେବ ଜନସାଧାରଣ କାହାକୁ ପ୍ରାଧାନ୍ୟ ଦେଉଛନ୍ତି କାହାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details