ଓଡିଶା

odisha

By

Published : Jul 23, 2021, 3:31 PM IST

Updated : Jul 23, 2021, 10:11 PM IST

ETV Bharat / state

କାମ ଦେବା ନାଁରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ! ଏତଲା ରଖୁନି ପୋଲିସ

ସ୍ଥାନୀୟ ବେଗୁନିଆ ଅଞ୍ଚଳରେ ଚାଞ୍ଚଲ୍ୟ । ଲୁଗା ଦୋକାନରେ କାମ ଦେବା ନାଁରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଧିକ ପଢ଼ନ୍ତୁ...

ଦିବ୍ୟାଙ୍ଗ ଯୁବତୀଙ୍କ ସହ ଦୁଷ୍କର୍ମ, ଅଭିଯୋଗ ରଖୁନି ପୋଲିସ
ଦିବ୍ୟାଙ୍ଗ ଯୁବତୀଙ୍କ ସହ ଦୁଷ୍କର୍ମ, ଅଭିଯୋଗ ରଖୁନି ପୋଲିସ

ଖୋର୍ଦ୍ଧା:କାମ ଦେବା ନାଁରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ । ଘଟଣା ପ୍ରକାଶ କଲେ 7 ମାସର ଦିବ୍ୟାଙ୍ଗ ଗର୍ଭବତୀ ଯୁବତୀଙ୍କୁ ହତ୍ୟା ଧମକ । ଏପଟେ ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏତଲା ରଖୁନି ପୋଲିସ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରୁ ।

କାମ ଦେବା ନାଁରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ! ଏତଲା ରଖୁନି ପୋଲିସ

ସ୍ଥାନୀୟ ଅଞ୍ଚଳର ତ୍ରିନାଥ ପ୍ରଧାନ ନାମକ ଅଭିଯୁକ୍ତ ପୀଡିତାଙ୍କୁ ତାଙ୍କ ଲୁଗା ଦୋକାନରେ କାମ ଦେବା ନାଁରେ ଦୁଷ୍କର୍ମ କରି 7 ମାସର ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି । ଘଟଣା ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଧମକ ମିଳୁଛି ବୋଲି ପୀଡିତା ଅଭଯୋଗ କରିଛନ୍ତି । ତେବେ ନ୍ୟାୟ ପାଇଁ ଥାନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ତତ୍ପରତା ପ୍ରକାଶ କରୁନି ପୋଲିସ । ଏତଲା ରଖୁନଥିବା ଅଭିଯୋଗ ହୋଇଛି ।

ତେବେ ଆଜି (ଶୁକ୍ରବାର) ପୀଡିତା ଏନେଇ ଅନଲାଇନରେ ଅଭିଯୋଗ କରିଛନ୍ତି ।

ବାରମ୍ବାର ଥାନାକୁ ଦୌଡ଼ି ନୟାନ୍ତ ହେବାପରେ ବାଧ୍ୟ ହୋଇ ଅନଲାଇନରେ ଏତଲା ଦାଏର କରିଛନ୍ତି ପୀଡିତା । ଖାଲି ସେତିକି ନୁହେଁ ଯୁବତୀଙ୍କ ଠାରୁ ୨୪ ହଜାର ଭତ୍ତା ଟଙ୍କା ମଧ୍ୟ ଅଭିଯୁକ୍ତ ନେଇ ଯାଇଥିବା ଅଭିଯୋଗ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jul 23, 2021, 10:11 PM IST

ABOUT THE AUTHOR

...view details