ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠର ଦ୍ବାରସ୍ଥ ହେଲେ ସ୍ବତନ୍ତ୍ର ଶିକ୍ଷକ । ଅନେକ ଶିକ୍ଷକ ଶିକ୍ଷୟତ୍ରୀଙ୍କ କଣ୍ଟ୍ରାକଚୁଆଲ ଉଚ୍ଛେଦ ହୋଇଛି ଏହା ସହ ଅନେକ ବିଭାଗର କର୍ମଚାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୀପାବଳି ଭେଟି ସ୍ବରୂପ ଠିକା ନିଯୁକ୍ତି ଉଚ୍ଛେଦ କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଆମ ଭଳି କିଛି ଶିକ୍ଷକଙ୍କୁ କାହିଁକି ଅଣଦେଖା କରିଛନ୍ତି ବୋଲି ଅଭିଯୋଗ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ବାରସ୍ଥ ହୋଇଥିଲେ ସ୍ବତନ୍ତ୍ର ଶିକ୍ଷକ । ଆଗାମୀ ଦିନରେ ରାଜ୍ୟ ସରକାର ଠିକା ନିଯୁକ୍ତି ଉଚ୍ଛେଦ କରି ସେମାନଙ୍କୁ ରେଗୁଲାର କରି ଦରମା ମଧ୍ୟ ସେହି ଅନୁସାରେ ଦିଅନ୍ତୁ ବୋଲି ଦାବି କରିଛନ୍ତି ।
ସୂଚନା ଅନୁଯାୟୀ ରାଜ୍ୟରେ ଉଠିଲା ଚୁକ୍ତି ଭିତ୍ତିକ ଚାକିରି । ଏହାକୁ ଅନେକ ଅନେକ ଏବେ ଅସନ୍ତୋଷରେ ରହି ଆସୁଛନ୍ତି । ବର୍ଷ ବର୍ଷ ଧରି ସ୍ଵତନ୍ତ୍ର ଶିକ୍ଷକମାନେ ଦିବ୍ୟାଙ୍ଗ ପିଲାଙ୍କୁ ପଢ଼ାଇ ଆସୁଛନ୍ତି । ହେଲେ ସେମାନଙ୍କ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି । ଏପର୍ଯ୍ୟନ୍ତ ସେମାନେ କଣ୍ଟ୍ରାକଚୁଆଲ ଭାବରେ କାମ କରୁଛନ୍ତି ।