ଓଡିଶା

odisha

ETV Bharat / state

ବେଗୁନିଆରେ ପହଞ୍ଚିଲା ସତ୍ୟବ୍ରତଙ୍କ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପଦଯାତ୍ରା - special status state demand padayatra

ବେଗୁନିଆରେ ପହଞ୍ଚିଲା ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି । ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ଓଡିଶାର ପ୍ରତି ବ୍ଲକରେ ପହଞ୍ଚି ଦାବି ପତ୍ର ପ୍ରଦାନ କରୁଛନ୍ତି ଓଡ଼ିଶା ଜନ ସଚେତନତା ମଞ୍ଚର ଆବାହକ । ଅଧିକ ପଢନ୍ତୁ...

special status state demand padayatra
ବେଗୁନିଆରେ ପହଞ୍ଚିଲା ସତ୍ୟବ୍ରତଙ୍କ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପଦଯାତ୍ରା

By

Published : Nov 20, 2020, 3:37 PM IST

ଖୋର୍ଦ୍ଧା: ବେଗୁନିଆରେ ପହଞ୍ଚିଲା ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି । ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ସାରା ଓଡିଶାରେ ପଦଯାତ୍ରା କରୁଛନ୍ତି ଓଡ଼ିଶା ଜନ ସଚେତନତା ମଞ୍ଚର ଆବାହକ ।

ବେଗୁନିଆରେ ପହଞ୍ଚିଲା ସତ୍ୟବ୍ରତଙ୍କ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପଦଯାତ୍ରା

ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟପାହ୍ୟା ଦାବି କରି ୨୦୧୯ ମସିହା ଜୁଲାଇ ୧୦ ତାରିଖରୁ ଆରମ୍ଭ କରିଥିବା ଓଡ଼ିଶା ଜନ ସଚେତନତା ମଞ୍ଚର ଆବାହକ ସତ୍ୟବ୍ରତ ଦାସ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ପହଞ୍ଚିଛନ୍ତି l ସତ୍ୟବ୍ରତଙ୍କ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକରେ । ସେ ତାଙ୍କର ଏହି ପଦଯାତ୍ରା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ଆରମ୍ଭ କରିଛନ୍ତି l ଆଜି ସୁଦ୍ଧା ସେ ୫୦୦ ଦିନ ସାରା ଓଡିଶା ପଦଯାତ୍ରାରେ ୨୭୭ ବ୍ଲକରେ ପହଞ୍ଚିଛନ୍ତି l ସତ୍ୟବ୍ରତ ବେଗୁନିଆରେ ପହଞ୍ଚିବା ପରେ ତାଙ୍କୁ ବେଗୁନିଆର ସମାଜସେବୀ,ସାମ୍ବାଦିକ ଓ ବେଗୁନିଆ ବିଧାୟକଙ୍କ ପ୍ରତିନିଧି ଉପସ୍ଥିତ ରହି ସ୍ବାଗତ ଜଣାଇଥିଲେ ।

ଏହା ପରେ ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚି ବେଗୁନିଆ ବିଡ଼ିଓଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶରେ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସତ୍ୟବ୍ରତଙ୍କ ଏଭଳି ଦୁଃସାହସିକ ପଦକ୍ଷେପ ପାଇଁ ବିଡ଼ିଓ ସ୍ବାଗତ ଜଣାଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details