ଭୁବନେଶ୍ବର: ଦକ୍ଷତା ବିକାଶ ଓ ଉଦ୍ୟମିତା କ୍ଷେତ୍ରରେ ଉତ୍ତର-ପୂର୍ବ ରାଜ୍ୟ ସମୂହର ଯୁବକ ଯୁବତୀଙ୍କ ଜୀବନଶୈଳୀ ପରିବର୍ତ୍ତନ ଓ ଭବିଷ୍ୟତ ଗଠନ ପାଇଁ ଏକ ସ୍ୱତନ୍ତ୍ର ଯୋଜନାର ଶୁଭାରମ୍ଭ ହୋଇଛି । ମଙ୍ଗଳବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ସ୍ବତନ୍ତ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିରେ ଉତ୍ତର-ପୂର୍ବ ରାଜ୍ୟର ୨.୫ ଲକ୍ଷ ଯୁବକ ଯୁବତୀଙ୍କୁ କୁଶଳୀ କରାଯିବ । ଦକ୍ଷତା ବିକାଶ ଓ ଉଦ୍ୟମିତା କ୍ଷେତ୍ରରେ ସେମାନଙ୍କ ଜୀବନଶୈଳୀ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରହିଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ''ଏହି ଯୋଜନାରେ ୨୦୨୩-୨୪ ବର୍ଷ ପାଇଁ ୩୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଯେଉଁଥିରେ ୨.୫ ଲକ୍ଷ ପ୍ରାର୍ଥୀଙ୍କୁ କୁଶଳୀ କରାଯିବ । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ(ପିଏମକେଭିୱାଇ) ମଧ୍ୟ ୨ ଲକ୍ଷ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଆଗାମୀ ଦିନରେ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରି ଉତ୍ତର-ପୂର୍ବ ରାଜ୍ୟର ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ଉଦ୍ୟୋଗୀ କରିବା ସହ ନିଯୁକ୍ତି ଯୋଗାଇ ଦେବାକୁ ଯୋଜନା କରାଯାଉଛି । ସମସ୍ତଙ୍କୁ ଅପ୍ ସ୍କିଲ, ରି-ସ୍କିଲ ଓ ଜୀବନବ୍ୟାପୀ ଶିକ୍ଷାରେ ଯୋଡିବାର ଆବଶ୍ୟକତା ରହିଛି ।''
ଏହାମଧ୍ୟ ପଢନ୍ତୁ: କଳା ବଞ୍ଚିଲେ କଳାକାର ବଞ୍ଚିବ, ଦୈନିକ ଜୀବନରେ ହସ୍ତତନ୍ତକୁ ସାମିଲ କରନ୍ତୁ: ଶାସନ ସଚିବ