ଭୁବନେଶ୍ବର:ରାତି ପାହିଲେ ନୂବ ବର୍ଷ । ପୁରୁଣା ବର୍ଷକୁ ବିଦାୟ ଓ ନୂଆ ବର୍ଷକୁ ସ୍ବାଗତ କରିବାକୁ ସମସ୍ତେ ପ୍ରସ୍ତୁତ । ହେଟେଲ ହେଉ ବା କମର୍ସିଆଲ ଇଭେଣ୍ଟ କ୍ଲବ, ପବ୍, ଆଜି ସବୁଠି ଚାଲିବ ଜିରୋ ନାଇଟ ସେଲିବ୍ରେସନ । ଡିଜେ ଗୀତରେ ମତୁଆଲା ହେବେ ସମସ୍ତେ । ଏଥର ରାଜଧାନୀରେ ଜମିବ ଜିରୋ ନାଇଟ୍ ସେଲିବ୍ରେସନ । ବିନା କଟକଣାରେ ଜିରୋ ନାଇଟ ମନାଇବେ ରାଜଧାନୀବାସୀ । କେବଳ ସର୍ବସାଧାରଣ ସ୍ଥାନରେ ରହିଛି କଟକଣା । ଅନୁମତି ମିଳିଥିବା ସ୍ଥାନ ଗୁଡିକରେ ନିର୍ଦ୍ଧାରିତ ରାତି ପର୍ଯ୍ୟନ୍ତ ସେଲିବ୍ରେସନ ଚାଲିବ । ଏନେଇ ହୋଟେଲ, ରେସ୍ତୋରାଁ ଓ ବାରଗୁଡିକୁ ସମୟ ଦେଇସାରିଛି ପୋଲିସ ।
ଜିରୋ ନାଇଟ ସେଲିବ୍ରେସନ ପାଇଁ କିଛି ହୋଟେଲ, ରେସ୍ତୋରାଁ ଗୁଡିକୁ ଲାଇସେନ୍ସ ଦିଆଯାଇଛି । ଏଥିସହ ଗୋଟିଏ ସ୍ଥାନରେ ଏକା ସାଙ୍ଗରେ କେତେ ଲୋକ ରହିପାରିବେ ସେନେଇ ପୋଲିସ ମଧ୍ୟ ସ୍ପଷ୍ଟ ରହିଛି । ପୋଲିସର ଲାଇସେନ୍ସ ଅନୁମତି, ନିର୍ଦ୍ଧାରିତ ସ୍ଥାନରେ ନିର୍ଦ୍ଧିଷ୍ଟ ପରିମାଣର ଲୋକ ଏକତ୍ରିତ, ପ୍ରାଇଭେଟ ସିକ୍ୟୁରିଟି ଆଦି ଆଧାରରେ ଜିରୋ ନାଇଟ୍ ପାଳନ ହେବ । ଜିରୋ ନାଇଟ ସେଲିବ୍ରେସ ବେଳେ ଅନ୍ୟକୁ କ୍ଷତି ପହଞ୍ଚାଇବା ପରି କିଛି କାମ ନକରିବାକୁ ପୋଲିସ କହିଛି । ଆଜି ସନ୍ଧ୍ୟା 7ଟାରୁ ରାଜଧାନୀରେ କଡାକଡି ହେବ ସୁରକ୍ଷା ବ୍ୟବସ୍ଥା ।
ଯେଉଁ ଯେଉଁ ସ୍ଥାନରେ ହୋଟେଲ ରହିଛି ସେ ସ୍ଥାନରେ ପୋଲିସ ପାଟ୍ରୋଲିଂ କରାଯିବ । ଭୁବନେଶ୍ୱରରେ 29ଟି ସ୍ଥାନରେ ପୋଲିସ ବ୍ୟାରିକେଡ଼ ଲଗାଇ ଗାଡି ଚେକିଂ କରିବ । ସନ୍ଧ୍ୟା 7ଟାରୁ ରାତି 2 ଯାଏଁ ଏହା ବଳବତ୍ତର ରହିବ । 18 ସ୍ଥାନରେ ଡ୍ରଙ୍କନ ଡ୍ରାଇଭ ଚେକିଂ ହେବ । କାରଣ ମଦ ପିଇ ଅନେକ ବେପରୁଆ ଗାଡି ଚଳାଉଥିବା ବେଳେ ଦୁର୍ଘଟଣା ସମ୍ଭାବନା ରହିଛି । ତେଣୁ ମଦୁଆ ଗାଡି ଚାଳକଙ୍କ ଉପରେ ପୋଲିସର ନଜର ରହିବ ।