ଓଡିଶା

odisha

ଏମ୍ସରେ ଖୋଲିଲା CGHS ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ର

By

Published : Aug 13, 2023, 10:48 PM IST

Updated : Aug 13, 2023, 11:03 PM IST

ଭୂୁବନେଶ୍ବର ଏମ୍ସରେ CGHS ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ର। ଏହାକୁ ଉଦ୍ଘାଟନ କରିଛନ୍ତି ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ। ଅଧିକ ହଢନ୍ତୁ ...

ଏମ୍ସରେ ଖୋଲିଲା CGHS ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ର।
ଏମ୍ସରେ ଖୋଲିଲା CGHS ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ର।

ଭୂୁବନେଶ୍ବର:ଏମ୍ସରେ CGHS ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ର ଖୋଲା ଯାଇଛି । ଏହାକୁ ଭୁବନେଶ୍ଵରର ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ ଉଦ୍ଘାଟନ କରିଛନ୍ତି । ଏମ୍ସ ଭୁବନେଶ୍ୱରରେ ସମସ୍ତ CGHS ହିତାଧିକାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ର ଆରମ୍ଭ ହୋଇଛି । ଓପିଡି ଫ୍ଲୋରରେ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ର ମାଧ୍ଯମରେ CGHS ହିତାଧିକାରୀମାନେ ମାଗଣା ଚିକିତ୍ସା ସୁବିଧା ପାଇବେ । ଏହା ସହ ବିନା କୌଣସି ବାଧାରେ ସ୍ୱାସ୍ଥ୍ୟ ଚିକିତ୍ସା କରିପାରିବେ ।

ଏହି କେନ୍ଦ୍ରଟି ବିଶେଷ କରି ବରିଷ୍ଠ ନାଗରିକ (CGHSର ଅବସରପ୍ରାପ୍ତ ପେନସନଭୋଗୀ ହିତାଧିକାରୀ)ଙ୍କ ପାଇଁ ଲାଭଦାୟକ ହେଵ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପୂର୍ଣ୍ଣ କାର୍ଯ୍ୟକ୍ଷମ ଦେଶର 6ଟି ଏମ୍ସ (ଏମ୍ସ ଭୁବନେଶ୍ୱର ସମେତ) ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିନାମା ହୋଇଥିବା ବେଳେ ଏଥିରେ ଏମ୍ସ ଭୁବନେଶ୍ଵରରେ ସ୍ଥାନ ପାଇଛି । ଏହି ସ୍ୱତନ୍ତ୍ର ସୁବିଧା ମାଧ୍ୟମରେ CGHS ପେନସନ୍‌ ଭୋଗୀ ଏବଂ ଅନ୍ୟାନ୍ୟ ହିତାଧିକାରୀମାନେ ଏଠାରେ ଉପଲବ୍ଧ ସମସ୍ତ ଚିକିତ୍ସା ସୁବିଧାର ଲାଭ ଦେୟମୁକ୍ତ ଭାବେ ପାଇପାରିବେ । ପୂର୍ବରୁ ଏହି ବର୍ଗର ହିତାଧିକାରୀମାନେ ଚିକିତ୍ସା ସୁବିଧା ପାଇଁ ପ୍ରଥମେ ଦେୟ ପ୍ରଦାନ କରୁଥିଲେ । ଏମ୍ସ ଭୁବନେଶ୍ଵରରେ ବର୍ତ୍ତମାନ ଉପଲବ୍ଧ ଏହି ସ୍ଵତନ୍ତ୍ର ପଞ୍ଜିକରଣ କେନ୍ଦ୍ର CGHS ଦ୍ଵାରା ହିତାଧିକାରୀମାନେ ସମୟ ସଞ୍ଚୟ କରିପାରିବେ । ଏହା ସହିତ ଅନ୍ୟାନ୍ୟ ବିଭିନ୍ନ ବି ସୁବିଧା ପାଇପାରିବେ ।

ଏହା ମଧ୍ୟ ପଢନ୍ତୁ....AIIMS BBSR 4th Convocation: ଯୋଗଦେଲେ 3କେନ୍ଦ୍ରମନ୍ତ୍ରୀ, ମାଣ୍ଡବ୍ୟ କହିଲେ ସାକାର ହୋଇଛି ବାଜପେୟୀଙ୍କ ସ୍ୱପ୍ନ


ସୂଚନା ଅନୁଯାୟୀ, CGHS ପେନସନ୍‌ ଭୋଗୀ ଏବଂ ଅନ୍ୟାନ୍ୟ ଅଧିକାର ପ୍ରାପ୍ତ ବର୍ଗ CGHS ହିତାଧିକାରୀମାନେ ଏମ୍ସ ଓପିଡିରେ ମାଗଣା ଚିକିତ୍ସା, ଅନୁସନ୍ଧାନ ଏବଂ ଇନ୍‌ଡୋରର ଚିକିତ୍ସାର ଲାଭ ନେଇପାରିବେ ବୋଲି କହିଛନ୍ତି ଏମ୍ସ ନିର୍ଦେଶକ ଡ. ଆଶୁତୋଷ ବିଶ୍ୱାସ । ସେ କହିଛନ୍ତି, "ବୈଧ CGHS ପରିଚୟ ପତ୍ର ମାଧ୍ୟମରେ ହିଁ ହିତାଧିକାରୀମାନେ ଚିକିତ୍ସା ପାଇଁ ସମସ୍ତ ସୁବିଧା ପାଇପାରିବେ । ସେହିପରି CGHS ହିତାଧିକାରୀମାନେ ମଧ୍ୟ ଏହି ସୁବିଧା ମାଧ୍ଯମରେ ଏଠାରୁ ଔଷଧ ନେଇପାରିବେ ।"

ଅନ୍ୟପଟେ, ଏମ୍ସ ଭୁବନେଶ୍ୱରରେ କବକ ସଂକ୍ରମଣ ଓ ନିରାକରଣ ପାଇଁ ଅତ୍ୟାଧୁନିକ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଖୋଲାଯାଇଛି । କବକ ସଂକ୍ରମଣର ଚିହ୍ନଟ ଏବଂ ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ଗବେଷଣା ଭଳି ଅନେକ ଅଭାବ ରହିଛି । ଏହାକୁ ପୂରଣ ପାଇଁ ସମଗ୍ର ଭାରତରେ କବକ ପାଇଁ ଉନ୍ନତ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟବାସୀଙ୍କ ପାଇଁ ଫଙ୍ଗଲ୍ ସଂକ୍ରମଣ ପାଇଁ ଅତ୍ୟାଧୁନିକ ନିରାକରଣ ଉପଲବ୍ଧ କରାଇବା, ଫଙ୍ଗଲ୍ ସଂକ୍ରମଣର ଚିହ୍ନଟ ତଥା ଚିକିତ୍ସା ପାଇଁ ଓଡ଼ିଆ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ତାଲିମ ଦେବା ।

ଇଚିଭି ଭାରତ, ଭୂୁବନେଶ୍ବର

Last Updated : Aug 13, 2023, 11:03 PM IST

ABOUT THE AUTHOR

...view details