ଓଡିଶା

odisha

By

Published : Apr 14, 2023, 11:06 AM IST

ETV Bharat / state

ଜମିଲା ରାଜଧାନୀ ପ୍ରତିଷ୍ଠା ଉତ୍ସବ, ଝଲସିଲା ଆତସବାଜି ମନ ମୋହିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ଭୁବନେଶ୍ବର ଉତ୍କଳ ମଣ୍ଡପରେ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହୋଇଯାଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ରାଜଧାନୀବାସୀ । ଅଧିକ ପଢନ୍ତୁ

b
b

ଜମିଲା ରାଜଧାନୀ ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ବର: ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଅବସରରେ ରାଜଧାନୀରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭୁବନେଶ୍ବର ଉତ୍କଳ ମଣ୍ଡପରେ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହୋଇଯାଇଛି । ଆତସବାଜିର ଠୋ ଠା ଶବ୍ଦ ଓ ଚିକିମିକି ରଙ୍ଗୀନ ଆଲୋକରେ ପ୍ରତିଷ୍ଠା ଦିବସ ସମାରୋହ ଆରମ୍ଭ ହୋଇଥିଲା । ଉପସ୍ଥିତ ଅତିଥିମାନେ ଭୁବନେଶ୍ବରର ଗୌରବମୟ ଇତିହାସ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହାସହ ଭୁବନେଶ୍ବରର ଗୌରବକୁ ଆହୁରି ଆଗକୁ ନେବାରେ ଯେଉଁମାନଙ୍କ ହାତ ରହିଛି ସେହି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ୧୩ ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି ।

ଭୁବନେଶ୍ବର NACରୁ କେମିତି ସ୍ମାର୍ଟ ସିଟିରେ ପରିଣତ ହୋଇଛି ତାହା ଉପରେ ଅତିଥି ମାନେ ମତ ରଖିଥିଲେ । ଭୁବନେଶ୍ବର ଏବେ ଅନ୍ୟ ରାଜ୍ୟ ପାଇଁ ଏକ ଉଦାହରଣ ପାଲଟିଛି । ଦୁଇ ଦୁଇ ଥର ହକି ଆୟୋଜନ ସହ ସ୍ପୋର୍ଟସ ସିଟି ଓ ଶିଳ୍ପ ପ୍ରତିଷ୍ଠାନମାନେ ମଧ୍ୟ ଆସୁଛନ୍ତି । ଶିକ୍ଷ୍ୟା ହେଉ ଅବା ସ୍ବାସ୍ଥ୍ୟ ଅବା ପ୍ରଯୁକ୍ତିବିଦ୍ୟା ଭୁବନେଶ୍ବର ସବୁ କ୍ଷେତ୍ରରେ ବିକାଶର ଶିଖର ଛୁଇଁଛି । ଭୁବନେଶ୍ବର ବିକାଶ ପାଇଁ ବିଏମସି କାର୍ଯ୍ୟ କରୁଛି । ଆଗକୁ ଭୁବନେଶ୍ବର ଆହୁରି ସ୍ବଚ୍ଛ ସୁନ୍ଦର ପାଇଁ ଜନସାଧାରଣ ମାନଙ୍କ ସାହଯ୍ୟ ଲୋଡିଛନ୍ତି ମେୟର । ଏହା ସହ ଆଗକୁ ଭୁବନେଶ୍ବର କେମିତି ସବୁ କ୍ଷେତ୍ର ଏକ ନମ୍ବର ହେବ ସେଥି ପାଇଁ ଆମ ଶପଥ କରିବା ବୋଲି କହିଛନ୍ତି ମେୟର ସୁଲୋଚନା ଦାସ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଏବଂ ମାର୍ଗଦର୍ଶନରେ ମନ୍ଦିରମାଳିନୀ ଭୁବନେଶ୍ବର ୨୦୧୬ ମସିହାରେ ଭାରତର ପ୍ରଥମ ସହର ଭାବେ ସ୍ମାର୍ଟ ସିଟିର ମାନ୍ୟତା ପାଇଥିଲା । ସ୍ମାର୍ଟ ସିଟି ସହ ଆଜି ଏହି ସହର ନିବେଶକଙ୍କର ପ୍ରଥମ ପସନ୍ଦ ହୋଇ ପାରିଛି । ସଫଳତାର ସହ କ୍ରମାଗତ ଦୁଇଥର ପୁରୁଷ ବିଶ୍ବକପ୍‌ ହକି ଆୟୋଜନ କରି ଏହା ବର୍ତ୍ତମାନ କ୍ରୀଡ଼ା ରାଜଧାନୀ ଭାବରେ ସମଗ୍ର ଦେଶରେ ପରିଚିତି ଲାଭ କରିଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି । ସେ ଅହୁରି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଫଳ, ସ୍ବଚ୍ଛ ଓ ସତ୍ୟନିଷ୍ଠ ନେତୃତ୍ବରେ ଭୁବନେଶ୍ବର କେବଳ ଭାରତ ନୁହେଁ ବରଂ ବିଶ୍ବର ଏକ ଅଗ୍ରଣୀ ଓ ଅନନ୍ୟ ସହରରେ ପରିଣତ ହେବ ।

ଏହା ବି ପଢନ୍ତୁ...ଧର୍ମେନ୍ଦ୍ର କହିଲେ ବାରମ୍ବାର କହିବି ଗୋ ବ୍ୟକ୍ ଆନ୍ଧ୍ର, ପ୍ରମିଳା କହିଲେ ସବୁ ପ୍ରଚାର

ଏହା ବି ପଢନ୍ତୁ...ଜଳ ସଂପଦ ବିଭାଗ ଓ ଆଇଆଇଟି ରୁର୍କି ମଧ୍ୟରେ ବୁଝାମଣା

ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ଓ ଦୂରଦୃଷ୍ଟି ଯୋଗୁଁ ଭୁବନେଶ୍ବର ଆଜି ବିଶ୍ବର ଏକ ପ୍ରମୁଖ ସହରରେ ପରିଣତ ହୋଇଛି । ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମି ସହ ଅନ୍ୟ ସବୁକ୍ଷେତ୍ରରେ ଭୁବନେଶ୍ବର ଦେଶର ଅନ୍ୟ ରାଜଧାନୀମାନଙ୍କଠାରୁ ଢେର ଆଗରେ ରହିଛି ।

ଅତିଥିଙ୍କ ଅଭିଭାଷଣ ପରେ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରଯାଇଥିଲା । ପ୍ରଥମେ ଲେଜର ଲାଇଟ ସୋ ମାଧ୍ୟମରେ ଓଡିଶା ଓ ଭୁବନେଶ୍ବର ଇତିହାସର ଅତି ସୁନ୍ଦର ଝଲକ ଦେଖାଇଥିଲେ । ପରେ ଗୀତ ଓ ନାଚର ଧୂନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଆଉ ପ୍ରତିଷ୍ଠା ଦିବସର ଏହି ସମାରୋହର ପରିବେଶ ବେଶ ରୋମାଞ୍ଚକର ଥିବା ବେଳେ ଏହାର ଭରପୁର ମଜା ନେଇଥିଲେ ରାଜଧାନୀବାସୀ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ରନି ମଞ୍ଜରୀ ଦାଶ, ପୁଷ୍ପଲତା ମହାନ୍ତି, ଡ. ବିଜୟ କୁମାର ମିଶ୍ର, ବାପି ହାଂସଦା, ପୂଜା ସିଂ, ପ୍ରିୟଦର୍ଶୀ ମହାପାତ୍ର, ପ୍ରବୋଧ ମହାନ୍ତି, ଯୁଧିଷ୍ଠିର ସାହୁ, ବିନାୟକ ମିଶ୍ର, ବିନୋଦ ମହାରଣା, ପ୍ରଫେସର କୁଳମଣି ପରିଡ଼ା, ବିଜୟ କୁମାର ଜେନା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details