ଭୁବନେଶ୍ବର: ପ୍ରକାଶ ପାଇଲା ସ୍ପେଶାଲ OJEE ରେଜଲ୍ଟ । ojee.nic.in/odishajee.comରେ ରେଜଲ୍ଟ ଉପଲବ୍ଧ । ଜୁନ୍ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ହୋଇଥିଲା ସ୍ପେଶାଲ OJEE ପରୀକ୍ଷା । ବିଟେକରେ 8655, ଏଲଇଟେକ୍ ଡିପ୍ଲୋମାରେ 4568, ଏଲଇଟେକ୍ ବିଏସରେ 64, ବିଫର୍ମାରେ 2442, ଏମବିଏରେ 4287, ଏମସିଏରେ 1743 । ତେବେ ପରୀକ୍ଷା ପାଇଁ 21 ହଜାର 867 ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷା 33 ଟି ସ୍ଥାନରେ 47 ଟି କେନ୍ଦ୍ରରେ ହୋଇଥିଲା । ତେବେ ଦିଆଯାଇଥିବା ରାଙ୍କ ଗୁଡିକ ଛାତ୍ରଛାତ୍ରୀମାନେ ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ojee.nic.in/odishajee.com ରୁ ରାଙ୍କ କାର୍ଡ ଡାଉନଲୋଡ୍ କରିପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ବି.ଟେକ ବିଭାଗ ସମେତ ଲାଟେରାଲ ଏଣ୍ଟ୍ରି-ଟେକ ଡିପ୍ଲୋମା, ଏମବିଏ, ଏମସିଏ ଏବଂ ବିଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଦ୍ବିତୀୟ ତଥା ସ୍ବତନ୍ତ୍ର ଓଜେଇଇ ଆରମ୍ଭ ହୋଇଥିଲା । ଜୁନ ୨୬ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ଏବଂ ୨୯ ତାରିଖରେ ହୋଇଥିଲା ପରୀକ୍ଷା। ଏକ ଘଣ୍ଟା ଧରି ହୋଇଥିଲା ସ୍ଵତନ୍ତ୍ର ଓଜେଇଇ ପରୀକ୍ଷା । ଏହି ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ ସିବିଟି ମାଧ୍ୟମରେ ହୋଇଥିଲା । ବିଶେଷ ଭାବରେ ୪ଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।
ଅଧିକ ପଢ଼ନ୍ତୁ: OJEE Results: ଆସନ୍ତାକାଲି ପ୍ରକାଶ ପାଇବ OJEE ରେଜଲ୍ଟ