ଖୋର୍ଦ୍ଧା: ଦେଶରେ ବେକାବୁ ହେବାରେ ଲାଗିଛି ମହାମାରୀ କୋରୋନା । ଏହି ମହାମାରୀକୁ କାବୁ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି । କୋରୋନାର କାୟାକୁ କିଭଳି ରୋକାଯାଇ ପାରିବ ସେଥିପାଇଁ ସମସ୍ତ ପଞ୍ଚାୟତରେ କରାଯାଇଛି କ୍ବାରେଣ୍ଟାଇନ ଗୃହ ।
ଖୋର୍ଦ୍ଧାରୋଡ଼ ଷ୍ଟେସନରେ ସ୍ବତନ୍ତ୍ର ଆଇସୋଲେସନ କୋଚ ପ୍ରସ୍ତୁତ - ଖୋର୍ଦ୍ଧାରୋଡ଼ ଷ୍ଟେସନରେ ଆଇସୋଲେସନ କୋଚ ପ୍ରସ୍ତୁତ
ରେଳ ବିଭାଗ ପକ୍ଷରୁ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଖୋର୍ଦ୍ଧାରେ ସ୍ବତନ୍ତ୍ର ଆଇସୋଲେସନ ବଗି ନିର୍ମାଣ କରାଯାଇଛି ।
ଖୋର୍ଦ୍ଧାରେ ସ୍ବତନ୍ତ୍ର ଆଇସୋଲେସନ ବଗି
ସେହିପରି ରେଳ ବିଭାଗ ପକ୍ଷରୁ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଆଇସୋଲେସନ ବଗି ନିର୍ମାଣ କରାଯାଇଛି । ପୁର୍ବତଟ ରେଳବାଇ ପକ୍ଷରୁ ମୋଟ 261ଟି ବଗି ନିର୍ମାଣ ହୋଇଥିବା ବେଳେ ଖୋର୍ଦ୍ଧାରୋଡ଼ ଷ୍ଟେସନରେ 33ଟି ଆଇସୋଲେସନ ବଗି ନିର୍ମାଣ କରାଯାଇଛି । ଗୋଟିଏ ବଗିରେ ମୋଟ 8ଜଣ ଆକ୍ରାନ୍ତ ଓ ଗୋଟିଏ ଟିମ ମେଡିକାଲ ଟିମ ପାଇଁ ବ୍ୟବସ୍ଥା ରହିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : May 8, 2020, 4:48 PM IST
TAGGED:
ରେଳବାଇ ପକ୍ଷରୁ ପଦକ୍ଷେପ