ଭୁବନେଶ୍ବର:ଆଲୋକର ପର୍ବ ଦୀପାବଳିକୁ ନେଇ ଚାରିଆଡେ ଉତ୍ସବର ମାହୋଲ । ଦୀପାବଳି ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବାଣଫୁଟା ଜନିତ ଦୁର୍ଘଟଣା ମୁକାବିଲା ପାଇଁ ହସ୍ପିଟାଲରେ ପ୍ରସ୍ତୁତ କରାଯାଇଛି । ଯାହା ଫଳରେ 15 ଜଣ ଡାକ୍ତରଙ୍କ ଛୁଟି ବାତିଲ ହୋଇଛି । ଯଦି କେହି ବାଣ ଫୁଟାଇବା ସମୟରେ ଆହତ ହୁଅନ୍ତି ହେବେ ତାଙ୍କ ସ୍ବତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯିବ ।
ହସ୍ପିଟାଲରେ କାଜୁଆଲିଟି ସହ 30ରୁ ଅଧିକ ଅତିରିକ୍ତ ବେଡ ମହଜୁଦ ରହିଥିବା ବେଳେ 3ଟି ସିଫ୍ଟରେ ସ୍ପେଶାଲିଷ୍ଟ ଡାକ୍ତର ଡ୍ୟୁଟି କରିବେ। ଯେକୌଣସି ପରିସ୍ଥିତି ମୁକାବିଲା ନେଇ ପ୍ରସ୍ତୁତ ରହିଛି ହସ୍ପିଟାଲ ହସ୍ପିଟାଲ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ବାଣଫୁଟା ଜନିତ ଦୁର୍ଘଟଣା ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇଛି। ଅତିରିକ୍ତ ନର୍ସ, ଆଟେଣ୍ଡାଣ୍ଟ, ସୁରକ୍ଷା କର୍ମୀ ମୁତୟନ ବ୍ୟାପକ ଗଜ କପଡା ସହ ବର୍ଣ୍ଣ ୟୁନିଟ ସଜାଗ ରହିଛି । କାର୍ଡିଓଲୋଜି, ଇ ଆଣ୍ଡ ଟି, ମେଡିସିନ, ପେଡିଆଟିକ୍, ଚର୍ମ, ଅଙ୍କଲୋଜି ବିଭାଗର ଅତିରିକ୍ତ ଡାକ୍ତର ନିୟୋଜିତ ହୋଇଛନ୍ତି । ଏଥି ସମେତ କାଜୁଆଲିଟିରେ ଡାକ୍ତର ଉପସ୍ଥିତ ରହିବେ । ଏଠାରେ 30ରୁ ଅଧିକ ଅତିରିକ୍ତ ବେଡ ମଧ୍ୟ ମହଜୁଦ ରହିଛି । ଅନ୍ୟପଟେ ହସ୍ପିଟାଲରେ 3ଟି ସିଫ୍ଟରେ ସ୍ପେଶାଲିଷ୍ଟ ଡାକ୍ତର ଡ୍ୟୁଟି କରିବେ । ବେଡ୍ ସହ ଆଇସିୟୁ ଏବଂ ଭେଣ୍ଟିଲେଟର ପ୍ରସ୍ତୁତ ରହିଥିବା ନେଇ ସୂଚନା ଦେଇଛନ୍ତି ଡେପୁଟି ସୁପରିଟେଣ୍ଡଣ୍ଟ୍ ଧନଞ୍ଜୟ ଦାଶ ।